ETV Bharat / city

BMC ଓ CFAR ପକ୍ଷରୁ ବିଶ୍ବ ଶୌଚାଳୟ ଦିବସ ପାଳିତ, ୪୭ ଇ-ଟଏଲେଟ ନିର୍ମାଣ ନେଇ ଯୋଜନା

author img

By

Published : Nov 18, 2021, 6:42 PM IST

BMC ଓ CFAR ନାମକ ଏକ ବେସରକାରୀ ସଂସ୍ଥା ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

World Toilet Day: BMC ଓ CFAR ପକ୍ଷରୁ ବିଶ୍ବ ଶୌଚାଳୟ ଦିବସ ପାଳିତ

ଭୁବନେଶ୍ବର: BMC ଓ CFAR ନାମକ ଏକ ବେସରକାରୀ ସଂସ୍ଥା ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଛି । BMC ଓ CFARର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ BMCର ଡେପୁଟି କମିଶନର, ଆଡିସନାଲ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇଥିଲେ । କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୧୯ ତାରିଖରେ ପଡ଼ୁଥିବାରୁ ଗୋଟିଏ ଦିନ ପୂର୍ବରୁ ଏହି ଦିବସ ପାଳନ କରିଛି ବିଏମସି ।

ଅନ୍ୟମାନଙ୍କ ମଧ୍ୟରେ ଆଜିର କାର୍ଯ୍ୟକ୍ରମରେ ନ୍ୟାସନାଲ କାଉନ୍ସିଲ ଫର୍‌ ଟ୍ରାନ୍ସଜେଣ୍ଡର ସଦସ୍ୟ ମୀରା ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ରାଜଧାନୀରେ ଥିବା କମ୍ୟୁନିଟି ଶୌଚାଳୟ ବିଷୟରେ ସୂଚନା ଦେଇଛନ୍ତି BMC କର୍ତ୍ତୃପକ୍ଷ ।

ବର୍ତ୍ତମାନ ଭୁବନେଶ୍ୱରରେ ୭୫ଟି କମ୍ୟୁନିଟି ଶୌଚାଳୟ ରହିଥିବାବେଳେ ୯୯ ପବ୍ଲିକ ଶୌଚାଳୟ, ୨୧ଟି ଇ-ଟଏଲେଟ, ୧୦ଟି bio-toilet ରହିଛି । ଭୁବନେଶ୍ବରରେ ବର୍ତ୍ତମାନ ୧୯୯୧ଟି ସିଟ୍‌ ଶୌଚାଳୟ ଅଛି । ୨୨ ହଜାର ଲୋକ ଏହି ସବୁ ଶୌଚାଳୟକୁ ପ୍ରତିଦିନ ବ୍ୟବହାର କରୁଛନ୍ତି । ଆଗାମୀ ଦିନରେ ୪୭ଟି ନୂତନ ଇ-ଟଏଲେଟ ନିର୍ମାଣ ପାଇଁ ଯୋଜନା ରହିଛି ।

ଏଥିସହିତ ସିଟି-ବସକୁ ବ୍ୟବହାର କରି କମ୍ୟୁନିଟି ଶୌଚାଳୟ ତିଆରି କରାଯିବ । ୬୭ ୱାର୍ଡରେ ତିଆରି ହୋଇଥିବା ପବ୍ଲିକ ଶୌଚାଳୟର ରକ୍ଷଣାବେକ୍ଷଣା କରାଯିବ । ଜାଗା ମିଶନ ଜରିଆରେ ୪୩୨ ବସ୍ତି ଅଞ୍ଚଳରେ ଶୌଚାଳୟ ହେବ । ସେପଟେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ପାଇଁ ଦାବି କରିଛନ୍ତି ନ୍ୟାସନାଲ କାଉନ୍ସିଲ ଫର୍‌ ଟ୍ରାନ୍ସଜେଣ୍ଡର ସଦସ୍ୟ ମୀରା ପରିଡ଼ା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.