ETV Bharat / city

ନୀରବତା ନୁହେଁ ସମୟ ଆସିଛି ସ୍ବାଭିମାନର ସହ ବଞ୍ଚିବାର: ସୁଲୋଚନା ଦାସ

author img

By

Published : May 29, 2022, 12:12 PM IST

ରାଜଧାନୀରେ ପାଳିତ ହୋଇଯାଇଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ । ଶନିବାର ସ୍ଵେଚ୍ଛାସେବୀ ସଂଗଠନ ଆଇନା ଓ ୟୁନିସେଫ ଓଡ଼ିଶା ସହଭାଗିତାରେ କଲୋଳ ପୁରଷ୍କାର ମହୋତ୍ସବ ଓ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଆୟୋଜିତ ହୋଇଥିଲା । ଅଧିକ ପଢ଼ନ୍ତୁ

world menstrual hygiene day celebrated in bhubaneswar
ନୀରବତା ଭାଙ୍ଗି ସ୍ବାଭିମାନ ସହ ବଞ୍ଚିବାର ସମୟ ଆସିଛି: ସୁଲୋଚନା ଦାସ

ଭୁବନେଶ୍ବର: ରାଜଧାନୀରେ ପାଳିତ ହୋଇଯାଇଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ । ଶନିବାର ସ୍ଵେଚ୍ଛାସେବୀ ସଂଗଠନ ଆଇନା ଓ ୟୁନିସେଫ ଓଡ଼ିଶା ସହଭାଗିତାରେ କଲୋଳ ପୁରଷ୍କାର ମହୋତ୍ସବ ଓ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଆୟୋଜିତ ହୋଇଥିଲା । ଋତୁସ୍ରାବ ସମ୍ବନ୍ଧୀୟ ଅନ୍ଧବିଶ୍ଵାସକୁ ଦୂର କରିବା ତଥା ସଚେତନତାର ବାର୍ତା ବାଣ୍ଟିବାକୁ ପ୍ରତିବର୍ଷ ଏହି ମହୋତ୍ସବ ହୋଇଆସୁଛି । ତେଣୁ ସଚେତନତା ପାଇଁ ୧୦ଟି ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଚିତ୍ର ପ୍ରଦର୍ଶନ, ରେଡିଓ ଜଙ୍ଗଲ, ଓଡିଶୀ ନୃତ୍ୟ ପ୍ରମୁଖ ପ୍ରଦର୍ଶିତ କରାଯିବା ସହ ପ୍ରତିଭାଙ୍କୁ ପୁରସ୍କାର ବିତରଣ କରାଯାଇଛି ।

ଏହି ଅବସରରେ ଆଇନା ଦ୍ଵାରା ପ୍ରସ୍ତୁତ ଏକ ମ୍ୟୁଜିକ ଭିଡିଓ ଉନ୍ମୋଚିତ କରାଯାଇଛି । ୧୦ଟି ଶ୍ରେଷ୍ଠ ସିନେମା ପୁରସ୍କୃତ ହୋଇଛି । ଭୁବନେଶ୍ଵର ମେୟର ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଏକ ଭିନ୍ନ ପ୍ରସଙ୍ଗକୁ ସାମନାକୁ ଆଣିବାର ପ୍ରୟାସ କରିଥିବାରୁ ଆଇନା ଓ ୟୁନିସେଫକୁ ଧନ୍ୟବାଦ ଜଣାଇଛନ୍ତି । ଋତୁସ୍ରାବ ପାଇଁ ଏବେ ବି ସମାଜରେ ଅନେକ ଅନ୍ଧବିଶ୍ଵାସ ରହିଛି ଯାହା ଫଳରେ ପ୍ରକୃତ ସତ୍ୟତା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ନିଜର ମତ ରଖିଥିଲେ ।

ତେଣୁ ବର୍ତମାନ ସେ ନୀରବତା ଭାଙ୍ଗିବା ଏବଂ ନିଜନିଜ ପରିବାରରେ ଖୋଲାଖୋଲି କଥା ହେବାର ସମୟ ଆସିଯାଇଛି । ଝିଅଟିଏ ନିଜ ଲାଜକୁ ଛାଡି ସମୟ ତାଳ ଦେଇ ଆଗକୁ ବଢିବା ଦରକାର । ଆଉ ନିଜ ସହ ସମାଜରେ ଲୋକଙ୍କ ମାନସିକତା ପରିବତ୍ତର୍ନ କରି ସ୍ବାଭିମାନର ସହ ସମାଜରେ ବଞ୍ଚିବା ଯାହା ତାର ଅଧିକାର ବୋଲି ସେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.