ETV Bharat / city

ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ

author img

By

Published : Dec 5, 2021, 9:34 PM IST

ଆଜି ବିଶ୍ବ ବିଶ୍ୱ ମୃତ୍ତିକା ଦିବସ । ୨୦୧୪ ମସିହାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରାଯାଉଛି । ଅଧିକ ପଢନ୍ତୁ

'ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜୁରୁରୀ’

ଭୁବନେଶ୍ବର : ‘ବିଶ୍ୱ କୃଷି ଓ ଖାଦ୍ୟ ସଂଗଠନ’ ୨୦୧୪ ମସିହାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରିଆସୁଛି । ଆଜି(ରବିବାର) କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ , ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ରୋହିତ କୁମାର ଲେଙ୍କା ଯୋଗ ଦେଇଛନ୍ତି ।

ବିଶ୍ୱ ମୃତ୍ତିକା ଦିବସର ଉପାଦେୟତା ତଥା ଚଳିତ ବର୍ଷର ବାର୍ତ୍ତା ‘ମୃତ୍ତିକା ଲବଣତାର ପ୍ରତିରୋଧ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି’ ଉପରେ ଆଲୋକପାତ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ ବଶିଷ୍ଠ ତାଙ୍କ ଅଭିଭାଷଣରେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ବିଭାଗର ସମସ୍ତ ଉତ୍ପାଦନ ଭିତ୍ତିକ ଯୋଜନାରେ ମାଟି ସ୍ୱାସ୍ଥ୍ୟ ପରିଚାଳନା ଓ ବିଭିନ୍ନ ରୁଗ୍‌ଣ ମାଟିର ସୋଧନ ଏବଂ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି ବିଷୟରେ କାର୍ଯ୍ୟକ୍ରମ ରଖିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ତିନିଗୋଟି ନିର୍ଦ୍ଦେଶାଳୟର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କୁ ସନ୍ତୁଳିତ ସମନ୍ୱିତ ସାର ପରିଚାଳନା ଉପରେ ତାଲିମ ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଉତ୍ସବର ପ୍ରାରମ୍ଭରେ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । କୃଷି ବିଭାଗରେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହେଉଛି କାର୍ଯ୍ୟକ୍ରମ । ମୃତ୍ତିକାକୁ ସୁସ୍ଥ ରଖିବା ପାଇଁ ରାଜ୍ୟର ବିଭିନ୍ନ ମୃତ୍ତିକା ପରୀକ୍ଷାଗାର ଗୁଡ଼ିକରେ ମୃତ୍ତିକା ପରୀକ୍ଷା କାର୍ଡ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ମୃତ୍ତିକା ସ୍ୱାସ୍ଥ୍ୟ ଉପଯୋଗୀ ସାର ପରିଚାଳନା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ରାଜ୍ୟରେ ୧୩ ଲକ୍ଷ ଚାଷୀମାନଙ୍କୁ ୩୯ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବା ସୂଚନା ଦେଇଛନ୍ତି ।

