ETV Bharat / city

2020ର ପାର୍ବଣ ଉପରେ କୋରୋନାର କଳା ନଜର; ବିନା ଭକ୍ତରେ ରଥଯାତ୍ରା, ବନ୍ଦ ହେଲା ବାଲିଯାତ୍ରା - year ending story

ହସଖୁସିର ମୁହୂର୍ତ୍ତଗୁଡିକୁ ମାରି ଦେଲା ମହାମାରୀ । କୋରୋନା ଯୋଗୁଁ ଫିକା ପର୍ବପର୍ବାଣୀ । ଦଶନ୍ଧିର ଦୁଃଖ ପାଲଟିଲା 2020 । ତେବେ ନଜର ପକାନ୍ତୁ କିଭଳି ଚଳିତ ବର୍ଷର ପୂଜାପର୍ବଣୀ ଉପରେ ଗ୍ରହଣ ଲଗାଇଲା କୋରୋନା । ଅଧିକ ପଢନ୍ତୁ...

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ
author img

By

Published : Dec 30, 2020, 10:00 AM IST

Updated : Dec 30, 2020, 10:54 AM IST

ଭୁବନେଶ୍ବର: ଦଶନ୍ଧିର ଦୁଃଖ ପାଲଟିଲା 2020 । ବିଚ୍ଛେଦ, ବିରହ, ବେଦନା, ବର୍ବାଦ, ବିବାଦ ସହ ବିତିବାକୁ ବସିଛି ବର୍ଷ କୋଡିଏ । ଏବେ ସେତିକି ଉତ୍କଣ୍ଠା, ଉତ୍ସାହ ଓ ଆବେଗର ସହ ନୂଆ ବର୍ଷକୁ ଅନାଇ ବସିଛନ୍ତି ସଭିଏଁ । କାରଣ ଶତାବ୍ଦୀର ଆରମ୍ଭରୁ ବିପର୍ଯ୍ୟୟ ମୁକାବିଲା କରି ଛାରଖାର ହୋଇପଡିଛି ମାନବଜାତି । ଦୂରେଇ ଯାଇଛନ୍ତି ଆପଣାର । ବଦଳାଇ ଦେଇଛି ପ୍ରତିଟି ଜୀବନ ଶୈଳୀ । ଅନେକ ବିପର୍ଯ୍ୟୟ ମଧ୍ୟରେ ମହାମାରୀ କୋରୋନା ସମସ୍ତଙ୍କୁ ଟପି ଯାଇଛି । ଦୀର୍ଘ 9 ମାସ ପରେ ଆଜି ବି ସଂକ୍ରମଣ ଭୟରେ ଅଣନିଶ୍ବାସୀ ହୋଇପଡୁଛନ୍ତି ସମସ୍ତେ ।

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ନୂଆବର୍ଷ ନୂଆ ସଦଭାବନା, ଉଦ୍ଦିପନା ଓ ଉତ୍ସାହ ନେଇ ଆସେ । ହେଲେ ଚଳିତ ବର୍ଷ ଆରମ୍ଭ ହେବାର ଦିନ କେଇଟା ପରେ ଭରି ଦେଇଥିଲା ଅଦୃଶ୍ୟ ଭୂତାଣୁର ଭୟ। ଏମିତି ଏକ ଡର ଯାହାର ପଞ୍ଝାରୁ ବାହାରିବା ଅସମ୍ଭବ ହୋଇପଡିଲା । ଫଳରେ ଲକଡାଉନ ଓ ସଟଡାଉନରେ ଠପ୍‌ ହୋଇପଡିଲା ଜୀବନ-ଜୀବିକା । ଫିକା ପଡିଲା ପର୍ବପର୍ବାଣୀ ଯାନିଯାତ୍ରା । ଖୁସିର ଦିନକୁ ଗୁଡିକୁ ଯେମିତି ଗ୍ରହଣ ଲଗାଇ ଦେଲା କୋରୋନା । ଆଉ ଯିଏ ଦିଅଁ ଦର୍ଶନରୁ ଦିନ ଆରମ୍ଭ କରୁଥିଲା ଲୋକଟି 9 ମାସ ଯାଏଁ ଦେଖିପାରିଲା ନାହିଁ ପ୍ରଭୁଙ୍କ ମୁଖ ।

