ETV Bharat / city

ଫେବୃଆରୀ 28ରେ ଅନ୍ତର୍ଜାତୀୟ ସ୍ତରରେ ରିଲିଜ ହେବ ‘କାଲିର ଅତୀତ’ - yesterdays Past will be released internationally

ଓଡିଆ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଫେବିଓଫେଷ୍ଟରେ ରିଲିଜ କରାଯିବ । ଫେବୃଆରୀ 28 ତାରିଖରେ ଏହି ଫିଲ୍ମକୁ ରିଲିଜ କରାଯିବ । ଅଧିକ ପଢନ୍ତୁ...

କାଲିର ଅତିତ’
କାଲିର ଅତିତ’
author img

By

Published : Feb 24, 2021, 4:05 PM IST

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଫେବିଓଫେଷ୍ଟରେ ରିଲିଜ କରାଯିବ । ଫେବୃଆରୀ 28 ତାରିଖରେ ଏହି ଫିଲ୍ମକୁ ରିଲିଜ କରାଯିବ । ଏନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା । ଏଥିପାଇଁ ଟ୍ବିଟ କରି ସମସ୍ତଙ୍କ ଶୁଭେଚ୍ଛା ଲୋଡିଛନ୍ତି ନିର୍ଦ୍ଦେଶକ ।

ତେବେ ଫିଲ୍ମଟି ଓସ୍କାର ଦୌଡରେ ଥିବା କଥା ଟ୍ବିଟ କରି ସୂଚନା ଦେଇଥିଲେ ନୀଳ ମାଧବ ପଣ୍ଡା । ତେବେ ୨୮ ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ‘ଫେବିଓଫେଷ୍ଟ’ରେ ଏହି ସିନେମାକୁ ଆମନ୍ତ୍ରଣ କରାଯାଇଛି । ଏପ୍ରିଲ ୨୯ ରୁ ଆରମ୍ଭ ହୋଇ ମେ ୭ ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟିଭାଲ । ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ନୀଳ ମାଧବ ପଣ୍ଡା ।

2006ରେ ଏକ ନଳକୂଅ ଫଟୋକୁ ଖବରକାଗଜରେ ଦେଖି ଏହି ସିନେମା ଆରମ୍ଭ କରିଥିଲେ ନୀଳମାଧବ ପଣ୍ଡା । ନଳକୂପଟି ସମୁଦ୍ରରେ ବୁଡିଯାଇଥିଲା ଓ ଚିତ୍ରଟି ସମୁଦ୍ର ପତନର ବୃଦ୍ଧିର ଭୟାନକ ସତ୍ୟ ସାମ୍ନାକୁ ଆଣିଥିଲା । 83 ମିନିଟ୍ ଏ ଫିଲ୍ମଟି କେନ୍ଦ୍ରାପଡାରେ ସୁଟିଂ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.