ETV Bharat / city

ଭାଙ୍ଗି ଯାଉଥିବା ପରିବାରକୁ ଯୋଡୁଛି, ପୋଲିସ କେସରୁ ମୁକ୍ତ କରୁଛି ମାଧ୍ୟମ - ମାଧ୍ୟମକୁ କମିଶନରେଟ ପୋଲିସର ମତ

ଘରୋଇ ହିଂସା ଓ ପାରିବାରିକ କଳହକୁ ସମାଧାନ କରିବାରେ ମାଧ୍ୟମ ସାଜିଛି ମହିଳା ସହଯୋଗ କେନ୍ଦ୍ର ମାଧ୍ୟମ । ପୋଲିସ ନିକଟରେ ମହିଳା ମନ ଖୋଲି ନିଜ ସମସ୍ୟା କହିପାରୁନଥିବାରୁ ମହିଳାଙ୍କ ସମସ୍ୟାକୁ ସହଜ କରିବା ପାଇଁ କାର୍ଯ୍ୟ କରୁଛି ଏହି କେନ୍ଦ୍ର । ଅଧିକ ପଢନ୍ତୁ

ମହିଳା ସହଯୋଗ କେନ୍ଦ୍ର ମାଧ୍ୟମ: ଭାଙ୍ଗି ଯାଉଥିବା ପରିବାରକୁ ଯୋଡୁଛି, ପୋଲିସ କେସରୁ କରୁଛି ମୁକ୍ତ

author img

By

Published : Sep 22, 2022, 5:36 PM IST

ଭୁବନେଶ୍ବର: ପରକୀୟା ପ୍ରୀତି ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର । ବୋହୂର ବ୍ୟବହାର‌ ନେଇ ଶାଶୂ ଘରେ ଝଡ଼ । ଏଭଳି ଅନେକ ଘଟଣା ପରିବାରରେ ଅଶାନ୍ତି ସୃଷ୍ଟି କରେ । ମାତ୍ର ପୋଲିସ କୋର୍ଟ କଚେରୀ ଭୟରେ ଲୋକେ ଅଭିଯୋଗ ନ କରି ମାନସିକ ଅବସାଦର ଶିକାର ହୋଇଥାନ୍ତି । ଏସବୁର ଗୋଟିଏ ସାମାଧାନ ହୋଇପାରିଛି ମହିଳା ସହଯୋଗ କେନ୍ଦ୍ର 'ମାଧ୍ୟମ' (Women support center Maadhyam) ।

ମହିଳା ସହଯୋଗ କେନ୍ଦ୍ର ମାଧ୍ୟମ: ଭାଙ୍ଗି ଯାଉଥିବା ପରିବାରକୁ ଯୋଡୁଛି, ପୋଲିସ କେସରୁ କରୁଛି ମୁକ୍ତ

ପୋଲିସ ନିକଟରେ ମହିଳା ମନ ଖୋଲି ନିଜ ସମସ୍ୟା କହିପାରୁନଥିବାରୁ ମହିଳାଙ୍କ ସମସ୍ୟାକୁ ସହଜ କରିବା ପାଇଁ ଗତ ୮ ବର୍ଷ ଧରି କାର୍ଯ୍ୟ କରୁଛି ଏହି କେନ୍ଦ୍ର । କେନ୍ଦ୍ରକୁ ଆଜି ୮ ବର୍ଷ ପୁରିଥିବାବେଳେ ଭୁବନେଶ୍ବରରେ ୨୩୨୮ଟି କେସ୍‌ ଓ କଟକରେ ୨୨୯୩ଟି ମହିଳାଙ୍କ ସମ୍ବନ୍ଧୀୟ କେସକୁ ସମାଧାନ କରିଛି ଏହି କେନ୍ଦ୍ର । ଦିନକୁ ଦିନ ବଢିବାରେ ଲାଗିଛି ମହିଳାଙ୍କ ସମସ୍ୟା ।

ସେ ପାରିବାରିକ ବିବାଦକୁ ନେଇ ହେଉ ଅବା ବିବାହ ପ୍ରତିଶୃତି କିମ୍ବା ମହିଳାଟିଏ କର୍ମକ୍ଷେତ୍ରରେ ଶିକାର ହେଉ । ଏଭଳି ମହିଳାଙ୍କ ମାମଲାରେ ଅନେକ ସମୟରେ କେବଳ ପୋଲିସ କେସ ସମାଧାନର ବାଟ ହୋଇନଥାଏ । ପୋଲିସ ଓ ଲୋକଙ୍କ ମଧ୍ୟରେ ଏବେ ଏହି କେନ୍ଦ୍ର ବାସ୍ତବରେ ମାଧ୍ୟମ ସାଜି ଲୋକଙ୍କୁ ଅଯଥା ଅପରାଧିକ ମାମଲାରେ ଯୋଡ଼ି ନ ହୋଇ ଆପୋଷ ବୁଝାମଣାରେ ସମାଧାନର ବାଟ ଫିଟିବାରେ ସହାୟକ ହୋଇପାରିଛି ।