ଦେଶରେ ପ୍ରଥମ କୋରୋନା ଜାନୁଆରୀ ମାସରେ ଚିହ୍ନଟ ହୋଇଥିଲା । ପରେ ସଂକ୍ରମଣ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିବାରେ ଲାଗିଲା । ଯାହାକୁ ନଜରରେ ରଖି ସରକାର ମାର୍ଚ୍ଚ ମାସରୁ ଲକଡାଉନ ଆରମ୍ଭ କରିଦେଇଥିଲେ । ଜଣେ ଅନ୍ୟ ଜଣକୁ ଠାରୁ ଦୂରେଇ ରହିବାକୁ ସଚେତନତା ପରେ ସଚେତନା କରାଗଲା । ଯେଉଁଥିରେ ମନ୍ଦିର, ମସଜିଦ, ଗୀର୍ଜା, ପାର୍ବଣ, ଉତ୍ସବ ଉପରେ ମଧ୍ୟ କଟକଣା ଜାରି କରିଦିଆଗଲା । ସଂକ୍ରମଣ ଠାରୁ ଦୂରେଇ ରହିବାକୁ, ଗହଳି ନ କରିବାକୁ ଦେଶ ତଥା ରାଜ୍ୟବ୍ୟାପୀ ଏକ ଆହ୍ବାନ ଦିଆଗଲା । ଫଳରେ ଚଳିତ ବର୍ଷ ଦେଶବ୍ୟାପୀ ଫିକା ପଡିଲା ପର୍ବ, ମଳିନ ହୋଇଗଲା ଉତ୍ସବ ।

କଟକଣାରେ ପର୍ବ-ପର୍ବାଣୀ

ଫିକା ପଡିଲା ରଙ୍ଗର ପର୍ବ ହୋଲି-

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ଏଥର ହୋଲି ମାର୍ଚ୍ଚ 9 ତାରିଖରେ ପାଳନ କରାଯାଇଥିଲା । ହେଲେ ଫିକା ପଡିଥିଲା ରଙ୍ଗର ପର୍ବ । ସେତେବେଳେ ଦେଶରେ ଲକଡାଉନ ଜାରି ନ ହୋଇଥିଲେ ମଧ୍ୟ ପୂର୍ବ ସଂକ୍ରମଣ ଭୟ ସମସ୍ତଙ୍କ ହାତକୁ ରଙ୍ଗ ଠାରୁ ଦୂରେଇ ରଖିଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତେ ହୋଲି ଖେଳକୁ ନା କରିଦେଇଥିଲେ । ସଂକ୍ରମଣ ପାଇଁ ଅଧିକ ସଜାଗ ରହିବାକୁ ସେମାନେ ସଚେତନ କରିଥିଲେ।

ହୋଲିର କିଛି ଦିନ ଅର୍ଥାତ ’ଜନତା କର୍ଫ୍ୟୁ’ ପରେ ସାରା ଦେଶକୁ ଲକଡାଉନ କରିଦିଆଗଲା । ଚକ-ଅଖ ସବୁ ଠପ୍‌ । ଜୀବନ-ଜୀବିକା ବ୍ୟାଘତ ହେବା ସହ ଧର୍ମାନୁଷ୍ଠାନଗୁଡିକରେ ଜୋରଦାର ହେଲା କଟକଣା । ବିବାହ ଉତ୍ସବ, ପାର୍ବଣ ଉପରେ ମଧ୍ୟ ଲାଗିଲା ରୋକ୍ ‌। ଓଡିଶାରେ ମଧ୍ୟ ସଂକ୍ରମଣ ହ୍ରାସ କରିବାକୁ କେନ୍ଦ୍ର-ସରକାରଙ୍କ ଏସବୁ ନିୟମକୁ କଡାକଡି କରିଥିଲେ ।

ଘରେ ନମାଜ ପଢି ପାଳିଲେ ଇଦ-

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

କୋରୋନା ସଂକ୍ରମଣ ଦେଖି ଏଥର ମୁସଲିମ ସମ୍ପ୍ରଦାୟ ଘରେ ରହି ନମାଜ ପଢି ପବିତ୍ର ଇଦ ପାଳିଛନ୍ତି । ଦେଶବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶାର କଟକ ଓ ଭଦ୍ରକରେ କଟକଣାକୁ କଡାକଡି କରାଯାଇଥିଲା ।

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ଫିକା ପଡିଲା ରଜସଜବାଜ ଓ ଦୋଳି ଖେଳ-

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ସବୁ ଓଡିଆଙ୍କ ପାଇଁ ରଜ ପର୍ବ ଏକ ଆନନ୍ଦ ଓ ଉଲ୍ଲାସ ଦିନ । କୋରୋନା ପାଇଁ ରଜ ତିନି ଦିନ କେହି ଘରୁ ବାହାରୁ ବାହାରିନଥିଲେ । ଦୋକାନ ବଜାର କଟକଣା ଯୋଗୁଁ ଖୋଲିନଥିବାରୁ ଝିଅଙ୍କ ସାଜସଜ୍ଜା ମଧ୍ୟ ଫିକା ପଡିଥିଲା । ଗହଳି ଏଡାଇବାକୁ ଯାଇ କେଉଁଠି ଦୋଳି ଲାଗିନଥିଲା । ସେପଟେ ବାହାରେ ରହୁଥିବା ପିଲାମାନେ ଲକଡାଉନ ଯୋଗୁଁ ବାହାରେ ଫସି ରହିଲେ । ଫଳରେ ଫିକା ପଡଥିଲା ରଜ ମଉଜ ।

