ETV Bharat / city

CP ବଦଳି ପଛର ରହସ୍ୟ, ସୁଧାଂଶୁଙ୍କ ସଫଳତା ସରକାରଙ୍କ ରାସ୍ତାରେ ସାଜିଲା କଣ୍ଟା ! - ସୁଧାଂଶୁ ଷଡଙ୍ଗୀ

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୁଧାରିବା ପାଇଁ ସୁଧାଂଶୁଙ୍କୁ କମିଶନର ପଦର ଦାୟିତ୍ବ ନ୍ୟସ୍ତ କରିଥିବା ରାଜ୍ୟ ସରକାର କାହିଁକି ଅଚାନକ ତାଙ୍କୁ ବଦଳି କଲେ, ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ଅଧିକ ପଢନ୍ତୁ...

CP ବଦଳି ପଛରେ ରହସ୍ୟ, ସୁଧାଂଶୁଙ୍କ ସଫଳାତା ସରକାରଙ୍କ ରାସ୍ତାରେ ସାଜିଲା କଣ୍ଟା !

author img

By

Published : Mar 9, 2021, 5:16 PM IST

ଭୁବନେଶ୍ବର: ଯେତେବେଳେ ରାଜ୍ୟ ସରକାରଙ୍କ ଉପରକୁ ବିରୋଧୀଙ୍କ ଆଙ୍ଗୁଳି ଉଠେ, ସେତେବେଳେ ବଦଳିଯାଏ ଏସପି କମିଶନରଙ୍କ ପଦପଦବୀ ଆଉ ରାତାରାତି ବଦଳି ହୋଇଯାନ୍ତି ଅଫିସର । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକର ଆଗ ସୂଚୀରେ ରହିଥିବା ଆଇପିଏସ ଅଧିକାରୀ ସୁଧାଂଶୁ ଷଡଙ୍ଗୀ ରାଜ୍ୟ ପୋଲିସ କମିଶନର ପଦରୁ ଆଉଟ ହୋଇଥିବା ବେଳେ ଇନ୍ ହୋଇଛନ୍ତି ଆଉ ଜଣେ ନୂଆ କମିଶନର । ତେବେ ରାତି ଅଧିଆ ସୁଧାଂଶୁଙ୍କ ବଦଳି ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୁଧାରିବା ପାଇଁ ସୁଧାଂଶୁଙ୍କୁ କମିଶନର ପଦର ଦାୟିତ୍ବ ନ୍ୟସ୍ତ କରିଥିବା ରାଜ୍ୟ ସରକାର କାହିଁକି ଅଚାନକ ତାଙ୍କୁ ବଦଳି କଲେ, ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

ରାଜ୍ୟରେ ଅପରାଧର ଫାଇଲ ରେକର୍ଡ ଖୋଳତାଡ ମଧ୍ୟରେ ସୋମବାର କମିଶନରେଟ ପୋଲିସର ସର୍ବୋଚ୍ଚ ସ୍ତରରେ ହୋଇଥିଲା ବଡ ବଦଳି । ସୁଧାଂଶୁ ଷଡଙ୍ଗୀଙ୍କ ହାତରୁ ପୋଲିସ କମିଶନର ପଦ ଛଡାଇ ଆଣି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ଏହି ଦାୟିତ୍ବ । ଅପରାଧୀଙ୍କୁ ପାତାଳରୁ ଖୋଜିଆଣୁଥିବା ସୁଧାଂଶୁ ଏବେ ଖୋଦ ନିଜେ ପାତାଳି ହୋଇଯାଇଛନ୍ତି ବୋଲି ଚାରିଆଡେ ଆଲୋଚନା ।

ତେବେ ପ୍ରଶ୍ନ ଉଠୁଛି କଣ ପାଇଁ ଅଚାନକ ବଦଳି ହେଲେ ସୁଧାଂଶୁ ଷଡଙ୍ଗୀ? ଦିନକୁ ଦିନ ବଢିଚାଲିଥିବା ଲୋକପ୍ରିୟତା ବାଧା ସୃଷ୍ଟି କଲା ନା ତାଙ୍କ ସଫଳତା ସରକାରଙ୍କ ରାସ୍ତାରେ ସାଜଲା କଣ୍ଟା ? କାରଣ ବେଶ କିଛି ଦିନରୁ ନିଜର ନିଆରା ଅନ୍ଦାଜ ଯୋଗୁଁ ଚର୍ଚ୍ଚାରେ ରହିଆସିଥିଲେ ସୁଧାଂଶୁ । ସେ ଟ୍ବିଟରରେ ଆକ୍ଟିଭ ହେଉ କି ନିଜର ମାଷ୍ଟର ପ୍ଲାନ ବଳରେ ଅପରାଧିଙ୍କୁ କାବୁ କରିବା, ସବୁଥିରେ ସୁଧାଂଶୁଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରୁଥିଲେ ଜନସାଧାରଣ । ତେବେ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଆସାମୀକୁ ଧରି ରାଜ୍ୟ ସରକାରଙ୍କୁ ବଡ ସଫଳତା ଦେବା ସତ୍ତ୍ବେ ତାଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ ।

