ଭୁବନେଶ୍ବର: ପିଲାଙ୍କୁ ଦିଆଯିବ ଗୁଣାତ୍ମକ ଶିକ୍ଷା । ଆଉ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ସେହି ଅଞ୍ଚଳର ଶିଳ୍ପ ସଂସ୍ଥା ବହନ କରିବ । ସିଏସ୍ଆର ଫୋରମ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ। ହୋଟେଲ କ୍ରାଉନରେ ‘ସିଏସଆର-ଏଚଆର କୋଲୋକ୍ବିମ-2019’ ଏହି ଘୋଷଣା କରାଯାଇଛି ।
ଏହି ସମ୍ମିଳନୀକୁ ଉଦଘାଟିତ କରିଥିଲେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସିଏସଆରର ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ବାଚସ୍ପତି । ଓଡିଶାରେ ଗରୀବି ହଟାଇବା, ନିଯୁକ୍ତି ସୃଷ୍ଟି କରିବା ଓ କର୍ପୋରେଟ କ୍ଷେତ୍ରରେ ସମ୍ମାନ ଆଦି ଦାୟିତ୍ବ ବୋଲି କହିଛି ସିଏସଆର । ବିଶେଷକରି ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଶିକ୍ଷାର ମାନ ଉପରେ ଗୁରୁତ୍ବ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ 30ଜଣ ଶିଳ୍ପପତି ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