ETV Bharat / city

ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗମୁଦ୍ରାରେ ସମଗ୍ର ରାଜ୍ୟ - ଯୋଗ ଦିବସ

ସାରା ବିଶ୍ବ ଆଜି ପାଳୁଛି ଯୋଗ ଦିବସ । ଏଥିରୁ ବାଦ୍ ପଡିନି ଆମ ରାଜ୍ୟ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଲା ଠାରୁ ବୁଢା ଏକାଠି ହୋଇ ଯୋଗ କରିବା ସହ ସୁସ୍ଥ ଜୀବନ କାମନା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 21, 2019, 11:27 AM IST

ଆଜି ବିଶ୍ବ ଯୋଗ ଦିବସ । ଯୋଗମୁଦ୍ରାରେ ସାରା ବିଶ୍ବ । ଦେଶର କୋଣ ଅନୁକୋଣରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ଯୋଗର ଝଲକ । ସୁସ୍ଥ ରହିବା ନିମନ୍ତେ ଯୋଗ ଅପରିହାର୍ଯ୍ୟ । ଡେରିରେ ହେଉ ପଛେ ଯୋଗର ମାହାତ୍ମ୍ୟ ବୁଝି ପାରିଛି ଆଧୁନିକ ମଣିଷ ସେଥିପାଇଁ ତ ସାରା ବିଶ୍ବରେ ପାଳିତ ହେଉଛି ଯୋଗ ଦିବସ । ଚଳିତ ବର୍ଷର ଯୋଗର ଥିମ୍ ରହିଛି ୟୋଗା ଫର ହାର୍ଟ । ରାଜ୍ୟର ମଧ୍ୟ କୋଣ ଅନୁକୋଣରେ ମଧ୍ୟ ଯୋଗ କରିଛନ୍ତି ସଭିଏଁ ।

ଭିଡିଓ ସୌଜନ୍ୟ: ବ୍ୟୁରୋ, ଇଟିଭି ଭାରତ
  • ଭୁବନେଶ୍ବର: ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ ହେଉଛି । ଭୁବନେଶ୍ବର ସ୍ଥିତ ରେଳ କମ୍ୟୁନିଟି କେନ୍ଦ୍ରରେ ପାଖାପାଖି 5 ଶହ ଲୋକ ଯୋଗ କରିଥିଲେ । ଏହି ଶିବିରକୁ ଉଦଘାଟନ କରିଥିଲେ ପୂର୍ବତଟ ରେଳବାଇର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ।
  • ସେହିପରି ବିଏସଏଫ, ସିଆରପିଏଫ, ସିଆଇଏସଏଫ୍, ଆଇଟିବିପି, ଜୁନିୟର ଓ ସିନିୟର୍ ଅଧିକାରୀ ମାନେ ଏକତ୍ରିତ ହୋଇ ଯୋଗ କରିଥିଲେ । ସିଆରପିଏଫର ଷ୍ଟାଡିୟମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରାୟ 600ରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ ହୋଇ ଯୋଗ କରିଥିଲେ ।
  • ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ମଧ୍ୟ ପାଳିଛି ଯୋଗ ଦିବସ । ହଜାର ହଜାର ଲୋକ ଏକତ୍ରିତ ହୋଇ ଯୋଗ କରିଥିଲେ । ଆବାଳବୃଦ୍ଧବନିତା ଏକତ୍ରିତ ହୋଇ ଯୋଗ କରିଥିଲେ । ଆମ ପୂର୍ବଜମାନେ ଯୋଗ ଦ୍ୱାରା ନିରୋଗ ରହୁଥିଲେ କିନ୍ତୁ ଏହାକୁ ବିଶ୍ୱସ୍ତରରେ ପ୍ରଚଳିତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା ।
  • କେନ୍ଦୁଝର: ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ତେବେ କେନ୍ଦୁଝର ସହରରେ ଯୋଗ ମହୋତ୍ସବ କମିଟି ପକ୍ଷରୁ ସରସ୍ଵତୀ ଶିଶୁ ମନ୍ଦିର, ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଗୁଜୁରାଟୀ ସମାଜ, ପତଞ୍ଜଳୀ କେନ୍ଦ୍ର ପକ୍ଷରୁ ଏନଏସ ପୋଲିସ ହାଇସ୍କୁଲରେ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସହରର ଶତାଧିକ ଶିକ୍ଷାର୍ଥୀ ସାମିଲ ହୋଇଥିଲା ।
  • କୋରାପୁଟ: ସୀମା ସୁରକ୍ଷା ବାହିନୀ ( ବିଏସଏଫ) କ୍ୟାମ୍ପରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ବିଏସଏଫ, ଇଣ୍ଡିଆ ରିଜର୍ଭ ବାଟାଲିୟନ ଏବଂ ଓଏସପିର ଶତାଧିକ ଯବାନ ନିଜେ ସୁସ୍ଥ ରହିବା ସହ ସମଗ୍ର ଦେଶବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ କାମନା କରି ଯୋଗାଭ୍ୟାସ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ବିକାଶ ଦାସ, ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, କେନ୍ଦୁଝରରୁ ସନ୍ତୋଷ ମହାପାତ୍ର ଓ କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ଯୋଗର ଧର୍ମ ନାହିଁ, ଯୋଗ ଦ୍ୱାରା ଶାନ୍ତି ମିଳିଥାଏ।

