ETV Bharat / city

ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ବିଜୟ ସୁନ୍ଦରରାୟଙ୍କ ପୁସ୍ତକ ଲୋକାର୍ପଣ - ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ବିଜୟ ସୁନ୍ଦର ରାୟ

ଭୁବନେଶ୍ବରରେ ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ବିଶିଷ୍ଟ ଇଂରାଜୀ ଭାଷାର କବି ଓ ଲେଖକ ବିଜୟ କିଶୋର ସୁନ୍ଦରରାୟଙ୍କ ତିନୋଟି ପୁସ୍ତକ ଶନିବାର ଲୋକାର୍ପିତ ହୋଇଯାଇଛି । ଏହି ଉନ୍ମୋଚିତ ପୁସ୍ତକର କାହାଣୀ ବିଷୟରେ ଆଲୋକପାତ କରିବା ସହ ଏହା ଦର୍ଶକମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶାପୋଷଣ କରିଛନ୍ତି ।

writer-bijay-kishor-sundarray-books-release-in-bhubaneswar
ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ବିଜୟ ସୁନ୍ଦରରାୟଙ୍କ ପୁସ୍ତକ ଲୋକାର୍ପଣ
author img

By

Published : Mar 1, 2020, 12:53 PM IST

ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ବିଶିଷ୍ଟ ଇଂରାଜୀ ଭାଷାର କବି ଓ ଲେଖକ ବିଜୟ କିଶୋର ସୁନ୍ଦରରାୟଙ୍କ ତିନୋଟି ପୁସ୍ତକ ଶନିବାର ଲୋକାର୍ପିତ ହୋଇଯାଇଛି । ଯେଉଁଥିରେ ଗୋଟିଏ ଉପନ୍ୟାସ ପୁସ୍ତକ "ଆଟ୍ରାକସନ" ହୋଇଥିବାବେଳେ ଅନ୍ୟ ଦୁଇଟି କବିତା ପୁସ୍ତକ ଯଥାକ୍ରମେ "ଦ ସ୍ମାଇଲିଙ୍ଗ ରୋଜ" ଏବଂ "ସନସାଇନ ସୋନାଟା"ଅଟେ ।

ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହାକୁ ପ୍ରଫେସର ରାଜ କିଶୋର ମିଶ୍ର ,ଡକ୍ଟର ଶକୁନ୍ତଳା ବଳିୟାର ସିଂ ଏବଂ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଅତିଥିମାନେ ପୁସ୍ତକ ଗୁଡିକର ତର୍ଜମା କରିବା ସହ ସୁନ୍ଦରରାୟ ଦୀର୍ଘ ଲେଖକୀୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସୁନ୍ଦରରାୟ ଏପର୍ଯ୍ୟନ୍ତ 37ଟି ପୁସ୍ତକ ରଚନା କରିଥିବାବେଳେ ସେଗୁଡିକ ଦେଶ ବିଦେଶରେ ବେଶ ଲୋକାଦୃତ ହୋଇଥିବା କହିଛନ୍ତି ।

ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ବିଜୟ ସୁନ୍ଦରରାୟଙ୍କ ପୁସ୍ତକ ଲୋକାର୍ପଣ

ଏହା ସହିତ ଏହି ଉନ୍ମୋଚିତ ପୁସ୍ତକର କାହାଣୀ ବିଷୟରେ ଆଲୋକପାତ କରିବା ସହ ଏହା ଦର୍ଶକମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶାପୋଷଣ କରିଛନ୍ତି । ସୂଚନାଯୋଗ୍ୟ ଲେଖକ ଛତିଶଗଡ଼ ରାଜ୍ୟର ମୁଖ୍ୟ ସଚିବ ପଦରେ ଅବସ୍ଥାପିତ ଥିଲେ । ନିକଟରେ ପ୍ରଶାସନିକ ସେବାରୁ ଅବସର ଗ୍ରହଣ କରିବା ପରେ ଏବେ ଲେଖାଲେଖି ଉପରେ ଅଧିକ ସମୟ ବିନିଯୋଗ କରୁଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.