ETV Bharat / city

ଓଡ଼ିଶୀ ସଙ୍ଗୀତ ନିଜେ ସ୍ବତନ୍ତ୍ର, ପରିଚୟ ନୁହେଁ ପ୍ରଚାର ପ୍ରସାରର ରହିଛି ଆବଶ୍ୟକତା

ସଙ୍ଗୀତ ହେଉଛି ଜୀବନ ଆଉ ସାଧନ । ସେଥିପାଇଁ କୁହାଯାଏ ସାତ ସୁରେ ବନ୍ଧା ଏ ଜୀବନ । ଅଧିକ ପଢ଼ନ୍ତୁ

author img

By

Published : Jun 22, 2022, 12:09 PM IST

ଓଡ଼ିଶୀ ସଙ୍ଗୀତ ନିଜେ ସ୍ବତନ୍ତ୍ର, ଆମକୁ ପରିଚୟ  ନୁହେଁ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି

ଭୁବନେଶ୍ବର: ସଙ୍ଗୀତ ବିନା ଜୀବନ ଅଧୁରା । ଦୁଃଖସୁଖରେ ମଣିଷର ସାଥୀ ହୋଇ ରହିଥାଏ ସଙ୍ଗୀତ । ଆଉ ଏହି ସଙ୍ଗୀତର ମୂର୍ଚ୍ଛନାରେ ହିଁ ମୃତ ଜୀବିତ ହୋଇ ଉଠେ ଆଉ ଲୋକ ନିଜର କ୍ଲାନ୍ତ ସମୟକୁ ମନୋରଞ୍ଜନ କରିଥାନ୍ତି । ଆଜି ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଏହାରି ଭିତରେ କମି କମି ଯାଉଛି ଓଡ଼ିଶୀ ସଙ୍ଗୀତ ପରିବେଷଣ । ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ୧୪ ବର୍ଷ ବିତିଗଲାଣି । ଏ ଭିତରେ ଜାତୀୟସ୍ତରରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ ବହୁଥର ପ୍ରସଙ୍ଗ ଉତ୍‌ଥାପିତ ହୋଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ହେଉ ଅବା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି, ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଏ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇସାରିଲେଣି ।

ଏହି ପରିସ୍ଥିତିରେ ନିଜ ରାଜ୍ୟରେ ତଥା ଦେଶ ଓ ଦେଶ ବାହାରେ ଓଡ଼ିଶୀ ସଙ୍ଗୀତକୁ ଅଧିକରୁ ଅଧିକ ପରିବେଷଣ କରି ଏହାକୁ ଆମେ ଲୋକାଦୃତ କରିପାରନ୍ତେ । ଓଡ଼ିଶୀ ସଙ୍ଗୀତ ଉପରେ ଗଭୀର ଗବେଷଣା କରି ଏହାର ପ୍ରାଚୀନତା ଓ ଶାସ୍ତ୍ରୀୟତା ପ୍ରମାଣିତ କରିପାରନ୍ତେ। କିନ୍ତୁ ତାହା ତ’ ହେଉନାହିଁ, ଓଲଟା ରାଜ୍ୟ ସରକାର ଓଡ଼ିଶାରେ ହିଁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଓ ପରିବେଷଣର ଭିତ୍ତିଭୂମିକୁ ଦୁର୍ବଳ କରି ରଖିଛନ୍ତି ।

ରାଜଧାନୀ ତଥା ରାଜ୍ୟ ଭିତରେ ବର୍ଷତମାମ୍‌ ନାଟକ ଓ ଓଡ଼ିଶୀ ନୃତ୍ୟ ଉତ୍ସବ ଆୟୋଜନ କରାଯାଉଥିବା ବେଳେ କାଁ ଭାଁ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହେଉଛି । ଏଥିସହ ଓଡ଼ିଶୀ ସଙ୍ଗୀତ ଶିଳ୍ପୀଙ୍କ ଗାୟନ ଆଧାରରେ ପୂର୍ବରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହେଉଥିଲା। କିନ୍ତୁ ଏବେ କଣ୍ଠଶିଳ୍ପୀଙ୍କ ବଦଳରେ ଟେପ୍‌ ରେକର୍ଡର୍‌ର ସଙ୍ଗୀତ ଆଧାରରେ ଓଡ଼ିଶୀ ନୃତ୍ୟ ପରିବେଷଣ ହେଉଛି । ଏହାକୁ ନେଇ ଅନେକ କଳାକାର ପଛରେ ରହିଯାଉଛନ୍ତି ।

ଏପରିକି ମଞ୍ଚରେ ରେକର୍ଡିଂ ବଜାଇ ନୃତ୍ୟ ପରିବେଷଣକୁ ନାପସନ୍ଦ କରିଛନ୍ତି ଓଡ଼ିଶୀ ସଙ୍ଗୀତ ଗବେଷକ ମାନେ। ତେଣୁ ସଙ୍ଗୀତ ପରିବେଷଣ ପାଇଁ ଅଧିକ ମଞ୍ଚ ଲୋଡ଼ା । ନୃତ୍ୟଶିଳ୍ପୀ ଦଳ ସହ ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ଓ ବାଦ୍ୟଶିଳ୍ପୀମାନେ ମଞ୍ଚରେ ସିଧାସଳଖ ସଙ୍ଗୀତ ପରିବେଷଣ କଲେ, ଓଡ଼ିଶୀ ସଙ୍ଗୀତର ଅଧିକରୁ ଅଧିକ ପ୍ରଚାର ପ୍ରସାର ହୁଅନ୍ତା ।

ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି କି, ‘ଆମକୁ କାହାକୁ କୌଣସି ମାନ୍ୟତାର ଆବଶ୍ୟକତା ନାହିଁ । ଆମ ସ୍ବତନ୍ତ୍ରତାକୁ ଉଜ୍ଜୀବିତ କରିବା ପାଇଁ ମିଳିମିଶି କାର୍ଯ୍ୟ କରିବାର ଅଛି ଆଉ ଏହାର ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି । ଓଡ଼ିଶୀ ସଙ୍ଗୀତର ଧାରାରେ ଉଲ୍ଲସିତ ହେବ ଧରା । ଆଉ ସାରା ବିଶ୍ବରେ ବିକଶିତ ହେବ ଏହାର ଧାରା ପୌରାଣିକ କାଳରୁ ସଙ୍ଗୀତ ବିଦ୍ୟମାନ । ଜୀବନରେ ସଙ୍ଗୀତର ଗୁରୁତ୍ବ ବାବଦରେ ଲୋକଙ୍କୁ ଅବଗତ କରାଇବା ତଥା ସଙ୍ଗୀତ ସହିତ ଜଡ଼ିତ କଳାକାରଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ‘ବିଶ୍ବ ସଙ୍ଗୀତ ଦିବସ’ ଭାବେ ପାଳନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.