ବିନା ଭକ୍ତରେ ରଥଯାତ୍ରା-

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

କୋଟି କୋଟି ଓଡିଆ ପ୍ରାଣର ପ୍ରିୟ ମହାପ୍ରଭୁ ଜଗନ୍ନାଥ । କାଳିଆ ସାଆନ୍ତଙ୍କ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ । ହେଲେ କୋରୋନାର କାଳ ନଜରରୁ ବର୍ତ୍ତି ପାରିନଥିଲା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ମହାମାରୀ କୋରୋନା ଯୋଗୁଁ ରଥଯାତ୍ରା ନ କରିବାକୁ ଚାପ ବଢିଥିଲା । ଏପରିକି ମାମଲା ଯାଇ ପହଞ୍ଚିଥିଲା ସର୍ବୋଚ୍ଚ ଅଦାଲତରେ ।

ବହୁ ବାଦବିବାଦ ପରେ ରଥଯାତ୍ରା ତ ହେଲା ମାତ୍ର ଅଳ୍ପ ସଂଖ୍ୟକ ସେବାୟତକୁ ନେଇ । ଯାହାକି ରଥଯାତ୍ରା ଇତିହାସରେ ପ୍ରଥମ । ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ଦେଖିଲେ କୋଟି କୋଟି ଶ୍ରଦ୍ଧାଳୁ । ସହରରେ 48 ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଥିଲା । ସବୁ ଗଳିକନ୍ଦିକୁ ସିଲ କରିଦିଆଯାଇଥିଲା । ବିନା ଭକ୍ତରେ 75 ପ୍ଲାଟୁନ ପୋଲିସର ସୁରକ୍ଷାବଳରେ ଶରଧା ବାଲିରେ ଲାଗିଥିଲା 3 ରଥ ।

ବିବାଦର କାରଣ-

କୋରୋନା ସଂକ୍ରମଣ ପାଇଁ ସମସ୍ତ ପର୍ବପର୍ବାଣୀ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିଲେ । ବିଶ୍ବ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥ ଗଡିବାକୁ ମଧ୍ୟ ଅନୁମତି ଦେଇନଥିଲେ ସୁପ୍ରିମକୋର୍ଟ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଗୋଟିଏ ପରେ ଗୋଟିଏ ପିଟିସନ ଦାଖଲ କରାଯାଇଥିଲା । କୋଟି କୋଟି ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ବଢିବାରୁ ଏଥିରେ କେନ୍ଦ୍ରସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଏହାର ସାମାଧାନ ଲାଗି ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟିତ୍ବ ଦେଇଥିଲେ । ଏହାରେ ଶାହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ କଥାବାର୍ତ୍ତା କରିଥିଲେ । ଉଭୟଙ୍କ ମତାମତା ବୁଝିବା ପରେ ଶାହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ପରେ ମାମଲାର ଗମ୍ଭୀରତା ଓ ଗୁରୁତ୍ବକୁ ଦୃଷ୍ଟିରେ ରଖି ମାମଲାକୁ ସୁପ୍ରିମକୋର୍ଟରେ ଅବସରକାଳୀନ ଖଣ୍ଡପୀଠ ଆଗରେ ରଖାଗଲା । ଏହା ପରେ ସୁପ୍ରିମକୋର୍ଟ ରଥ ଗଡିବା ନେଇ ଗ୍ରୀନ ସିଗନାଲ ଦେଇଥିଲେ ।

