ETV Bharat / city

ବନ୍ୟାପ୍ରାଣୀ ସପ୍ତାହ: ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବେ ସରକାର - Wild life week celebrate in bhaubaneswar

ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର 8 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି । ସରକାରଙ୍କ 5‘ଟି’ କାର୍ଯ୍ୟକ୍ରମ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାମ କରିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 4, 2019, 5:01 PM IST

ଭୁବନେଶ୍ବର: ପରିବେଶ ସନ୍ତୁଳନ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଜରୁରୀ । ଓଡିଶାରେ ଏବେ ବନ୍ୟପ୍ରାଣୀ ଆଉ ସୁରକ୍ଷିତ ନୁହଁନ୍ତି । ବିଶେଷ କରି ହାତୀମାନଙ୍କ ପାଇଁ ଓଡିଶା ଏବେ ପାଲଟିଛି ମରଣଯନ୍ତା । ଗତ ଦେଢ ମାସ ମଧ୍ୟରେ 5ଟି ହାତୀଙ୍କ ମୃତ୍ୟୁ ହୋଇସାରିଛି । ଏହି କ୍ରମରେ ବନ୍ୟପ୍ରାଣୀଙ୍କ ସୁରକ୍ଷା କିଭଳି ଭାବରେ କରିହେବ ଏବଂ ସେମାନଙ୍କ ରକ୍ଷଣାବେକ୍ଷଣ କରାଯିବ ସେନେଇ ବନ୍ୟପ୍ରାଣୀ ସପ୍ତାହରେ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର 8 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି । 1955 ମସିହାରୁ ସପ୍ତାହେ ବ୍ୟାପି ଏହି ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି । ଓଡିଶା ଏମିତି ଏକ ରାଜ୍ୟ ଯାହାର ୩ ପ୍ରକାର କୁମ୍ଭୀର ଅଭୟାରଣ୍ୟ ରହିଛି । ଏହାଛଡା ଧଳା ବାଘ ମଧ୍ୟ ଦେଖିବାକୁ ମିଳିଥାଏ । ଭିତରକନିକା ଓ ସାତକୋଶିଆ ବାଘ ପାଇଁ ପ୍ରସିଦ୍ଧ ଲାଭ କରିଛି। ସୁନାବେଡା ଓ ଟ୍ରିବ୍ୟୁଡଗଡରେ ବାଘ ପ୍ରକଳ୍ପ କରାଯାଇଛି । ସରକାରଙ୍କ 5‘ଟି’ କାର୍ଯ୍ୟକ୍ରମ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ କାମ କରିବ । ବିଶେଷ କରି ଶିମିଳିପାଳରେ ବାଘ ଉପରେ ଟେକ୍ନୋଲୋଜି ନଜର ରଖିବ ।

ସେହିପରି ଓଡିଶାରେ ୧୨ଟି ବନ୍ୟପ୍ରାଣୀ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇ ଥିବାବେଳେ ନନ୍ଦନକାନନରେ ୧୫୫ଟି ବନ୍ୟପ୍ରାଣୀ ରହିଛନ୍ତି । ସମ୍ବଲପୁର, କପିଳାସ ଆଦି ବନ୍ୟଜୀବ କ୍ଷେତ୍ରରେ ବାଘ ହାତୀ ବାରହା ଆଦିର ବିସ୍ତାର କରାଯାଇଛି । ମଧୁର ପ୍ରାଣୀ କଇଁଛ ପାଇଁ ଟିକରପଡାରେ ସଂରକ୍ଷଣ କରାଯାଇଛି ।

ସେହିପରି ୨୦୧୪ ମସିହାରୁ ୧୨ ଟି ସ୍ଥାନକୁ ହାତୀଙ୍କ ଚଲାପଥ ଭାବେ ଚିହ୍ନଟ କରାଯାଇଛି । 72 ବର୍ଗକିମିରୁ ୧୧୩୨ ବର୍ଗକିମି ହାତୀଙ୍କ ରହିବା ପାଇଁ ସ୍ଥାନ କରାଯାଇଛି । ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି । ଫନି ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବନ୍ୟ କ୍ଷେତ୍ରକୁ ଦ୍ରୁତ ଗତିରେ ସୁଧାରିବାକୁ ପ୍ରୟାସ ଜାରି ରହିଛି । ବାତ୍ୟାରେ ପାଖାପାଖି ୨୦ ଲକ୍ଷ ବୃକ୍ଷର ନଷ୍ଟ ହୋଇଛି । ସର୍ଭେ ଅନୁଯାୟୀ ୫୮୦ ବର୍ଗ କିମି ନୂତନ ଜଙ୍ଗଲ ସୁରକ୍ଷା କରିବାରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିଛି ।

ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମାନ୍ୟବର ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବନ୍ୟପ୍ରାଣୀ ସପ୍ତାହ ୨୦୧୯ ଉତ୍ସବ ଅନୁଷ୍ଠିତ ।

ବନ୍ୟପ୍ରାଣୀ ସପ୍ତାହ ଅକ୍ଟୋବର ୨ ତାରିଖ ଠାରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ବନ୍ୟପ୍ରାଣୀ ଙ୍କ ସୁରକ୍ଷା କିଭଳି ଭାବରେ ରହିବେ ରକ୍ଷଣା ବେକ୍ଷଣ କରାଯାଉଛି। ବିଶ୍ୱରେ ରହିଥିବା ବନ୍ୟପ୍ରାଣୀ ଙ୍କ ଉପରେ ଆଲୋଚନା କରାଯାଇଛି।

