ETV Bharat / city

କିଏ ଧରିବ ରାଜ୍ୟ ବିଜେପି ମଙ୍ଗ ? ଡିସେମ୍ବରରେ ଚୟନ - ରାଜ୍ୟ ବିଜେପି

ସାଙ୍ଗଠନିକ ପୁନର୍ବିନ୍ୟାସ ପାଇଁ ଅଙ୍କକଷା ଆରମ୍ଭ କଲାଣି ରାଜ୍ୟ ବିଜେପି । ବସନ୍ତ ପଣ୍ଡାଙ୍କ ପରେ କିଏ ହେବ ରାଜ୍ୟ ବିଜେପି ସଭାପତି । ରେସରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ରହିଛନ୍ତି । ତେବେ ଡିସେମ୍ବରରେ ଜଣାପଡିବ କାହା ହାତକୁ ଯିବ ଦାୟିତ୍ବ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 3, 2019, 6:47 PM IST

ଭୁବନେଶ୍ବର: କିଏ ଧରିବ ରାଜ୍ୟ ବିଜେପି ମଙ୍ଗ ? ସଭାପତି ପଦକୁ ନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ଦୌଡରେ ଅଛନ୍ତି ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଏବଂ ରାଜ୍ୟ ଉପସଭାପତି ସମୀର ମହାନ୍ତି । ଯଦିଓ ଏହି ପଦ ପାଇଁ ଅନେକ ଦାବିଦାର ରହିଛନ୍ତି ତେବେ ‘ଗୋଟିଏ ଲୋକ ଗୋଟିଏ ପଦ’ ଆଧାରରେ ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ମିଳିବ ଦାୟିତ୍ବ ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟ ବିଜେପିର ଉପସଭାପତି ଥିବା ସମୀର ମହାନ୍ତିଙ୍କ ନାଁ ସଭାପତି ପଦ ପାଇଁ ଚର୍ଚ୍ଚା ହେଉଛି । ସେ ସଂଘ ପରିବାରର ଜଣେ ସକ୍ରିୟ ସଦସ୍ୟ ରହିଛନ୍ତି । ଏଥିସହ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ସମୀର ବିଜେପି କେନ୍ଦ୍ର ନେତାଙ୍କ ଗୁଡବୁକରେ ଅଛନ୍ତି।

ସେହିପରି କେ ଭି ସିଂଦେଓ ମଧ୍ୟ ଅନ୍ୟତମ ପ୍ରମୁଖ ଦାବିଦାର ରହିଛନ୍ତି । ପୂର୍ବରୁ ସେ ସଭାପତି ପଦରେ ରହି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଧାୟକ ଦଳ ନେତା ଭବେ ବି ତାଙ୍କର କାର୍ଯ୍ୟଦକ୍ଷତା ରହିଛି । ଦିଲ୍ଲୀ ଦରବାରରେ ତାଙ୍କର ଭଲ ଲବି ମଧ୍ୟ ଅଛି । ତେଣୁ ତାଙ୍କୁ ମଧ୍ୟ ଦଳ ଏହି ପଦ ଦେଇପାରେ ବୋଲି ଆଶା ରହିଛି ।