ଅତ୍ୟାଧୁନିକ ଜୀବନ ଶୈଳୀ ମଣିଷକୁ ରୋଗାକ୍ରାନ୍ତ କରୁଛି। ମଧୁମେହ, ଉଚ୍ଚ ରକ୍ତଚାପ, ଗ୍ୟାଷ୍ଟିକ ପରି ରୋଗରେ ଆକ୍ରାନ୍ତ ହେଉଥିବା ମଣିଷ କୁ ରୋଗରୁ ମୁକ୍ତ ହେବା ପାଇଁ ରାସ୍ତା ଦେଖାଏ ଯୋଗ। ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ , ଏହା ଏକ ମାନସିକ ବ୍ୟାୟାମ ମଧ୍ୟ।

ଆଜି ବିଶ୍ୱ ଯୋଗ ଦିବସ। ଯୋଗା କରିବା ଦ୍ୱାରା ମଣିଷ ସର୍ବଦା ଶାନ୍ତି ପାଇଥାଏ। ଯାହା ଫଳରେ ଶାରୀରିକ ଓ ମାନସିକ ସ୍ଥରରେ ସୁସ୍ଥ ରହିଥାଏ। ଗୋଟେ ମଣିଷ ପାଇଁ ସବୁବେଳେ ଯୋଗ ର ଆବଶ୍ୟକତା ରହିଛି। କର୍ମମୟ ଜୀବନ ଭିତରେ ସମୟ ବାହାର କରି ଯୋଗର ଆବଶ୍ୟକତା କରିବା ଆବଶ୍ୟକ। ଦେଶର ସମସ୍ତ ବ୍ୟକ୍ତି ଏହାକୁ ପାଳନ କରିବା ଦରକାର , ଏହା ଏକ ବୈଜ୍ଞାନିକ ପଦ୍ଧତି ଏହାର କୌଣସି ଧର୍ମ ନାହିଁ ଏହା ଦ୍ବାରା ମଣିଷ ଶାନ୍ତି ପାଇଥାଏ ବୋଲି ଡିଆଇଜି ସି ଆର୍ ପି ଏଫ୍ ରାମ ଚରିତ୍ କହିଛନ୍ତି। 
ପ୍ରତ୍ୟେକ ଦିନ ସମସ୍ତେ ନିଜର କର୍ମ କ୍ଷେତ୍ରରେ ବ୍ୟସ୍ତ ରୁହନ୍ତି। ଯୋଗା ପାଇଁ ଅଳପ ସମୟ ବାହାର କରି ଯୋଗ କଲେ ସମସ୍ୟା ର ସମାଧାନ ହେବ ବୋଲି କହିଛନ୍ତି। ଯେଉଁ ଭଳି ଭାବରେ ରାମଦେବ ବାବା ବିଶ୍ଵଦରବାର ରେ ଯୋଗ କୁ ଏକ ଉଚ୍ଚ ରେ ରଖିଛନ୍ତି । ଯୋଗା ଦ୍ଵାରା ଜନସାଧାରଣ ଙ୍କୁ ସଚେତନ କରାଇଛନ୍ତି। କୌଣସି କାରଣରୁ ଯଦି ଦେହ ଖରାପ୍ ହୁଏ ତେବେ ଡାକ୍ତର ଙ୍କ ପାଖ କୁ ଯିବାକୁ ପଡ଼ିବନି। ଘରେ ବସିକି ମଧ୍ୟ ଯୋଗ ଦ୍ୱାରା ସମସ୍ତ ପ୍ରକାରର ରୋଗ ଆରୋଗ୍ୟ ହୋଇପାରେ ବୋଲି ଡିଆଇଜି ଜି ମୀନା କହିଛନ୍ତି।

Byte and visual send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.