Body:

ଓଡିଶା ଏକ ରାଜ୍ୟ ଯାହାର ୩ ପ୍ରକାର ମୁମ୍ଭୀର ରହିଛି। ଏହା ଛଡା ଧଳା ବାଘ ମଧ୍ୟ ଦେଖିବକୁ ମିଳିଥାଏ। ଭୁତରକାନିକା ଓ ସାତକୋଶିଆ ବାଘ ପାଇଁ ପ୍ରସିଦ୍ଧ ଲାଭ କରିଛି। ସୁନାବେଢା ଓ ଟ୍ରିବୁଡଗଡ ବାଘ ପ୍ରକଳ୍ପ କରାଯାଇଛି। ସରକାରଙ୍କର 5ଟି କାର୍ଯ୍ୟକ୍ରମ ମଧ୍ୟ ସାମିଲ କରାଯିବ। ବିଶେଷ ଭାବରେ ଶିମିଳିପାଳ ବାଘ ଉପରେ ରହିବ ଟେକ୍ନୋଲୋଜି ନଜର ରଖିବା।

ଓଡିଶା ରେ ଅନେକ ସ୍ଥାନରେ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାକୁ ମିଳେ। ଏମିତିକି ସାରା ବିଶ୍ୱରେ ଦେଖିବାକୁ ଗଲେ ଓଡିଶା ଏକ ରାଜ୍ୟ ସମସ୍ତ ବନ୍ୟପ୍ରାଣୀ ରହିଥାନ୍ତି। ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ବ୍ୟାପୀ ପାଳନ କରାଯାଉଛି ବନ୍ୟପ୍ରାଣୀ ସପ୍ତାହ। ୧୯୫୫ ମସିହାରୁ ସପ୍ତାହ ପାଳନ କରାଯାଉଛି। ସମୁଦ୍ରରେ ଅନେକ ପ୍ରାଣୀ ରହୁଛନ୍ତି। ସେମାନଂକ ସୁରକ୍ଷା ପାଇଁ ମନୁଷ୍ୟ ର ଏକାନ୍ତ ଆବଶ୍ୟକ। ମନୁଷ୍ୟର ସ୍ଥିତି ପାଇଁ ବନ୍ୟା ପ୍ରାଣୀକ ରହିବା ଆବଶ୍ୟକ ରହିଛି। ଓଡିଶା ରେ ବିଭିନ୍ନ ପ୍ରକାର ଜଙ୍ଗର ରହିଛି। ୧୨ ଟି ବନୟାପରାଣୀ ପ୍ରାଣୀ ସଂରକ୍ଷଣ କାର୍ଯ୍ୟକତାମ କରାଯାଇଛି। ନନ୍ଦନକାନନ ୧୫୫ ଟି ବନ୍ୟପ୍ରାଣୀ ରହିଛନ୍ତି । ସମ୍ବଲପୁର, କପିଳାସ, ବନ ଯିବ କ୍ଷତ୍ରରେ ବାଘ ହାତୀ ବରାହ, ବିସ୍ଥାର କରାଯାଇଛି। ମଧୁର ପ୍ରାଣୀ କଇଁଛ ପାଇଁ ତିକରପଡା ରେ ସଂରକ୍ଷଣ କରାଯାଇଛି। ୨୦୧୪ ମସିହାରୁ ୧୨ ଟି ସ୍ଥାନରେ ହାତୀ ମାନଙ୍କର ଚଲାପଥ ଉପରେ ସ୍ଥାନ ଚିହ୍ନଟ କରାଯାଇଛି। ୭୨ ବର୍ଗ କିମି ୧୧୩୨ ବର୍ଗ କିମି ହାତୀମାନଙ୍କ ରହିବା ପାଇଁ ସ୍ଥାନ କରାଯାଇଛି। ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କକରାଯାଉଛି। ଫନି ମହାବାତ୍ୟାରେ କ୍ଷତି ଗ୍ରସ୍ଥ ହୋଇଥିବା ତାହା ଦ୍ରୁତ ଗତିରେ ଆଗେଇଚାଲିଛି। ୨୦ ଲକ୍ଷ ବୃକ୍ଷ କ୍ଷତି ଘଟିଛି ବାତ୍ୟାରେ। ସର୍ଭେ ଅନୁଯାଇ ୫୮୦ ବର୍ଗ କିମି ନୂତନ ଜଙ୍ଗଲ ସୁରକ୍ଷା କରିବାରେ ଭାରତ ୪ ର୍ଥ ନମ୍ବର ରହିଛି।

ବନ୍ୟପ୍ରାଣୀ ସପ୍ତାହ ଅବସରରେ ମାନ୍ୟବର ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସରକ୍ଷକ ସନ୍ଦୀପ ତ୍ରିପାଠୀ ଆଦି ଉପସ୍ଥିତ ରହିଥିଲେ।

Byte- ଜଙ୍ଗଲ ବିଭାଗ ମନ୍ତ୍ରୀ, ବିକ୍ରମ କେଶରୀ ଆରୁଖ।
Byte- ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ସନ୍ଦୀପ ତ୍ରିପାଠୀ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.