ETV Bharat / city

ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ: ଦୈତାରୀ ପଣ୍ଡା ଓ କୈଳାସ ବେହେରାଙ୍କୁ ଜୀବନବ୍ୟାପୀ ସମ୍ମାନ - ତୁଷାର ଚାରିଟେବୁଲ ଟ୍ରଷ୍ଟ

ଭୁବନେଶ୍ବର ଜୟଦେବ ଭବନ ଠାରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ ୨୦୨୨ ଅୟୋଜିତ । ଏହି କାର୍ଯ୍ୟକ୍ରମରେ ଯାତ୍ରା ଜଗତରେ ପାରଦର୍ଶିତା ଅର୍ଜନ କରିଥିବା କଳାକାରମାନଙ୍କୁ ସମ୍ମାନୀତ କରାଯାଇଥିଲା । ଅଧିକ ପଢ଼ନ୍ତୁ

ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ ଆୟୋଜିତ

author img

By

Published : Jun 19, 2022, 10:09 PM IST

ଭୁବନେଶ୍ବର: ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ ୨୦୨୨ ଅୟୋଜିତ । ଜୟଦେବ ଭବନ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ତୁଷାର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଶିବିର କୁମାର ପରିଡା ଓ ସଭାପତି ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ । ଯାତ୍ରା ଜଗତରେ ନିଜର ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ପାରଦର୍ଶିତା ଅର୍ଜନ କରିଥିବା କଳାକାରଙ୍କୁ ଏଥିରେ ସମ୍ମାନୀତ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ମାନିତ ଅତିଥି ଭାବେ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଯାତ୍ରା ପ୍ରଯୋଜକ, ନିର୍ଦ୍ଦେଶକ ଓ ଯାତ୍ରା କଳାକାର କଲ୍ୟାଣ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ଯାତ୍ରା କଳାକାରଙ୍କୁ ଉତ୍ସାହିତ କରିବା ସହ ଆଗକୁ ଯିବାକୁ ପ୍ରେରଣା ଦେବ ବୋଲି ଅତିଥି ମାନେ ପ୍ରତିକ୍ରିୟା ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଅଭିନେତା ଭାବେ ବିନୋଦ ନାଥ, ଲରେନ୍ସ ବେହେରା ଓ କମଲ ନନ୍ଦଙ୍କୁ ସମ୍ମାନୀତ କରାଯାଇଥିଲା । ସେହିଭଳି ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବେରୀ ପାଢୀ, ବେବିନା ନାଥ ଓ ନମିତା ବେହେରାଙ୍କୁ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ ପ୍ରଦାନ କରାଯାଇଛି । ଲୋକପ୍ରିୟ ଯୋଡି ଭାବେ ରତିକାନ୍ତ - ମିଟୁନା, ହାସ୍ୟ କଳାକାର ଭାବେ ରାମ ନାୟକ, ଭିକାରୀ ସ୍ଵାଇଁ ଓ କଣ୍ଢେଇ ବିଶ୍ଵାଳ ସମ୍ମାନୀତ ହୋଇଥିଲେ । ଖଳନାୟକ ଭାବେ ଜ୍ଞାନ ସ୍ଵାଇଁ ଓ ସନ୍ଦୀପ ଦାସଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜୀବନବ୍ୟାପୀ ସମ୍ମାନ ଭାବେ ଦୈତାରୀ ପଣ୍ଡା ଓ କୈଳାସ ବେହେରାଙ୍କୁ ଏହି କଳାକାର ସମ୍ମାନ ପ୍ରଦାନ କରାଯାଇଥିଲା । ସେହିଭଳି ଲୋକପ୍ରିୟ ନାଟକ ଭାବେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିରର ଆଖିଏ ଲୁହକୁ ଛାତିଏ କୋହ ଓ ଲୋକପ୍ରିୟ ଅନୁଷ୍ଠାନ ଭାବେ ଯାତ୍ରା ରଙ୍ଗ ମହଲକୁ ସମ୍ମାନୀତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.