ETV Bharat / city

ED ସ୍କାନରରେ ବନ୍ୟପ୍ରାଣୀ ତସ୍କରୀ, ୪ଟି STF ମାମଲାର ନେଲା ତଦନ୍ତ ଭାର - ଆର୍ଥିକ କାରବାର

ବନ୍ୟପ୍ରାଣୀ ତସ୍କରୀ ମାମଲା । ଗିରଫ ଅଭିଯୁକ୍ତଙ୍କ ଆର୍ଥିକ କାରବାର ତଦନ୍ତ ନିଜ ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଅଧିକ ପଢନ୍ତୁ...

Wildlife ମାମଲାର ତଦନ୍ତ ଭାର ନେଲା ED
Wildlife ମାମଲାର ତଦନ୍ତ ଭାର ନେଲା ED
author img

By

Published : Aug 24, 2021, 3:48 PM IST

Updated : Aug 24, 2021, 4:44 PM IST

ଭୁବନେଶ୍ବର: ବନ୍ୟପ୍ରାଣୀ ତସ୍କରୀ ମାମଲାର ଆର୍ଥିକ କାରବାର ନେଇ ଛାନଭିନ କରିବ ED (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ନିଜ ଆଡୁ ୪ଟି STF ମାମଲାର ତଦନ୍ତ ଭାର ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଦୁଇଟି ବାଘ ଛାଲ ଘଟଣା ସହ ହାତୀ ଦାନ୍ତ ମାମଲାର ଅଭିଯୁକ୍ତ ଏବେ ED ରାଡାରକୁ ଆସିଛନ୍ତି ।

ତେବେ ଗତ ଫେବୃଆରୀ 14 ତାରିଖରେ ନୂଆପଡାରେ ବାଘଛାଲ ଘଟଣାର ଅଭିଯୁକ୍ତ ସୁବିର ନାଥ ସିଂହଦେଓଙ୍କ ମାମଲା ସହିତ ଜାନୁଆରୀ ୧୪ ତାରିଖରେ ସମ୍ବଲପୁରରୁ ଧରା ପଡଥିବା ବାଘ ଛାଲ କେସର ଅଭିଯୁକ୍ତ ହୃଷିକେଷ କୁମ୍ଭାର ମାମଲାର ତଦନ୍ତ କରିବ ଇଡି଼ ।

ସେହିପରି ଫେବୃଆରୀ ୧୨ ତାରିଖରେ ଯାଜପୁରରୁ ହାତୀ ଦାନ୍ତ କେସର ଅଭିଯୁକ୍ତ ପିତବାସ ବାରିକ ଓ ଗତବର୍ଷ ନଭେମ୍ବର ୨୫ ତାରିଖରେ ବଡ଼ଗଡ଼ ହାତୀ ଦାନ୍ତ ତସ୍କରୀ ମାମଲାର ଅଭିଯୁକ୍ତ ସତ୍ୟଵାନ ସାହୁଙ୍କ ଆର୍ଥିକ କାରବାରର ମଧ୍ୟ ତଦନ୍ତ କରିବ ଇଡି ।

କିଭଳି ବନ୍ୟପ୍ରାଣୀ ଅଙ୍ଗ ତସ୍କରୀ ମାମଲାରେ ଏମାନେ କୋଟି କୋଟି କାରବାର କରୁଥିଲେ, କିଭଳି ଭାବରେ ଅନେକ ସମ୍ପତ୍ତିର ମାଲିକ ହୋଇଥିଲେ ଏ ସମ୍ପର୍କରେ ଇଡ଼ି ଖୋଳତାଡ଼ କରିବ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 24, 2021, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.