ETV Bharat / city

ପ୍ରତିଶ୍ରୁତି ରଖିଲେ ନବୀନ - ନବୀନ ପଟ୍ଟନାୟକ

ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ ନିଷ୍ପତ୍ତି ନେଇଥିଲା ଓଡିଶା । ଏହାପରେ ଓଡିଶାକୁ ପଶ୍ଚିମବଙ୍ଗ ଅନୁସରଣ କରିଥିଲା ।

ଫାଇଲ ଫଟୋ
author img

By

Published : Apr 2, 2019, 10:09 PM IST

Updated : Apr 2, 2019, 10:23 PM IST

ଭୁବନେଶ୍ବର: କଥା ଦେଇଥିଲେ କଥା ରଖିଲେ । ପୂର୍ବରୁ ଘୋଷଣା କରିଥିବା ପ୍ରତିଶ୍ରୁତି ପାଳନ କଲେ । ଆମେ କହୁଛୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା । ଆଗାମୀ ନିର୍ବାଚନରେ ଲୋକସଭା ଆସନର ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କ ପାଇଁ ଘୋଷଣା କରିଥିଲେ ନବୀନ । ଆଉ ଏବେ ପ୍ରାର୍ଥୀ ଘୋଷଣା କରି ଏହି କଥା ପୂରଣ କରିଛନ୍ତି ।

BJD women candidate
ବିଜେଡିର ସମସ୍ତ ମହିଳା ଲୋକସଭା ପ୍ରାର୍ଥୀ

ଦେଶର ପ୍ରଥମ ରାଜ୍ୟ ଭାବେ ଏପରି ନିଷ୍ପତ୍ତି ନେଇଥିଲା ଓଡିଶା । ଏହାପରେ ଓଡିଶାକୁ ପଶ୍ଚିମବଙ୍ଗ ଅନୁସରଣ କରିଥିଲା । ପ୍ରାର୍ଥୀ ଘୋଷଣା ବେଳେ ନବୀନ 7ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ପ୍ରାର୍ଥୀ ବିଜେଡି ଘୋଷଣା କରିଥିବାବେଳେ ଏଥିରେ ୩ ଜଣ ମହିଳା ପ୍ରାର୍ଥୀ ଥିଲେ । ଏଥିରେ ଥିଲେ ଆସ୍କା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋୟୀ, କୋରାପୁଟ ଆସନ ପାଇଁ କୌଶଲ୍ୟା ହିକ୍କା ଏବଂ ସୁନ୍ଦରଗଡ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୯ଟି ଲୋକସଭା ଆସନରୁ ମଧ୍ୟ ୩ ଜଣ ମହିଳାଙ୍କୁ ମୈଦାନକୁ ଓହ୍ଲାଇଥିଲା ଦଳ । ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଏବଂ ଭଦ୍ରକ ଆସନରୁ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଏହାପରେ ଆଉ ଗୋଟିଏ ଆସନ ପାଇଁ ଦେଖାଦେଇଥିଲା ଉତ୍କଣ୍ଠା । କାହାକୁ କେଉଁଠାରୁ ପ୍ରାର୍ଥୀ କରାଯିବ ସେନେଇ ସମସ୍ତେ ଉତ୍ସାହୀ ଥିଲେ ।

ଶେଷରେ ଆଜି ନିଜ ବାକି ପ୍ରତିଶ୍ରୁତି ପୂରଣ କରିଥିଲେ ନବୀନ । କେନ୍ଦୁଝରରୁ ଚନ୍ଦ୍ରାଣି ମୂର୍ମୁଙ୍କୁ ପ୍ରାର୍ଥୀ କରି 33 ପ୍ରତିଶତ ସଂରକ୍ଷଣର କଥା ରଖିଥିଲେ ବିଜେଡି ସୁପ୍ରିମୋ । ଏହି ଘୋଷଣା ସ୍ପଷ୍ଟ କରିଛି ଯେ ରାଜ୍ୟର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
Last Updated : Apr 2, 2019, 10:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.