ETV Bharat / city

ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର: ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ

author img

By

Published : Nov 11, 2021, 7:34 PM IST

Updated : Nov 12, 2021, 10:08 AM IST

'ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବା ଲାଗି ହକ୍‌ଦାର' । କୃଷିଭବନରେ ଗୁରୁବାର ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସଭାରେ ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ଅଧିକ ପଢନ୍ତୁ...

workshop on Animal Welfare scheme
'ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର'

ଭୁବନେଶ୍ବର: ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବା ଲାଗି ହକ୍‌ଦାର । କୃଷିଭବନରେ ଗୁରୁବାର ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳାର ଉଦ୍‌ଘାଟନୀ ସଭାରେ ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ମଣିଷର ସୁବିଧାବାଦୀ ଜୀବନଶୈଳୀ ପାଇଁ ବୁଲା ଓ ବେସାହାରା ପ୍ରାଣୀଙ୍କ ଜୀବନରେ ବିପର୍ଯ୍ୟୟ ସୃଷ୍ଟି ହେବା ଉଚିତ୍‌ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚିତ୍‌ ଦିଗ୍‌ଦର୍ଶନରେ ବୁଲା ଓ ବେସାହାରା ପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି ।

ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍‌ଦାର

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁଡ଼ିକ ସ୍ଥାନୀୟ ସଂସ୍ଥା, ଜୀବେ ନିଷ୍ଠୁରତା ନିରୋଧ ସମିତି, ଜୀବ ମଙ୍ଗଳ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ବେଚ୍ଛାସେବୀ ବେସରକାରୀ ସଂଗଠନ ଏବଂ ରାଜ୍ୟ ଜୀବ ମଙ୍ଗଳ ପରିଷଦର ସମନ୍ବୟରେ କାର୍ଯ୍ୟକାରୀ ହେବ । ରାଜ୍ୟରେ ନୂତନ ଗୋରୁ ଆଶ୍ରୟ ଗୃହ /ଗୋଶାଳା ପ୍ରତିଷ୍ଠା ପାଇଁ ଜୀବ ମଙ୍ଗଳ ସହ ଜଡ଼ିତ ସ୍ବେଚ୍ଛାସେବୀ ଅଣ-ସରକାରୀ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇ ପାରିବେ ।

ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲିଟି ଏବଂ ଏନ୍‌.ଏ.ସି.ରେ ବୁଲା ଗୋରୁ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଗୋଶାଳା ପ୍ରତିଷ୍ଠା କରାଯିବ । ଏଥିପାଇଁ ଯୋଗ୍ୟ ସଂଗଠନଗୁଡ଼ିକୁ ପୁଞ୍ଜି ଭିତ୍ତିଭୂମି ସହାୟତା ଦିଗରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗୋରୁ ଆଶ୍ରୟସ୍ଥଳର କ୍ଷମତାକୁ ଆଧାର କରି ସରକାର ୧୬ରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ପୁଞ୍ଜି ଅନୁଦାନ ପ୍ରଦାନ କରିବେ । ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବଗୁଡ଼ିକ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ । ବୁଲା ଓ ବେସାହାରା ପ୍ରାଣୀଙ୍କୁ ଚିକିତ୍ସା ସେବା ଓ ଆଶ୍ରୟସ୍ଥଳ ପ୍ରଦାନ ପାଇଁ ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାର ଜୀବ ମଙ୍ଗଳ ସହ ଜଡ଼ିତ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦେବେ । ଏହି ଯୋଜନାଗୁଡ଼ିକ ରାଜ୍ୟ ଜୀବ ମଙ୍ଗଳ ବୋର୍ଡ ଦ୍ବାରା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେବ ।

ପ୍ରାଣୀ ଚିକିତ୍ସାଳୟ , କ୍ଲିନିକ୍‌, ପ୍ରାଣୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ଅପରେସନ ଥିଏଟର, ଯନ୍ତ୍ରପାତି, ପଶୁ ପରିବହନ ପାଇଁ ଯାନ, ଅସୁସ୍ଥ ତଥା ପରିତ୍ୟକ୍ତ ପଶୁମାନଙ୍କ ପାଇଁ ଆଶ୍ରୟ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯୋଗ୍ୟ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଏହି ଯୋଜନା ଅନ୍ତର୍ଗତ ଏକାଧିକ ଉପାଦାନ ପାଇଁ ସମୁଦାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇ ପାରିବେ । ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ପ୍ରାଣୀ ଚିକିତ୍ସା ହେଲ୍‌ପ ଲାଇନ୍‌ ସୁଦୃଢ଼ କରାଯିବ । ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଅନଗୁଳ, ଜଗତସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ବର, ଭବାନୀପାଟଣା, ରାଉରକେଲା ଏବଂ ଯାଜପୁର ସମେତ ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନାଗୁଡ଼ିକ ରାଜ୍ୟରେ ବୁଲା ଓ ବେସାହାରା ପ୍ରାଣୀଙ୍କ କଲ୍ୟାଣ ପାଇଁ ବାଟ ଫିଟାଇବ । କୋରୋନା ମହାମାରୀ ସମୟରେ ଖାଦ୍ୟାଭାବରୁ ବିକଳ ହେଉଥିବା ବୁଲା ଓ ବେସାହାରା ପ୍ରାଣୀଙ୍କ ଖାଦ୍ୟ ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ବିନିଯୋଗରେ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥିବାରୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି ।

କର୍ମଶାଳାରେ ବକ୍ତବ୍ୟ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ଆର୍‌. ରଘୁପ୍ରସାଦ ଯୋଜନାରେ ଅଂଶୀଦାର ସଂଗଠନମାନଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ସ୍ବାଗତ ଭାଷଣ ଦେଇଥିଲେ । ଏହି କର୍ମଶାଳାରେ ସ୍ବେଚ୍ଛାସେବୀ ସଂଗଠନ, ପୌରପାଳିକା ପ୍ରତିନିଧି, ବିଭାଗୀୟ ଅଧିକାରୀମାନେ ଏବଂ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସକମାନେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 12, 2021, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.