ରାଜଧାନୀର କଟା ମୁଣ୍ଡ ଘଟଣା ହେଉ କି ସୁନାଚୋରି ମାମଲା କିମ୍ବା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ । ରାଜ୍ୟର ଅନେକ ମର୍ଡର ମିଷ୍ଟ୍ରି ଓ ବଡ ବଡ ଅପରାଧର ପର୍ଦ୍ଦାଫାସ କରିଥିବା ସୁଧାଂଶୁଙ୍କ ପାଖରୁ ସିପି ପଦ ଛଡାଇ ନେବା ପଛର ରହସ୍ୟ ଉପରୁ ହଟିପାରୁନି ପରଦା ।

ଯଦି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ବିଚାରକୁ ନେବା ତାହେଲେ, ନିଜ୍ୟ କ୍ୟାରିଅରରେ ଏହା ଥିଲା ସୁଧାଂଶୁଙ୍କ ବଡ ସଫଳତା । 1999ର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର 22 ବର୍ଷ ପରେ ସୁଧାଂଶୁଙ୍କ ନେତୃତ୍ବରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ବାନ୍ଧିଥିଲା କମିଶନରେଟ ପୋଲିସ । ଏହାପରେ ପ୍ରେସମିଟ୍ କରି ପୂର୍ବତନ ସିପି ସୁଧାଂଶୁ ଷଡଙ୍ଗୀ କରିଥିଲେ ଘଟଣାର ଖୁଲାସା ।

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ରକୁ ଫେରାର ମାରି ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା।

ତେବେ ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ବିଭିନ୍ନ ତଥ୍ୟ ପାଇବା ପରେ ଏହି ଚର୍ଚ୍ଚିତ ଘଟଣାର ଫାଇଲ ପୁଣି ଥରେ କମିଶନରେଟ ପୋଲିସ ଖୋଲିଥିଲା । ସମସ୍ତ ତଥ୍ୟର ସମୀକ୍ଷା ପରେ ପୂର୍ବତନ ସିପି ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ନିଜେ ଏହାର ତଦାରଖ କରୁଥିଲେ । ପରେ ଅଭିଯୁକ୍ତକୁ ଧରିବା ପାଇଁ ମହାରାଷ୍ଟ୍ର ପୋଲିସର ସହାୟତା ନେଇ ଆମ୍ବିଭାଲି ଅଞ୍ଚଳରୁ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରି ଓଡିଶା ଆଣିଥିଲା କମିଶନରେଟ ପୋଲିସ ।

ବିବନର ଗିରଫ ପରେ ସୁଧାଂଶ କହିଥିଲେ, ଘଟଣାର 22 ବର୍ଷ ପରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆମେ କଠିନ ପରିଶ୍ରମ କରିଛୁ । ଯେଉଁଠି ସିବିଆଇ ଫେଲ ମାରିଥିଲା ଆମ ଅଫିସର ଦକ୍ଷତାର ସହ କାମ କରି ପାତାଳରୁ ମୁଖ୍ୟ ଅଭିଯୁକ୍ତକୁ ବାହାର କରିବାରେ ସଫଳ ହୋଇଛି ବୋଲି କହିଥିଲେ ସିପି । ଯାହାପରେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଲେ ବିରୋଧୀ । ଆଉ ହୁଏତ ଏଥିପାଇଁ ଅପରାଧୀଙ୍କ ରାଡାର ଜାମ କରୁଥିବା ସୁଧାଂଶୁ ନିଜେ ସରକାରଙ୍କ ରାଡାରରେ ଫସିଗଲେ । ଆଉ ଶେଷରେ ତାଙ୍କୁ ମିଳିଲା ବଦଳି ହେବାର ବଡ ପୁରସ୍କାର ।

କେବଳ ସଫଳତା ନୁହେଁ, ବିଫଳତା ଉପରେ ଯଦି ନଜର ପକାଇବା ତାହେଲେ ନିକଟରେ ସ୍ପଷ୍ଟ ଦିବାଲୋକରେ ରାଜଧାନୀର ବ୍ୟସ୍ତ ବହୁଳ ସିଆରପି ଛକ ନିକଟରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଫେଲ ମାରିବା ରାଜ୍ୟ ଆଇନଶୃଙ୍ଖଳା ଉପରେ ଉଠାଇଥିଲା ବଡ ପ୍ରଶ୍ନବାଚୀ । ରାଜଧାନୀର ଛାତି ଉପରେ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ହତ୍ୟାକାଣ୍ଡ ଭିଆଇଥିବାବେଳେ ଏହାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ପୋଲିସ କାବୁ କରି ପିସିଆର ଭ୍ୟାନରେ ଥାନାକୁ ନେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଭିତରେ ବସିଥିବା ଦୁର୍ବୃତ୍ତଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଯାହାପରେ ସିଧାସଳଖ ରାଜ୍ୟ ପୋଲିସ ଉପରକୁ ଉଠିଥିଲା ଆଙ୍ଗୁଳି । ଆଉ ପଦାରେ ପଡିଥିଲା ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ନଗ୍ନଚିତ୍ର । ଏନେଇ ସୁଧାଂଶୁଙ୍କ ସିପି ପଦ ଯିବାର କାରଣକୁ ମଧ୍ୟ ଏଡାଇ ଦିଆଯାଇନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.