ETV Bharat / city

ଦୋଷୀଙ୍କୁ ନାହିଁ ନିସ୍ତାର, ରାଜ୍ୟରେ କାର୍ଯ୍ୟକାରୀ ହେଲା ସାକ୍ଷୀ ସୁରକ୍ଷା ଯୋଜନା - odisha

ଏଣିକି ଦୋଷୀଙ୍କୁ ନାହିଁ ନିସ୍ତାର । ସମସ୍ତ ଗୋପନୀୟ ତଥ୍ୟ ପ୍ରକାଶ କରିବେ ସାକ୍ଷୀ । ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ସାକ୍ଷୀ ସୁରକ୍ଷା ଯୋଜନା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 9, 2019, 7:13 PM IST

ଭୁବନେଶ୍ବର: ଏଣିକି ସାକ୍ଷୀଙ୍କୁ ମିଳିବ ସୁରକ୍ଷା । ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷୀ ରହୁଥିବା ବ୍ୟକ୍ତିଙ୍କୁ ଦିଆଯିବ ସୁରକ୍ଷା । ଏଥିପାଇଁ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗତ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

protection law
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଜୁଲାଇ ୬ତାରିଖରେ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜରିଆରେ ଏହି ଯୋଜନା କୁ କାର୍ଯ୍ୟକାରୀ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଜଣାଯାଇଛି ।

protection law
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
protection law
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଯୋଜନା ଅନୁଯାୟୀ ସାକ୍ଷୀଙ୍କୁ ତଦନ୍ତ ଠାରୁ ଆରମ୍ଭ କରି କୋର୍ଟରେ ସାକ୍ଷ୍ୟ ପ୍ରମାଣ ପର୍ଯ୍ୟନ୍ତ ସାକ୍ଷୀ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ତେବେ ସାକ୍ଷୀ ମାନଙ୍କ ଉପରେ କଣ ବିପଦ ରହିଛି ? ସେନେଇ ଜିଲ୍ଲା ପୋଲିସ ମୁଖ୍ୟ ଏକ ଥ୍ରେଟ୍ ଆନାଲିସିସ୍ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ ସାକ୍ଷୀଙ୍କ ପରିଚୟ ଗୋପନ ରଖାଯିବ । ଏପରିକି ଦରକାର ପଡିଲେ ସାକ୍ଷୀଙ୍କୁ ସ୍ତାନାନ୍ତରଣ କରାଯିବ ।

ଏଥିରେ ରେକର୍ଡ ପତ୍ରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଏହି ଆଇନରେ ବ୍ୟବସ୍ଥା ରହିଛି ।
ସିସିଟିଭି ଓ ଆଲାରାମର ବ୍ୟବସ୍ଥା କରାଯିବ । ଏହା ସହ ସାକ୍ଷୀ ମାନଙ୍କୁ ତିନି ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଦର୍ପଦଳନ ରଥ କନା ଫାଟିଲା

Body:ବାହୁଡା଼ ଯାତ୍ରା ନେଇ ପ୍ରଶାସନ ପ୍ରସ୍ତୁତ । ରଥ କୁ ଦକ୍ଷିଣ ମୋଡ଼ କରାଯାଇଛି। ତେବେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଲାଗିଥିବା କପଡା ଚିରି ଯାଇଥିବା ଦେଖାଯାଇଛି। ହେଲେ ପ୍ରଶାସନ ଚିରା କପଡା ବଦଳାଇବା ଅବା ସିଲାଇ କରିବାର ବ୍ୟବସ୍ଥା କରିନାହିଁ। ଫଳରେ ଦର୍ପଦଳନ ରଥ ସୌନ୍ଦର୍ଯ୍ୟ ହାନି ହୋଇ ଥିବା ବେଳେ ଭକ୍ତ ମହଲରେ ଏ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି। କେମିତି ରଥ କନା ଚିରିଲା ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏପରିକି ରଥ କନା ନିମ୍ନ ମାନର ରହିଥିବା ଭକ୍ତ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।ଦୁଇ ଦିନ ବିତିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦର୍ପଦଳନ ରଥ କନା ସିଲାଇ କରିବା ରେ ବିଳମ୍ବ କରିବା ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଶରଧା ବାଲିରେ ତିନି ରଥ ଛୁଇଁବା ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଭକ୍ତ ପାଇଁ ଦେଇଛି। ତେବେ ଦୁର୍ଭାଗ୍ୟ ର ବିଷୟ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବ୍ୟାରିକେଡ ବୋହୁ ଦୂରତା ରେ ରହିଛି। ଫଳରେ ଭକ୍ତ ମାନେ ଦର୍ପଦଳନ ରଥ ଛୁଇଁ ବାରେ ବଂଚିତ ହେଉଥିବା ବେଳେ ବାହୁଡା ହେବାକୁ ଥିବା ବେଲେ ପ୍ରଶାସନ ଏ ନେଇ ଆବଶ୍ୟକ ବ୍ୟବସ୍ଥା ନ କରିବା ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏ ନେଇ ମତ ରଖିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସନ। ଦର୍ପ ଦଲନ ରଥ କପଡା ଅତ୍ୟଧିକ ପବନ ଯୋଗୁ ଚିରିଥିବା ସେ ଅସଙ୍କା କରିଛନ୍ତି। ଏ ନେଇ ରଥ ର ତତ୍ୱବଧାରକ ଙ୍କ ସହିତ ଆଲୋଚନା ହୋଇଛି ଖୁବ ଶିଘ୍ର ଦର୍ପଦଳନ ରଥ କପଡା ବ୍ୟବସ୍ଥା କରାଯିବ । ସେହିପରି ଦର୍ପଦଳନ ରଥ ନିକଟରେ ବ୍ୟାରିକେଡ କରିବାକୁ ପୋଲିସ ସହିତ ଆଲୋଚନା କରାଯାଇ ରଥ ଛୁଇଁବା ନେଇ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

ବାଇଟ,, ବିଶ୍ୱଜିତ ବିଶ୍ୱାଳ,, ଶ୍ରୀମନ୍ଦିର ନୀତି ପ୍ରଶାସକ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.