ETV Bharat / city

ମାନିଲେନି ନିୟମ, ବୋହିନେଲେ ମଦ

author img

By

Published : May 25, 2020, 3:59 PM IST

ସରକାରଙ୍କ ନିୟମକୁ ଫୁ କରିଦେଲେ ମଦ କିଣିବାକୁ ଆସିଥିବା ଲୋକେ । ସିଧାସଳଖ ମଦ ଦୋକାନରୁ ମଦ କିଣି ଫଟୋ ଛାଡ଼ିଲେ । ଫଳରେ ରାଜଧାନୀର ଦୁଇଟି ମଦ ଦୋକାନକୁ ବନ୍ଦ କପରିଛନ୍ତି ସରକାର । ଅଧିକ ପଢନ୍ତୁ...

wine-shop-on-in-bbsr
wine-shop-on-in-bbsr

ଭୁବନେଶ୍ବର: ନିଷ୍ପତ୍ତି ହେଲା ମଦ ହୋମ ଡେଲିଭରି ହେବ। ଦୋକାନ ସାମ୍ନାରେ ଏକ ନମ୍ବର ଟାଙ୍ଗିବେ। ସେହି ନମ୍ବରରେ କଲ ବା ହ୍ଵାଟ୍ସଆପ କରି ମଦ ଅର୍ଡର କରିବାକୁ ନିଷ୍ପତ୍ତି ନେଲେ ସରକାର। ମଦ ସଂଘର ଦାବି ମୁତାବକ ଜମାଟୋ ଓ ସ୍ୱିଗିକୁ ଅନୁମତି ଦିଆଗଲା ନାହିଁ। ହେଲେ ଦୋକାନ ଖୋଲିବା ମାତ୍ରେ ଅସମ୍ଭାଳ ଭିଡ଼।

ଲୋକ କିଛି ମାନିଲେ ନାହିଁ। ବ୍ୟବସାୟୀ ବି ଫାଇଦା ଉଠାଇବା ନିଶାରେ ନିୟମକୁ ଫୁ କରିଦେଲେ। ସିଧା ମଦ ଦୋକାନରୁ କିଣି ଫୋଟୋ ଛାଡିଲେ । ଏବେ ଅସମ୍ଭାଳ ସ୍ଥିତି ଉପୁଜିବା ପରେ ବାପୁଜି ନଗର ଓ କଟକ ରୋଡ଼ରେ ଥିବା ଦୁଇଟି ମଦ ଦୋକାନକୁ ବାଧ୍ୟ ହୋଇ ବନ୍ଦ କରିଛି ପୋଲିସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.