ETV Bharat / city

ଚାଷୀଙ୍କ ଆୟ ହେବ ଡବଲ ! ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ମାନସମନ୍ଥନ - ଫୋକସରେ ଚାଷୀ

ଓଡ଼ିଶାରେ ଚାଷୀଙ୍କର ଦୁଇଗୁଣା ଆୟ କେମିତି ହେବ ? ଲକ୍ଷ୍ୟ ହାସଲ କରିବାକୁ କେଉଁ ସବୁ ପଦକ୍ଷେପ ନିଆଯିବ ? ଏ ନେଇ ଚାଲିଛି ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ମାନସମନ୍ଥନ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 29, 2019, 3:54 PM IST

ଭୁବନେଶ୍ବର: ଓଡ଼ିଶାରେ ଚାଷୀଙ୍କ ଆୟ ଡବଲ କେମିତି ହେବ ? ଲକ୍ଷ୍ୟ ହାସଲ କରିବାକୁ କେଉଁ ସବୁ ପଦକ୍ଷେପ ନିଆଯିବ ? ଏ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ କର୍ମଶାଳା କରାଯାଇ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଲୋଚନା କରାଯାଇଛି । ବିଶେଷ କରି ଚାଷୀଙ୍କୁ ମାର୍କେଟ ଲିଂକେଜ ସୁବିଧା ଯୋଗାଇବା ଓ ପ୍ରାଥମିକ କୃଷି ସମବାୟ ସମିତିର ଭୂମିକା ଉପରେ ଜୋର ଦିଆଯାଇଛି ।

