ETV Bharat / city

ଏପ୍ରିଲ 11ରୁ ଅଫିସରେ ଭ୍ୟାକ୍ସିନେସନ ଆରମ୍ଭ

author img

By

Published : Apr 8, 2021, 1:59 PM IST

Updated : Apr 8, 2021, 2:07 PM IST

ଏଣିକି ପ୍ରତ୍ୟେକ ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ ହେବ ଭ୍ୟାକ୍ସିନେସନ ସେଣ୍ଟର। ଆସନ୍ତା ଏପ୍ରିଲ 11 ତାରିଖ ପରେ କରାଯିବ କୋଭିଡ ଭ୍ୟାକ୍ସିନେସନ। ଅଧିକ ପଢ଼ନ୍ତୁ...

ଏପ୍ରିଲ 11ରୁ ୱାର୍କପ୍ଲେସ ଭ୍ୟାକ୍ସିନେସନ ଆରମ୍ଭ

ଭୁବନେଶ୍ବର: ପୁଣି କାୟା ମେଲାଇବା ଆରମ୍ଭ କରିଛି ମାରାତ୍ମକ କୋରୋନା ଭାଇରସ। ଏହାକୁ ଦୃଷ୍ଟିରେ ଏଣିକି ପ୍ରତ୍ୟେକ ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ ହେବ ଭ୍ୟାକ୍ସିନେସନ ସେଣ୍ଟର। ଆସନ୍ତା ଏପ୍ରିଲ 11 ତାରିଖ ପରେ କରାଯିବ କୋଭିଡ ଭ୍ୟାକ୍ସିନେସନ। ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଯେଉଁଭଳି ଭାବରେ ଭ୍ୟାକ୍ସିନେସନ ଜାରି ରହିଛି ସେହିଭଳି ଭାବରେ ହିଁ କାର୍ଯ୍ୟାଳୟରେ ଭ୍ୟାକ୍ସିନେସନ କରାଯିବ। ଏହି ସବୁ ଭ୍ୟାକ୍ସିନେସନ ସେଣ୍ଟରରେ ଅପେକ୍ଷା କକ୍ଷ, ଭ୍ୟାକ୍ସିନେସନ କକ୍ଷ ଏବଂ ଅବଜରଭେଶନ କକ୍ଷ ଆଦି ରହିବ। ଜିଲ୍ଲା ଟାସ୍କଫୋର୍ସ ଓ ଅରବାନ ଟାସ୍କଫୋର୍ସ ଏହି ସବୁ ସେଣ୍ଟରର ଅନୁଧ୍ୟାନ କରିବେ।

ଯେଉଁସବୁ ସ୍ଥାନରେ 100ରୁ ଅଧିକ କର୍ମଚାରୀ କାମ କରୁଥିବେ ସେହି ସ୍ଥାନରେ ଭିତ୍ତିଭୂମି ଦେଖି କୋଭିଡ ଭ୍ୟାକ୍ସିନେସନ ସେଣ୍ଟର କାରଯିବ। ଏହି ସବୁ ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା 45 ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କୁ ଟୀକାକରଣ କରାଯିବ। 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷଙ୍କୁ କୋଭିଡ ଟିକା ଦେବାକୁ ରାଜ୍ୟ ସରକାରଙ୍କ ଗାଇଡଲାଇନ ରହିଛି। ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 8, 2021, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.