ଭୁବନେଶ୍ୱର: ରାଜଧାନୀର ଯାଆଁଳା ଫାଣ୍ଡି ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣା । ଭୁବନେଶ୍ୱର ଡିସିପି ତଥା ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଏହି ଘଟଣାରେ କଣ ତଦନ୍ତ କରିଛନ୍ତି ସେ ସମ୍ପର୍କରେ ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ଯାଆଁଳା ଫାଣ୍ଡି କ୍ୟାମ୍ପସରେ ଏକ ଗାଡି ମଧ୍ୟରେ ଏକ ମହିଳାଙ୍କ କଙ୍କାଳ ଠାବ କରିଥିଲା ପୋଲିସ। ଏହାର ତଦନ୍ତ ଦିଗରେ କଣ କଣ ପଦକ୍ଷେପ ନେଇଛି ପୋଲିସକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