ମୁଖ୍ୟବକ୍ତା ଭାବରେ ଓୟୁଏଟିର କୁଳପତି ଡ. ଅଗ୍ରୱାଲ ମାଟିର ଲବଣତା କିପରି ହ୍ରାସ କରାଯିବ ତାହା ଉପରେ ବିଶେଷ ସନ୍ଦର୍ଭ ରଖିଛନ୍ତି । ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ପ୍ରକୃତି ଓ ପୂର୍ବ ପୁରୁଷମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯଥା-ଜଳ ପରିଚାଳନା, ଫସଲ କିସମ ପରିଚାଳନା, ମାଟିରେ ଜୈବିକ ଅଙ୍ଗାର ବୃଦ୍ଧି ପାଇଁ ଗୋବର ଖତ ଆଦି ଯୋଗାଇ ମାଟିର ସୁସ୍ଥତା ବଜାୟ ରଖୁଥିଲେ । ବର୍ତ୍ତମାନର ଆହ୍ୱାନ ଅନୁସାରେ ମୃତ୍ତିକା ଲବଣତାର ହ୍ରାସ ଓ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା, ମାଟିର ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଏବଂ ମାଟିର ସୋଧନ ଓ ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେ କହିଛନ୍ତି ଯେ ମାଟି ଆମର ମେରୁଦଣ୍ଡ । ତେଣୁ ଏହାର ସୁରକ୍ଷା ପାଇଁ ବର୍ଷ ତମାମ କାର୍ଯ୍ୟକ୍ରମ ଓ ଚାଷୀମାନଙ୍କ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଦରକାର । ଏହା ପରେ ଅତିଥିମାନଙ୍କ ଦ୍ୱାରା ମୃତ୍ତିକା ରସାୟନ ବିଭାଗ, ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ଡ. ସୁବୋଧ କୁମାର ସାହୁଙ୍କ ଲିଖିତ ପୁସ୍ତକ ‘ମୃତ୍ତିକା’ ଉନ୍ମୋଚନ କରାଯାଇଛି । ଏହି ଉତ୍ସବରେ ଭାଗ ନେଇ କୃଷି ମନ୍ତ୍ରୀ ପୁସ୍ତକ ବିଷୟରେ ସମ୍ୟକ ଆଲୋଚନା କରିଛନ୍ତି । ମନ୍ତ୍ରୀ ନୟାଗଡ଼ରୁ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାଟିକୁ ମା’ ସହିତ ତୁଳନା କରିଛନ୍ତି । ମୁଠାଏ ମାଟି ସୃଷ୍ଟି ହେବା ପାଇଁ ୧୦ ସହସ୍ର ବର୍ଷ ଲାଗିଥାଏ । କିନ୍ତୁ ଆଜି ସେହି ମାଟି ମା’ ଅବହେଳା ପାଇଁ ଅସୁସ୍ଥ ଓ ରୋଗାଗ୍ରସ୍ତ । ସେ ତାଙ୍କ ଅଭିଭାଷଣରେ ମାଟିର ଲବଣତାକୁ ପ୍ରତିରୋଧ କରି ମାଟିର ଉର୍ବରତା ବୃଦ୍ଧି କରିବା ଉପରେ ଏକ ଉଦାହରଣ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର ଓ ଭଦ୍ରକରେ ଗତବର୍ଷ ‘ୟାସ୍‌’ ବାତ୍ୟା ଯୋଗୁଁ ପ୍ରାୟ ୪ ହଜାର ହେକ୍ଟର ଜମିରେ ଲୁଣା ମାଡ଼ି ଯାଇଥିଲା । ସେ ଅଞ୍ଚଳ ପରିଦର୍ଶନ କରି ସେ ଚାଷୀଭାଇମାନଙ୍କ ବିଭିନ୍ନ ଲୁଣି ସହନଶକ୍ତି ଥିବା କିସମ ଧାନ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଜୁଆରଜନିତ କ୍ଷତି ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ଓ ଜଙ୍ଗଲ ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ । ଏଥିପାଇଁ କୃଷି ବିଭାଗ, ଜଙ୍ଗଲ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ମିଳିତ ଭାବେ କାର୍ଯ୍ୟକରି ଜଙ୍ଗଲ ବୃଦ୍ଧି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ୨.୫ ଲକ୍ଷ ହେକ୍ଟର ଲବଣାକ୍ତ ସମୁଦ୍ରକୂଳିଆ ଅଞ୍ଚଳ ରହିଛି । ଏହି ଅଞ୍ଚଳରେ କୃଷିର ଉନ୍ନତି ପାଇଁ ଗବେଷଣା ନିତାନ୍ତ ଦରକାର । ଏଥିପାଇଁ ସେ ଓୟୁଏଟିର କୁଳପତିଙ୍କୁ ପ୍ରଚେଷ୍ଟା କରିବା ପାଇଁ ଅନୁରୋଧ କରିଛନ୍ତି ।

ଓୟୁଏଟି, ସୋଆ କୃଷି ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ୍‌ କୃଷି ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ କୃଷି ବିଶ୍ୱବିଦ୍ୟାଳୟ ଆଦି ସମସ୍ତଙ୍କୁ ଏକତ୍ରିତ କରି ମାଟି ସୁସ୍ଥତା ବିଷୟରେ ଏକ ସମ୍ମିଳନୀ କରିବା ପାଇଁ ଅନୁରୋଧ କରିଛନ୍ତି । ଚାଷୀମାନଙ୍କ ନିମନ୍ତେ ମୃତ୍ତିକା ସୁସ୍ଥତା ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଶେଷରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି । ପରେ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ।

ଏଥିରେ କୃଷି ବିଶ୍ୱବିଦ୍ୟାଳୟର ଡିନ୍‌ ଡ. କୁମ୍ଭକର୍ଣ୍ଣ ରାଉତ ସଭାପତିତ୍ୱ କରିଛନ୍ତି । ଏହି ଆଲୋଚନା ଚକ୍ରରେ ଭାଗ ନେଇ ମୃତ୍ତିକା ରସାୟନ ବିଭାଗର ପ୍ରଫେସର ଡ. ଆର୍‌.କେ. ନାୟକ ଲବଣାକ୍ତ ମାଟିର ସୁରକ୍ଷା ଓ ତା’ର ନିରାକରଣ ବିଷୟରେ ଆଲୋକପାତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସ୍‌ଫେଟ୍‌ ଲିଃ.ର ବିଶ୍ୱଜିତ ନନ୍ଦ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ରୁଗ୍‌ଣ ମାଟିର ପୁନରୁଦ୍ଧାର ଓ ନିରାକରଣ ବିଷୟରେ ଆଲୋକପାତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.