ସେପଟେ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ସଦସ୍ୟ ସଂଗ୍ରହ ଅଭିଯାନ ୨୦ ତାରିଖରେ ଶେଷ ହୋଇଛି । ଏଥିରେ ପାଖାପାଖୀ ୫୦ ଲକ୍ଷ ସଦସ୍ୟ ସଂଗ୍ରହ କରିଥିବା ଦଳ ଦାବି କରୁଛି । ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ସାଙ୍ଗଠନିକ ସ୍ଥିତି ମଜବୁତ ପାଇଁ ଦଳ ଅଣ୍ଟା ଭିଡିସାରିଛି । ସପ୍ଟେମ୍ବର ୧୧ରୁ ୩୦ ତାରିଖ ଭିତରେ ଦଳ ବୁଥ୍‌ ସ୍ତରର ସଭାପତି ଚୟନ କରିବ । ଅକ୍ଟୋବର ୧୧ରୁ ୩୧ ଭିତରେ ମଣ୍ଡଳ ସଭାପତି ବାଛିବ । ଏହାପରେ ଜିଲ୍ଲା ସଭାପତି ଚୟନ କରାଯିବ । ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ରାଜ୍ୟ ସଭାପତି ଚୟନ କରାଯିବ । ସାଂଗଠନିକ ନିର୍ବାଚନକୁ ସୁପରିଚାଳନା କରିବାକୁ ୩୦୦ରୁ ଅଧିକ ନେତୃବୃନ୍ଦଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ଓ ସହ ନିର୍ବାଚନ ଅଧିକାରୀ ମନୋନୀତ ହୋଇଛନ୍ତି । ଆସନ୍ତା ୫ରେ ଦଳ କାର୍ଯ୍ୟାଳୟରେ ଏନେଇ ଏକ କର୍ମଶାଳା ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କିଏ ହେବେ ରାଜ୍ୟ ବିଜେପିର ମଙ୍ଗୁଆଳ ? ସଭାପତି ପଦକୁ ନେଇ ଆରମ୍ଭ ହୋଇ ଯାଇଛି କାଉଣ୍ଟ ଡାଉନ। ଦୌଡରେ ଅଛନ୍ତି ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ରାଜ୍ୟ ଉପସଭାପତି ସମୀର ମହାନ୍ତି। ଯଦିଓ ଏହି ପଦ ପାଇଁ ଅନେକ ଦାବିଦାର ରହିଛନ୍ତି ତେବେ one man one post ଆଧାରରେ ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ମିଳିପାରେ।
ରାଜ୍ୟ ବିଜେପିର ଉପସଭାପତି ଥିବା ସମୀର ମହାନ୍ତିଙ୍କ ନାଁ ବି ସଭାପତି ପଦ ପାଇଁ ରେସ୍‌ରେ ରହିଛି। ସେ ସଂଘ ପରିବାରର ଜଣେ ସକ୍ରିୟ ସଦସ୍ୟ। ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରେ ଯେଉଁ ନୂଆ ଟିମ୍‌ ଗଠନ ହୋଇଥିଲା ସେଥିରେ ସମୀର ଉପସଭାପତି ରହିଥିଲେ। ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ସମୀର ବିଜେପି କେନ୍ଦ୍ର ନେତାଙ୍କ ଗୁଡ୍‌ବୁକ୍‌ରେ ରହିଛନ୍ତି।

ସେହିପରି କେ ଭି ସିଂଦେଓ ମଧ୍ୟ ଅନ୍ୟତମ ପ୍ରମୁଖ ଦାବିଦାର ରହିଛନ୍ତି। ପୂର୍ବରୁ ସେ ସଭାପତି ପଦରେ ରହି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ବିଧାୟକ ଦଳ ନେତା ବି ରହିଥିଲେ। ଦିଲ୍ଲୀ ଦରବାରରେ ତାଙ୍କର ଭଲ ଲବୀ ମଧ୍ୟ ରହିଛି। ତେଣୁ ତାଙ୍କୁ ମଧ୍ୟ ଦଳ ଏହି ପଦ ଦେଇପାରେ।

ସେପଟେ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ସଦସ୍ୟ ସଂଗ୍ରହ ଅଭିଯାନ ୨୦ ତାରିଖରେ ଶେଷ ହୋଇଛି। ପାଖାପାଖି ୫୦ ଲକ୍ଷ ସଦସ୍ୟ ସଂଗ୍ରହ କରିଥିବା ଦଳ ଦାବି କରୁଛି। ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ସାଙ୍ଗଠନିକ ସ୍ଥିତି ମଜବୁତ ପାଇଁ ଲାଗିଛି ଦଳ। ସପ୍ଟେମ୍ବର ୧୧ରୁ ୩୦ ତାରିଖ ଭିତରେ ଦଳ ବୁଥ୍‌ ସ୍ତରର ସଭାପତି ଚୟନ କରିବ। ଅକ୍ଟୋବର ୧୧ରୁ ୩୧ ଭିତରେ ମଣ୍ଡଳ ସଭାପତି ବାଛିବ। ଏହାପରେ ଜିଲ୍ଲା ସଭାପତି ଚୟନ କରାଯିବ। ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ରାଜ୍ୟ ସଭାପତି ଚୟନ କରାଯିବ। ସାଂଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ୩୦୦ରୁ ଅଧିକ ନେତୃବୃନ୍ଦଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସହ ନିର୍ବାଚନ ଅଧିକାରୀ ମନୋନୀତ ହୋଇଛନ୍ତି। ଆସନ୍ତା ୫ରେ ଦଳ କାର୍ଯ୍ୟାଳୟ ରେ ଏନେଇ ଏକ କର୍ମଶାଳା ହେବ।

Body:ବାଇଟ ଗୋଲକ ମହାପାତ୍ର, ବିଜେପି ମୁଖପାତ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.