ETV Bharat / city

'କଡାକଡ଼ି ହେବ କାଳିଆ ହିତାଧିକାରୀ ଚିହ୍ନଟ'

author img

By

Published : Jul 30, 2019, 10:56 PM IST

Updated : Jul 30, 2019, 11:22 PM IST

କାଳିଆ ଯୋଜନାକୁ ଅଧିକ ସକ୍ରିୟ ଓ କଡାକଡି କରିବାକୁ ଶେଷ ହୋଇଛି କର୍ମଶାଳା । ରାଜଧାନୀ କୃଷି ଭବନରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଏହି କର୍ମଶାଳା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାଳିଆ ଯୋଜନାରେ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ କଡାକଡ଼ି କରାଯିବ । ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବ ଚାଷୀଙ୍କ ଚିହ୍ନଟ ପ୍ରକ୍ରିୟା । ଚାଷୀଙ୍କ ଚୂଡାନ୍ତ ତାଲିକା ଅଗଷ୍ଟ ଶେଷ ସୁଦ୍ଧା ସାର୍ବଜନୀନ କରାଯିବ । କାଳିଆ ୱେବ ପୋର୍ଟାଲରେ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ । ତାଲିକାରୁ ଯେମିତି କେହି ବି ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ଜିଲ୍ଲାସ୍ତରୀୟ କାଳିଆ ନୋଡାଲ ଅଫିସର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି କୃଷିମନ୍ତ୍ରୀ । ଯୋଗ୍ୟ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା କିଭଳି ଭାବେ କରାଯିବ ସେ ନେଇ ଭୁବନେଶ୍ବର କୃଷି ଭବନରେ ଆୟୋଜିତ କାଳିଆ ଅଧିକାରୀଙ୍କ କର୍ମଶାଳାରେ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ରାଜ୍ୟରେ ଏ ପର୍ଯ୍ୟନ୍ତ ୭୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୯ ଲକ୍ଷ ଚାଷୀ କାଳିଆ ପାଇଁ ଗ୍ରୀନ ଫର୍ମରେ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୫୧ ଲକ୍ଷ ଚାଷୀ ଟଙ୍କା ପାଇସାରିଛନ୍ତି । କାଳିଆ ଯୋଜନା ଏକ ବୃହତ ଯୋଜନା । କିଭଳି ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ଏ ଯୋଜନାରେ ସାମିଲ କରାଯିବ ସେ ନେଇ କର୍ମଶାଳା ଆୟୋଜନ କରାଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି । ତେବେ ପଞ୍ଚାୟତ ସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି । ଯେହେତୁ ପ୍ରାଥମିକ ସ୍ତରରେ ଖୁବ କମ ସମୟରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା ସେ ନେଇ ହିତାଧିକାରୀ ଚୟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା, ଆଗକୁ ସାମିଲ ପ୍ରକ୍ରିୟା ସୁବ୍ୟବସ୍ଥିତ କରାଯିବ ବୋଲି ଭୁବନେଶ୍ବର ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ କହିଛନ୍ତି ।ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ରାଜ୍ୟରେ କାଳିଆ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ କଡାକଡ଼ି କରାଯିବ।ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।

Body:କାଳିଆ ଯୋଜନାରେ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ କଡାକଡ଼ି କରାଯିବ।ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ହେବ କାର୍ଯ୍ୟାନୁଷ୍ଠାନ।ଅଗଷ୍ଟ ୨୦ ସୁଦ୍ଧା ଶେଷହେବ ଚାଷୀଙ୍କ ଚିହ୍ନଟ ପ୍ରକ୍ରିୟା।ଚାଷୀଙ୍କ ଚୁଡାନ୍ତ ତାଲିକା ଅଗଷ୍ଟ ଶେଷ ସୁଦ୍ଧା ସାର୍ବଜନୀନ କରାଯିବ।କାଳିଆ ୱେବ ପୋର୍ଟାଲରେ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ।ତାଲିକାରୁ ଯେମିତି କେହି ବି ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତି ଜିଲ୍ଲାସ୍ତରୀୟ କାଳିଆ ନୋଡାଲ ଅଫିସର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି କୃଷି ମନ୍ତ୍ରୀ।ଯୋଗ୍ୟ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା କିଭଳି ଭାବେ କରାଯିବ ସେ ନେଇ ଭୁବନେଶ୍ୱର କୃଷି ଭବନରେ ଆୟୋଜିତ କାଳିଆ ଅଧିକାରୀଙ୍କ କର୍ମଶାଳାରେ ଟିପ୍ସ ଦେଇଛନ୍ତି କୃଷିମନ୍ତ୍ରୀ।

କେହିବି ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତି,କି ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୁଏ,ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।ଏପରିକି ସେମାନଙ୍କ ଦରମାରୁ କ୍ଷତି ଭରଣା କରାଯିବ।କାଳିଆ ଯୋଜନାରେ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମନ୍ତ୍ରୀ ଅଫିସର ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।ରାଜ୍ୟରେ ଏ ପର୍ଯ୍ୟନ୍ତ ୭୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି।କିନ୍ତୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୯ ଲକ୍ଷ ଚାଷୀ କାଳିଆ ପାଇଁ ଗ୍ରୀନ ଫର୍ମରେ ଆବେଦନ କରିଛନ୍ତି।ସେଥିମଧ୍ୟରୁ ୫୧ ଲକ୍ଷ ଚାଷୀଙ୍କ ଟଙ୍କା ପାଇସାରିଛନ୍ତି।

କାଳିଆ ଯୋଜନା ଏକ ବୃହତ ଯୋଜନା।ଏହି ଯୋଜନାରେ ୭୫ ଲକ୍ଷ ଚାଷୀ ପରିବାରକୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ ରଖାଯାଇଛି।କିଭଳି ଭାବେ ଯୋଗ୍ୟ ହିତାଧିକାରୀ ଙ୍କୁ ଏ ଯୋଜନାରେ ସାମିଲ କରାଯିବ,ଆଯୋଗ୍ୟ ହିତାଧିକାରୀ ବାଦ ପଡିବେ ସେ ନେଇ ଆଜିର କର୍ମଶାଳା ଆୟୋଜନ କରାଯାଇଛି ବୋଲି କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ କହିଛନ୍ତି।

କାଳିଆ ଯୋଜନାରେ ,ବିଶେଷକରି ଯୋଗ୍ୟହିତାଧିକାରୀ କିଭଳି ସାମିଲ କରାଯିବ ସେ ନେଇ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।ଆଯୋଗ୍ୟ ହିତାଧିକାରୀ କିଭଳି ବାଦ ପଡିବେ ସେ ନେଇ ଏ କର୍ମଶାଳା ଚାଲିଛି।ପଞ୍ଚାୟତ ସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି ।ଯେହେତୁ ପ୍ରାଥମିକ ସ୍ତରରେ ଖୁବ କମ ସମୟରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା ସେ ନେଇ ହିତାଧିକାରୀ ଚୟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା ,ଆଗକୁ ସାମିଲ ପ୍ରକ୍ରିୟା ସୁବ୍ୟବସ୍ଥିତ କରାଯିବ ବୋଲି ଭୁବନେଶ୍ବର ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ କହିଛନ୍ତି।

Conclusion:ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରାଯିବା ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ,ଆଗକୁ ସମୟ କହିବ କେଉଁ ମାନଦଣ୍ଡ ରେ ଯୋଗ୍ୟ ହିତାଧିକାରୀ ଚୟନ କରାଯାଉଛି।
Last Updated : Jul 30, 2019, 11:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.