କଟକଣାରେ ପୂଜା ପାଇଲେ ମା’ ଦଶଭୂଜା

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ଭକ୍ତ-ଭକ୍ତିରେ ଭୂତାଣୁ କଟକଣା । ବିନା ଭକ୍ତରେ ଧରାପୃଷ୍ଠକୁ ଆସିଥିଲେ ମା’ । ଆଉ ଏକଦମ ନରାଡମ୍ବରରେ ବିଦାୟ ନେଇଥିଲେ । ମା’ ଆସିବେ ବୋଲି ଭକ୍ତଗଣ ବିଭୋର ଥିଲେ ଯେ, ମହିଷାସୁର ବଦ୍ଧ କରିବା ପରି ଦେବୀ କୋରୋନା ରୂପି ରାକ୍ଷକକୁ ସର୍ବନାଶ କରିବେ । ହେଲେ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । କେବଳ ପୂଜାରୀଙ୍କ ଦ୍ବାରା ମା’ଙ୍କୁ ଆବହନ କରାଯାଇଥିଲା । ବିନା ରୋସଣୀରେ ବିଦାୟ ନେଇଥିଲେ । ସାର୍ବଜନୀନ ସ୍ଥାନରେ କରାନଯାଏ କେବଳ ପୂଜା ପେଣ୍ଡାଲରେ ଦୁର୍ଗାପୂଜା ହୋଇଥିଲା । ଫଳରେ ଦୁର୍ଗାପୂଜା ପ୍ରସିଦ୍ଧ କଟକରେ ଏଥର ଖାଁ ଖାଁ ହୋଇପଡିଥିଲା । ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ସାମୂହିକ ଗରବା ନାଚ ଉପରେ ମଧ୍ୟ କଟକଣା କରାଯାଇଥିଲା । କହିବାକୁ ଗଲେ ପାର୍ବଣର ଆରମ୍ଭ ଋତୁରେ ଏମିତି ଖାଁ ଖାଁ ଦଶନ୍ଧି ପରେ ଦେଖିବାକୁ ମିଳିଥିଲା । ସେପଟେ ସଂକ୍ରମଣକୁ ଦେଖି ସରକାରଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଦେଖାଦେଇଥିଲା ବିବାଦ । ଦୁର୍ଗାପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ଦେଖାଦେଇଥିବା ବିବାଦ । ସରକାର ହଠାତ ମୂର୍ତ୍ତିକୁ 4 ଫୁଟ ଘୋଷଣା ପରେ ହାଇକୋର୍ଟରେ ମାମଲା ଯାଇ ପହଞ୍ଚିଥିଲା । ଦଶହରା ପରି ଗଜଲକ୍ଷ୍ମୀ ପୂଜା ମଧ୍ୟ କଟକଣାରେ ଅନୁଷ୍ଠିତ ହୋଇଥିଲା ।

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ବିବାଦ-

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଣ୍ଡପର ସମସ୍ତ ମୂର୍ତ୍ତିକୁ 4 ଫୁଟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମା’ ମୂର୍ତ୍ତି ପୂର୍ବରୁ ତିଆରି ହୋଇଯାଇଥିବାରୁ ଅନେକ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଏପରିକି ମୂର୍ତ୍ତିର ଉଚ୍ଚତା ସଙ୍ଗେ ସଂକ୍ରମଣ ବୃଦ୍ଧିକୁ ନେଇ ମଧ୍ୟ ଯୁକ୍ତି ବାଢି ଅନେକ ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାରମ୍ବାର ଏହି ମାମଲାର ଶୁଣାଣି କରି ଶେଷରେ କୋର୍ଟ ମାତ୍ର 9ଟି ମଣ୍ଡପକୁ 4 ଫୁଟରୁ ଅଧିକ ଉଚ୍ଚତା ରଖିବାକୁ ଅନୁମତି ଦେଇଥିଲେ ।

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ବନ୍ଦ ହେଲା ଐତିହାସିକ ବାଲିଯାତ୍ରା:

କୋରୋନା ଯୋଗୁଁ ବନ୍ଦ ହୋଇଥିଲା ଓଡିଶାର ଗୌରବପୂର୍ଣ୍ଣ ବାଲିଯାତ୍ରା । ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ ଉପରେ ପଡିଥିଲା କୋରୋନାର କାଳ ନଜର । ଐତିହାସିକ ବାଲିଯାତ୍ରା ସହିତ ଗଡଗଡିଆ ଘାଟରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ଅନୁମତି ମିଳିନଥିଲା । କୋଭିଡ ସ୍ଥିତି ଦେଖି ନଭେମ୍ବରରେ ବାଲିଯାତ୍ରା କରିବା ସମ୍ଭବନୁହେଁ ବୋଲି କହି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ ଏଥିରେ ରୋକ୍‌ ଲଗାଇଥିଲେ । ବିଭିନ୍ନ ଶୈବ ପୀଠଗୁଡିକରେ କଟକଣା ଲାଗୁ ହୋଇଥିଲା । ତେବେ ଲୋକେ ନିଜର ପରମ୍ପରାକୁ ବଜାୟୀ ରଖିବାକୁ ଯାଇ ବ୍ୟକ୍ତିଗତ ଭାବେ ବନ୍ଦାଣ କରିଥିଲେ । ସେହିପରି କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କୁ ଶ୍ରୀକ୍ଷେତ୍ରକୁ ଆସିବାକୁ ବାରଣ କରାଯାଇଥିଲା । ଘରେ ରହି ପୂଜା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇତିହାସ ରଚିଲା 2020ର ପର୍ବପର୍ବାଣୀ
ଇତିହାସ ରଚିଲା 2020ର ପର୍ବପର୍ବାଣୀ

ସେହିପରି ଚଳିତବର୍ଷ ବରଗଡ ଧନୁଯାତ୍ରା ଅନୁଷ୍ଠିତ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଗୋଟିଏ ପରେ ଗୋଟିଏ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି ହୋଇଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 30, 2020, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.