ETV Bharat / city

ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ଟଙ୍କା ଜମା ପ୍ରସଙ୍ଗ; ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Mar 6, 2020, 5:48 PM IST

Updated : Mar 6, 2020, 7:56 PM IST

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ୟେସ ବ୍ୟାଙ୍କ । ଏପରି ସ୍ଥିତିରେ ଏହି ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରହିଥିବା ବେଳେ ତାହାକୁ ନେଇ ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

yes bank on crisis situation, bjp and congress target to bjd
ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ; ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ଉଠାଣ ଉପରେ ଏବେ ଆଶଙ୍କା ଦେଖାଦେଇଛି । ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଜମାଟଙ୍କାଙ୍କୁ ନେଇ ତୁମ୍ବି ତୋଫାନ ଲାଗିରହିଛି । ଏହି ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ ଆରବିଆଇ ପକ୍ଷରୁ ୫୦,୦୦୦ ଟଙ୍କା ଉଠାଣ କଟକଣା ଲଗାଯିବା ପରେ ଶ୍ରୀମନ୍ଦିରର ୫୪୫ କୋଟି ଜମା ଟଙ୍କା ନେଇ ଦ୍ଵନ୍ଦ ଉପୁଜିଛି ।

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ଜାରି ରହିଛି । ଏନେଇ ରାଜ୍ୟର 3 ପ୍ରମୁଖ ଦଳ ପ୍ରତିକ୍ରିୟା ରଖିଛନ୍ତି । ମହାପ୍ରଭୁଙ୍କ ଜମାଟଙ୍କା ନେଇ ବିଜେପି ନେତା ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ କୌଣସି ହକ୍ ନାହିଁ ଜଗନ୍ନାଥଙ୍କ ଟଙ୍କାକୁ ବୁଡାଇବାକୁ । ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାର ଓ ଆରବିଆଇ ସହ ଆଲୋଚନା କରି ଟଙ୍କା ଉଠାଣ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସବୁ ବ୍ୟାଙ୍କକୁ କେନ୍ଦ୍ର ସରକାର ଲୁଟ କରି ସାରିଲେଣି । ଏମିତି ପରିସ୍ଥିତିରେ ଦେବାଳିଆ ବ୍ୟାଙ୍କରେ କାହିଁକି ଟଙ୍କା ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କା ଫିକ୍ସଡ ଜମା ୟେସ୍‌ ବ୍ୟାଙ୍କରେ ରଖାଯାଇଥିଲା । ଚଳିତ ମାସ ୧୬ ତାରିଖ ଓ ୨୯ ତାରିଖରେ ଏହି ଜମା ଟଙ୍କାର ଅବଧି ପୁରା ହେଉଛି । ହେଲା ପରେ ସେ ଟଙ୍କାକୁ ତୁରନ୍ତ ଉଠାଇ ଏକ ରାଷ୍ଟ୍ରାୟାତ ବ୍ୟାଙ୍କରେ ରଖାଯିବ । ମନ୍ଦିର ପରିଚାଳନା କମିଟିରେ ମଧ୍ୟ ନିଷ୍ପତ୍ତି ହୋଇସାରିଛି ବୋଲି କହିଛନ୍ତି ।

yes bank on crisis situation, bjp and congress target to bjd
ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ଟଙ୍କା ଜମା ପ୍ରସଙ୍ଗ; ସରକାରଙ୍କୁ ଘେରିଲେ ବିରୋଧୀ

ତେବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କରେ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି ଆରବିଆଇ । ୟେସ୍ ବ୍ୟାଙ୍କ ଆକାଉଣ୍ଟଧାରୀ ବ୍ୟାଙ୍କରୁ ସର୍ବାଧିକ 50 ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ଆଉ ଏହି କଟକଣା ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏପରି ସ୍ଥିତିରେ ଖୋଦ୍ ରାଜ୍ୟସରକାରଙ୍କ ଆଇନ ମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ଟଙ୍କା ଉଠାଇ ଅନ୍ୟ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ଡିପୋଜିଟ୍ କରାଯିବା ନେଇ ଦେଇଥିବା ବୟାନକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ନିର୍ଦ୍ଧାରଣ କରିଥିବାବେଳେ କଣ ମହାପ୍ରଭୁଙ୍କ ସମସ୍ତ ଟଙ୍କା ଏକକାଳୀନ ଉଠାଣ ସମ୍ଭବ କି ?

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 6, 2020, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.