ETV Bharat / city

କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ଯୋଜନା ଆବେଦନର ବଢିଲା ଅବଧି - ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି ବୃଦ୍ଧି

ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନର ଅବଧି । ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ କରିବାର ଅବଧି ବଢ଼େଇଛନ୍ତି ସରକାର । ଅଧିକ ପଢନ୍ତୁ...

କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି ବୃଦ୍ଧି

author img

By

Published : Jun 11, 2021, 7:26 PM IST

ଭୁବନେଶ୍ବର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି । ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ କରିବାର ଅବଧି ବଢ଼େଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି ବୃଦ୍ଧି
କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି ବୃଦ୍ଧି

ଚଳିତବର୍ଷ ଲାଗି ଆବେଦନ କରିବାର ଶେଷ ତାରିଖ ଆଜି(ଶୁକ୍ରବାର) ଥିଲା । ଲକଡାଉନ ଓ ଅନେକ ସାମ୍ବାଦିକ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାରୁ ସେମାନେ ଆବେଦନ କରିବା ଲାଗି ବଞ୍ଚିତ ହୋଇଥାନ୍ତେ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ସରକାର ସାମ୍ବାଦିକଙ୍କ ସମସ୍ୟାକୁ ନେଇ ସମ୍ବେଦନଶୀଳ ହୋଇ ଆବେଦନ ଅବଧି ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ ସରକାର ଓ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ସାମ୍ବାଦିକ ଓ ସାମ୍ବାଦିକ ସଂଘ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା ଯୋଜନା ୨୦୧୬ରୁ ଆରମ୍ଭ କରିଛନ୍ତି । ସ୍ବାସ୍ଥ୍ୟ ବୀମା ଯୋଜନାରେ କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇ ପାରୁଛନ୍ତି ।

ସ୍ବାସ୍ଥ୍ୟବୀମା କାର୍ଡ଼ ଗୁଡ଼ିକ ସମ୍ପୃକ୍ତ ସାମ୍ବାଦିକଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯାଉଛି । ହିତାଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ବୀମା ଆଇଡିଣ୍ଟିଫିକେସନ୍‌ ନମ୍ବର ବ୍ୟବହାର କରି ଏହି ସୁବିଧା ପାଇପାରିବେ । ଏହା ସହ ଯେଉଁମାନେ ଏହି ଯୋଜନାରେ ସାମିଲ ହୋଇଛନ୍ତି ସେମାନେ ମଧ୍ୟ ନିଜର କାର୍ଡ ରିନ୍ୟୁ କରିପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.