କୌଣସି ବିବାଦକୁ ନେଇ ଲୋକେ ଥାନାକୁ ଗଲେ ଅଯଥା ଅପରାଧିକ ମାମଲାରେ ଛନ୍ଦି ହୋଇପଡ଼ନ୍ତି । ବେଳେ ବେଳେ ସମ୍ପର୍କ ଭିତରେ ସମାଧାନର ବାଟ ବଦଳରେ ବିଗିଡିପାରେ ସମ୍ପର୍କ । ଏଭଳି ସ୍ଥିତିରେ ଆପୋଷ ବୁଝାମଣାର ସହାୟକ ହେଉଛି ମାଧ୍ୟମ । କମିଶନରେଟ ପୋଲିସର ଭୁବନେଶ୍ବର ଓ କଟକ ଡିସିପି ଅଫିସରେ ଏହି ଅଫିସ କାର୍ଯ୍ୟକ୍ଷମ । ଲୋକେ ପୋଲିସ ନିକଟକୁ ନ ଯାଇ ଏହି କେନ୍ଦ୍ରକୁ ଆସି ଆପୋଷ ବୁଝାମଣାରେ ସମାଧାନର ବାଟ ପାଇପାରୁଛନ୍ତି ।

ଏହା ବି ପଢନ୍ତୁ: ଅସଜଡା ଘରକୁ ସଜାଡୁଛି ମାଧ୍ଯମ, ହୃଦୟ ଯୋଡି ସାଉଣ୍ଟୁଛି ବାଃବାଃ

୮ ବର୍ଷ ପାଇଁ ଚକ୍ତି ସ୍ବାକ୍ଷର ହୋଇଥିବାବେଳେ, ଏହି କେନ୍ଦ୍ରକୁ ସଫଳତା ମିଳିଥିବାରୁ କମିଶନରେଟ ପୋଲିସର ମହିଳା ସହଯୋଗ କେନ୍ଦ୍ର ମାଧ୍ୟମ ଏବେ ପୁଣି ଚୁକ୍ତି ସ୍ବାକ୍ଷର କରିଛି । ଦ୍ଵେତ ନଗରୀରେ କଟକ ଓ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଏହାର ୨ଟି ଶାଖା ରହିଛି । ଘରୋଇ ହିଂସା ଓ ପାରିବାରିକ କଳହକୁ ସମାଧାନ କରିବାରେ ମାଧ୍ୟମ ସାଜିଛି ଏହି କେନ୍ଦ୍ର ।

ରିପୋର୍ଟ ଅନୁସାରେ ୫ ହଜାରରୁ ଊର୍ଦ୍ଧ୍ବ କେସର ସମାଧାନ କରିଛି ମାଧ୍ୟମ । ଭୁବନେଶ୍ବରରେ ୨୩୨୮ଟି କେସ ଓ କଟକରେ ୨୨୯୩ଟି ମହିଳାଙ୍କ ସମ୍ବନ୍ଧୀୟ କେସକୁ ସମାଧାନ କରିଛି ଏହି କେନ୍ଦ୍ର । ଭୁବନେଶ୍ବରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର 'ମାଧ୍ୟମ' ଗତ ସେପ୍ଟେମ୍ବର ମାସ ୨୦୧୪ରୁ ଅଗଷ୍ଟ ମାସ ୨୦୨୨ ମଧ୍ୟରେ ବାର୍ଷିକ ୨୩୨୮ ଗୋଟି ମାମଲା ଆସିଥିବା ବେଳେ ସେଥି ମଧ୍ୟରୁ ୧୬୬୧ଟି ମାମଲା କାଉନସିଲିଂ ପାଇଁ ପଞ୍ଜୀକରଣ କରାଯାଇଥିଲା ।

ତନ୍ମଧ୍ୟରୁ ସମୁଦାୟ ୯୪୫ଟି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିବାବେଳେ, ୧୧୨ଜଣ ପୀଡ଼ିତାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଅlଯାଇଥିଲା । ଏହି କ୍ରମରେ ୧୩୫ଜଣ ଅସହାୟ ଯୁବତୀ ବା ମହିଳାଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯାଇଥିବା ବେଳେ ୧୪ଟି ମାମଲାରେ ପାରିବାରିକ ସହାୟତା ଯୋଗାଇ ଦିଆଯାଇଛି । ଆଉ ୧ ବର୍ଷ ପାଇଁ ପୁଣି ମାଧ୍ୟମ ସହିତ ଚୁକ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଏହାଦ୍ବାରା ବ୍ୟସ୍ତ ବହୁଳ ପୋଲିସର ତଦନ୍ତ ଓ ଆଇନଶୃଙ୍ଖଳା ଭିତରେ ପାରିବାରିକ ଝଗଡା ସାମାଧାନ ପାଇ ସମୟ ସାପେକ୍ଷର ସାମାଧାନ କରିବାରେ ମାଧ୍ୟମ ଏକ ନିର୍ଣ୍ଣାୟକ ଭୂମିକା ନେଉଛି । ଯାହା ପାଇଁ ପୋଲିସ ସାଧାରଣ ଲୋକଙ୍କ ସମସ୍ୟା ସାମାଧାନ ଦିଗରେ ଏକ ଭଲ ପଦକ୍ଷେପ ନେଇପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.