ETV Bharat / city

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଥଣ୍ଡା ନେଇ ୟେଲୋ ୱାର୍ଣ୍ଣିଂ ଜାରି

author img

By

Published : Jan 15, 2021, 8:27 PM IST

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରବଳ ଥଣ୍ଡା ନେଇ ୟେଲୋ ୱାର୍ନିଙ୍ଗ ଜାରି
ପ୍ରବଳ ଥଣ୍ଡା ନେଇ ୟେଲୋ ୱାର୍ନିଙ୍ଗ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିବ । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ଥଣ୍ତା ଅନୁଭୂତ ନେଇ ସତର୍କ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରବଳ ଥଣ୍ଡା ନେଇ ୟେଲୋ ୱାର୍ନିଙ୍ଗ ଜାରି

ଏହି 2 ଜିଲ୍ଲାରେ ରାତି ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା 5 ଦିନ ପାଗ ଶୁଖିଲା ରହିବ। ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖା ଦେଇପାରେ।

ସେହିପରି ଉପକୂଳରେ 2 ରୁ 3 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ 3 ରୁ 5 ଡିଗ୍ରୀ ତାପମାତ୍ରା ଖସିବ। ଆସନ୍ତା ୧୮ ତାରିଖ ପରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇବ। ଗତ ୨୪ଘଣ୍ଟାରେ 10 ଡିଗ୍ରୀ ତଳେ ରହିଛି 5 ସହର ତାପମାତ୍ରା।

ଯେଉଁଥିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୦ , ଝାରସୁଗୁଡାରେ ୭.୪, ଦାରିଙ୍ଗିବାଡ଼ିରେ ୮.୫, ସୁନ୍ଦରଗଡ଼ରେ ୯.୦, ବଲାଙ୍ଗୀରରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉପକୂଳ ଓ ଆଭ୍ୟନ୍ତରୀଣ କିଛି ଜିଲ୍ଲା ଗୁଡିକରେ ସ୍ବଳ୍ପ କୁହୁଡି ଦେଖାଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.