ETV Bharat / city

World Letter Writing Day: ମନେ ପଡେ ଚିଠି ଆସିଛି... ଚିଠି - ସ୍ପେଶାଲ ଷ୍ଟୋରୀ

ଅନୁଭୂତିର କୋଳାହଳ ଯେବେ ମନକୁ ଆନ୍ଦୋଳିତ କରେ, ସେତେବେଳେ କଲମରୁ ୨ ଧାଡି ଝଡିପଡେ । ତା'ର ନାମ ଚିଠି ହୁଏ । ସବୁକଥା କହି ହୁଏନି, ଯେଉଁ ଅକୁହା କଥା କହି ହୁଏନି ବ୍ୟକ୍ତିଟିଏ ତାକୁ କଲମରେ ଜୀବନ ଦିଏ, ସେ ମୂର୍ତ୍ତିର ନାମ ଚିଠି ହୁଏ । ଆଜି ଏହି ଚିଠି ଲେଖାର ଦିବସ । ଅଧିକ ପଢନ୍ତୁ...

WORLD LETTER WRITING DAY: ମନେ ପଡେ, ଚିଠି ଆସିଛି... ଚିଠି

author img

By

Published : Sep 1, 2021, 10:46 AM IST

ହାଇଦ୍ରାବାଦ: ଅନୁଭୂତିର କୋଳାହଳ ଯେବେ ମନକୁ ଆନ୍ଦୋଳିତ କରେ, ସେତେବେଳେ କଲମରୁ ୨ ଧାଡି ଝଡି ପଡେ । ତା'ର ନାମ ଚିଠି ହୁଏ । ସବୁକଥା କହି ହୁଏନି, ଯେଉଁ ଅକୁହା କଥା କହି ହୁଏନି ବ୍ୟକ୍ତିଟିଏ ତାକୁ କଲମରେ ଜୀବନ ଦିଏ, ସେ ମୂର୍ତ୍ତିର ନାମ ଚିଠି ହୁଏ । ଖଣ୍ଡିଏ କାଗଜ ଆଉ ଟିକିଏ କାଳିର ସାହାରାରେ ସ୍ମୃତି, ବର୍ତ୍ତମାନ ଆଉ ସମ୍ପର୍କର କାହାଣୀ ଥାଏ ଚିଠିରେ । କହିଦେଲେ ଭୁଲିଯିବାର ଆଶଙ୍କା ଅଛି, ତେଣୁ ବ୍ୟକ୍ତିଟିଏ ଚିଠି ଲେଖେ । ବିଶେଷ କରି କହିବାକୁ ଗଲେ ହୃଦୟର କଥାକୁ ପ୍ରମାଣର ଆଖ୍ୟା ଦିଏ ଚିଠି ।

ଦିନ ଥିଲା ଚିଠିର ଆଦୃତି ଖୁବ୍ ଚକ୍ ମକ୍ କରୁଥିଲା । ଚିଠି ଲେଖାକୁ ନେଇ ଗାଁ, ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଭାରି ଚର୍ଚ୍ଚା ହେଉଥିଲା । ଚିଠି ଆସିଛି... ଚିଠି ଡାକବାଲାର ଏ ଶବ୍ଦ କାନରେ ପଡିଗଲେ, ରୋଷେଇ ଘରୁ ଦାଣ୍ଡ ଦୂଆର ମୁହଁକୁ ଧାଇଁ ଆସେ ବୋହୂ, ଠାକୁର ଘରୁ ମୁହଁ ବୁଲାଇ ଚାହେଁ ମାଆ, ନାତିଙ୍କ ସହ ଖେଳୁଥିବା ବାପା ପଚାରେ କଣ ଆମ ପୁଅ ଦେଇଛି... ? ଏହି ପ୍ରଶ୍ନ ଆଉ ଅପେକ୍ଷାର ଆଖି ଦୁଇ ହଳ ବଖାଣି ଦିଏ ବାସ୍ତବରେ ଚିଠିର ମୂଲ୍ୟ କଣ ଥିଲା । ଆଜ୍ଞା ହଁ ଥିଲା, ପୂର୍ବ ସମୟରେ ଚିଠିର ମୂଲ୍ୟ ବେଶ୍ ଆଦୃତ ଥିଲା ।

