ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରମୁଖ ଡାକ୍ତର ଭାବେ ନିଯୁକ୍ତି ପାଇଲେ ଭାରତୀୟ ସେନାର ଚିକିତ୍ସା ସେବା ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଡାକ୍ତର ଦଲଜିତ ସିଂ । ଏନେଇ ଭାରତୀୟ ସେନା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
-
Lieutenant General Daljit Singh, Director General of Medical Services (Army) has been appointed as Honorary Surgeon to President of India. #IndianArmy pic.twitter.com/pufGy6aAvA
— ADG PI - INDIAN ARMY (@adgpi) August 2, 2022 " class="align-text-top noRightClick twitterSection" data="
">Lieutenant General Daljit Singh, Director General of Medical Services (Army) has been appointed as Honorary Surgeon to President of India. #IndianArmy pic.twitter.com/pufGy6aAvA
— ADG PI - INDIAN ARMY (@adgpi) August 2, 2022Lieutenant General Daljit Singh, Director General of Medical Services (Army) has been appointed as Honorary Surgeon to President of India. #IndianArmy pic.twitter.com/pufGy6aAvA
— ADG PI - INDIAN ARMY (@adgpi) August 2, 2022
ବିଶିଷ୍ଟ ସେବା ପଦକ ବିଜେତା ଲେଫ୍ଟନାଣ୍ଟ ଜେନେରାଲ 17 ଡିସେମ୍ବର 1983 ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ଜାତୀୟ ବୋର୍ଡ ଅଫ ଏକ୍ସାମସରୁ ଡିଏନବି (ପେଡିଆଟ୍ରିକ୍ସ) ଏମଡି କରିଥିବା ବେଳେ, ଡିଏମ ନିଓନାଟୋଲୋଜି ଡିଗ୍ରୀ ଚଣ୍ଡିଗଡ ପିଜିଆଇଏମଆଇଆରରୁ ହାସଲ କରିଥିଲେ ।
ଲେଫ୍ଟନାଣ୍ଟ ଜେନେରାଲ ଦଲଜିତ ସିଂ ବର୍ତ୍ତମାନ ଶିଶୁ ରୋଗ ବିଶେଷଜ୍ଞ ସହ ଶସସ୍ତ୍ର ବଳ ଚିକିତ୍ସା ସେବାର ବରିଷ୍ଠ ଚିକିତ୍ସକ ଭାବେ କାର୍ଯ୍ୟ କରୁଛନ୍ତି । ଏହାବାଦ ଦଲଜିତ ସିଂ ଚଣ୍ଡିଗଡ ପିଜିଆଇଏମଆଇଆରରେ ନିଓନାଟୋଲୋଜି ବିଭାଗର ଏମଡି ଅଛନ୍ତି । ଭାରତୀୟ ବାୟୁସେନାରେ ଦୀର୍ଘ 38 ବର୍ଷ ଧରି ସେବା ଦେଉଥିବା ଲେଫ୍ଟନାଣ୍ଟ ଜେନେରାଲ ଡାକ୍ତର ଦଲଜିତ ସିଂ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଡାକ୍ତର ଭାବେ ଦାୟିତ୍ବ ତୁଳାଇବେ ।