ରାଜ୍ୟର 87 ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ 73 ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ସେହିପରି ମୋଟ ଜନସଂଖ୍ୟା ର 38 ପ୍ରତିଶତ ଆଦିବାସୀ, ଦଳିତ । ଏମାନଙ୍କ ସଂଖ୍ୟା ପ୍ରାୟ 1 କୋଟି 50 ଲକ୍ଷ ହେବ । ଏମାନେ ସାଧାରଣତଃ ଜଙ୍ଗଲ ଉତ୍ପାଦ ଉପରେ ନିର୍ଭରଶୀଳ । ଏଣୁ ଏହି ସମ୍ପ୍ରଦାୟ ଉପରେ ଗୁରୁତ୍ବ ଦେଲେ ଅଭିବୃଦ୍ଧି ସମ୍ଭବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଭୂତଳ ଜଳ ବ୍ୟବହାର କ୍ଷେତ୍ରରେ ପଞ୍ଜାବ 85 ପ୍ରତିଶତ ହାସଲ କରିଥିବା ବେଳେ ଓଡିଶା ମାତ୍ର 5 ପ୍ରତିଶତ କରିଛି । ଓଡ଼ିଶାରେ 61 ଲକ୍ଷ ହେକ୍ଟର ଚାଷଜମି ରହିଥିବା ବେଳେ ପ୍ରାୟ 9 ଲକ୍ଷ ହେକ୍ଟର ଚାଷ ଜମି ପଡିଆ ପଡୁଛି । ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଚାଷୀଙ୍କ ଆୟ 16.5% ବଢି ମାସିକ 7739 ରହିଥିବା ବେଳେ ବାର୍ଷିକ ହାରାହାରି ଆୟ 92 ହଜାର ଟଙ୍କା ରହିଛି । ଯାହାକି 2002ରେ ମାତ୍ର 1062 ଟଙ୍କା ରହିଥିଲା । 2011 ଜନଗଣନା ଅନୁସାରେ ବର୍ଷକୁ 2000 ଚାଷୀ ଚାଷରୁ ମୁହଁ ଫେରାଉଥିଲେ । ଯାହାକି କମିବା ବଦଳରେ କ୍ରମାଗତ ଭାବେ ବଢିଚାଲିଛି । ଏଥିରୁ ସ୍ପଷ୍ଟ ଯେ,ମାନ୍ଦା ବସ୍ଥାର ପ୍ରଭାବ ଚାଷୀଙ୍କ ଉପରେ ପଡିଛି । ଆଉ ଏହାର କାରଣ ହେଉଛି ସେମାନେ ପ୍ରାଥମିକ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ । ଏଣୁ ଘାଟାର ପ୍ରଥମ ପ୍ରହାର ସେମାନଙ୍କ ଉପରେ ପଡିଥାଏ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ ଚାଷୀଙ୍କର ଦୁଇଗୁଣା ଆୟ କେମିତି ହେବ ? ଲକ୍ଷ୍ୟ ହାସଲ କରିବାକୁ କି ପଦକ୍ଷେପ ନେବାକୁ ହେବ ? ଏନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ଏନେଇ ଆୟୋଜିତ କର୍ମଶାଳାରେ ବିଶେଷକରି ଚାଷୀଙ୍କୁ ମାର୍କେଟ ଲିଂକେଜ ସୁବିଧା ଯୋଗାଇ ଦେବା, ପ୍ରାଥମିକ କୃଷି ସମବାୟ ସମିତିର ଭୂମିକା ଉପରେ ଜୋର ଦିଆଯାଇଛି। ରାଜ୍ୟର87 ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବାସ କରୁଛନ୍ତି।ଏମାନଙ୍କ ମଧ୍ୟରୁ 73 ପ୍ରତିଶତ କୃଷି ଉପରେ ନିର୍ଭରଶୀଳ। ମୋଟ ଜନସଂଖ୍ୟା ର 38 ପ୍ରତିଶତ ହେଉଛନ୍ତି ଆଦିବାସୀ ଅବଦଳିତ। ଏମାନେ ପ୍ରାୟ 1 କୋଟି 50 ଲକ୍ଷ ହେବେ। ଏମାନେ ସାଧାରଣତଃ ଜଙ୍ଗଲ ଉତ୍ପାଦ ଉପରେ ନିର୍ଭରଶୀଳ। ତେଣୁ ଏମାନଙ୍କୁ ଗୁରୁତ୍ୱ ଦେଲେ ଅଭିବୃଦ୍ଧି ହାସଲ କରିହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେହିପରି ଭୂତଳ ଜଳ ବ୍ୟବହାର କ୍ଷେତ୍ରରେ ପଞ୍ଜାବ 85 ପ୍ରତିଶତ ହାସଲ କରିଥିବା ବେଳେ ଓଡିଶା ମାତ୍ର 5 ପ୍ରତିଶତ କରିଛି।

ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଓଡ଼ିଶାରେ ଚାଷୀଙ୍କ ଆୟ ମାସିକ 7739 ତାଙ୍କ ରହିଥିବା ବେଳେ ବାର୍ଷିକ ହାରାହାରି ଆୟ 92 ହଜାର ଟଙ୍କା ରହିଛି। 2002ରେ ଏହା 1062 ଟଙ୍କା ରହିଥିଲା। ପ୍ରାୟ 16.5% ଆୟ ବଢିଛି। 2011 ଜନଗଣନା ଅନୁସାରେ ବର୍ଷକୁ 2000 ଚାଷୀ ଚଷା ଛାଡୁଛନ୍ତି।ଓଡ଼ିଶାରେ 61 ଲକ୍ଷ ହେକ୍ଟର ଚାଷଜମି ରହିଥିବା ବେଳେ ପ୍ରାୟ 9 ଲକ୍ଷ ହେକ୍ଟର ଚାଷ ଜମି ପଡିଆ ପଡୁଛି।

Body:ମାନ୍ଦା ବସ୍ଥାର ପ୍ରଭାବ ଚାଷୀଙ୍କ ଉପରେ ପଡିଛି। କାହିଁକି ନା ସେମାନେ ପ୍ରଥମ କଟେଗୋରୀ ରେ ଯାଉଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.