ଶାଶୂଘର ଚୁଲି ପାଖରେ ଝିଅର ବାପଘର ସ୍ମୃତି, ସୀମାରେ ଗାଁ କଥା ଆଉ ଚାକିରି ହେବାର ଖବର ଏସବୁ ଆଗରୁ ଚିଠି ହିଁ ମିଳୁଥିଲା । ଧିରେ ଧିରେ ଆଧୁନିକତା ମାଡି ବସିଲା । ଟେକ୍ନୋଲୋଜିର ଉଦ୍ଭାବନ ହେଲା । ମନର କଥାକୁ ନିମିଷକେ ବଖାଣିବାର ସୁଯୋଗ ମିଳିଲା । ଆଉ ଚିଠିର ଆଦୃତି କମିଗଲା । ହେଲେ ସବୁ ପରେ ମଧ୍ୟ ଯେତେ, ମେସେଜ୍, ଇମେଲ ବା ହ୍ବାଟ୍ସଆପ୍ ଭଳି ଆପ୍ ଆସୁ ଚିଠିରେ ଥିବା ସେ ଭାବ ଆଉ କେଉଁଠି ବି ମିଳିବନି । ଏଥିପାଇଁ ଆଜି ବି ପାଳନ ହେଉଛି ବିଶ୍ବ ଚିଠି ଲେଖା ଦିବସ ।

ଆଜି 'ବିଶ୍ବ ଚିଠି ଲେଖା' ଦିବସ । ୨୦୧୪ ମସିହାରେ ରିଚାର୍ଡ ସିମ୍ପକିନ୍ ଏହି ଦିବସର ଉଦ୍ଭାବନ କରିଥିଲେ । 1990 ଦଶକର ଶେଷ ଭାଗରେ, ସିମ୍ପକିନ୍ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ବୋଲି ବିବେଚନା କରୁଥିବା ଲୋକଙ୍କୁ ଏକ ଚିଠି ଲେଖିଥିଲେ । ଯେତେବେଳେ ଏହି କିମ୍ବଦନ୍ତୀମାନେ ତାଙ୍କୁ ଚିଠି ମାଧ୍ୟମରେ ଉତ୍ତର ଦେଇଥିଲେ ସେତେବେଳେ ସେ ଉତ୍ସାହିତ ହୋଇଥିଲେ । 2005ରେ, ସିମ୍ପକିନ୍ ତାଙ୍କ ପୁସ୍ତକ 'ଅଷ୍ଟ୍ରେଲିୟ କିମ୍ବଦନ୍ତୀ' ପ୍ରକାଶ କରିଥିଲେ । ଚିଠିରେ ଥିବା ଶବ୍ଦ ତାଙ୍କୁ ଅଧିକ ଉତ୍ସାହିତ କରିଥିଲା, ଯାହା ସେତେବେଳେ ସିମ୍ପକିନଙ୍କ ପ୍ରକଳ୍ପକୁ ସମ୍ଭବ କରିଥିଲା । ଏହାପରେ ସେ ଚିଠି ଲେଖା ପ୍ରତି ଅଧିକ ଆକୃଷ୍ଟ ହେବା ସହ ସୋସିଆଲ ମିଡିଆରୁ ବିରତି ନେଇ କିପରି ଚିଠି ପ୍ରତି ଆଦୃତି ବୃଦ୍ଧି ପାଇବ ସେନେଇ ଅଭିଯାନ କରିଥିଲେ । ଏହାପରେ ସେପ୍ଟେମ୍ବର ୧ ଆଜିର ଦିନକୁ ୨୦୧୪ ମସିହାରୁ ବିଶ୍ବ ଚିଠି ଲେଖା ଦିବସ ଭାବେ ପାଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.