ETV Bharat / city

୧୦ଟି ଜିଲ୍ଲାରେ ଝଡ଼ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ - Yellow warning for thunderstorms

ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

୧୦ ଟି ଜିଲ୍ଲାରେ ଝଡ଼ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ

author img

By

Published : Apr 23, 2020, 12:12 AM IST

Updated : Apr 23, 2020, 12:07 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ । ଉପକୂଳରେ ତାତିରୁ ଆସ୍ବସ୍ତି । ୧୦ ଜିଲ୍ଲାରେ ଝଡ଼ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି । ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବ ।

୨୪ ତାରିଖରେ ଉତ୍ତର ଉପକୂଳ ଜିଲ୍ଲା ସମେତ ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

୧୦ଟି ଜିଲ୍ଲାରେ ଝଡ଼ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ

ସେହିପରି ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା । ଭୁବନେଶ୍ବରରେ ସର୍ବାଧିକ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ହସ୍ତଗତ ସୂଚନା ଅନୁଯାୟୀ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ କମ ରହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Apr 23, 2020, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.