ETV Bharat / city

ଆଡଭାଇଜରିକୁ ଫୁ; ଚୀନ ଫେରନ୍ତା ଯୁବକଙ୍କ ହେଲାନାହିଁ ସ୍ବାସ୍ଥ୍ୟ ପରୀକ୍ଷା

ଘାତକ କୋରୋନା ଭାଇରସ ମୁକାବିଲା ପାଇଁ ସବୁ ପଦକ୍ଷେପ ନିଅ । ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରୁହ । ଏମିତି ଢଙ୍ଗରେ ଜାରି ହୋଇଥିବା ଆଡଭାଇଜରିର କେତେ ଦମ ? ଜଣେ ଚୀନ ଫେରନ୍ତା ଯୁବକଙ୍କୁ ବିନା ଯାଞ୍ଚରେ ଫେରାଇ ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jan 26, 2020, 12:05 AM IST

who cares govt
who cares govt

ଭୁବନେଶ୍ବର: ଘାତକ କୋରୋନା ଭାଇରସ ମୁକାବିଲା ପାଇଁ ଆଡଭାଇଜରି ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଭାଇରସ ମୁକାବିଲା ପାଇଁ ଓଡିଶା ସରକାର ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ସ୍କ୍ରିନିଂ ୟୁନିଟ ବସାଇବାକୁ ପ୍ରସ୍ତୁତି ଚାଲିଛି । ଏହା ସହ କୋରୋନା ଭାଇରସ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ବିଭିନ୍ନ ହସ୍ପିଟାଲକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଏପରିକି ଏଭଳି କେସ ଆସିଲେ କେମିତି ଚିକିତ୍ସା କରିବେ କଣ ପଦକ୍ଷେପ ନେବେ ସେମାନେ ତାଙ୍କ ସ୍ତରରେ ନିଷ୍ପତି ନେବେ । କିଭଳି ଆକ୍ରାନ୍ତଙ୍କୁ ଅଲଗା ରଖାଯିବ ଆଉ ଚିକିତ୍ସା କରାଯିବ । ସେ ବ୍ୟବସ୍ଥା କରିବେ। ଏସସିବି, ଭିଏସଏସ ଓ କ୍ୟାପିଟାଲ ହସ୍ପିଟାଲ ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ଆଡଭାଇଜରି ଜାରି କରିଛନ୍ତି ରାଜ୍ୟ ସରକାର ।

ଆଡଭାଇଜରିକୁ ଠୋ; ଚୀନ ଫେରନ୍ତା ଯୁବକଙ୍କ ହେଲା ନାହିଁ ସ୍ବାସ୍ଥ୍ୟଯାଞ୍ଚ

ହେଲେ ଏହି ସବୁ ଆଡଭାଇଜରିକୁ ଶକ୍ତ ଚାପୁଡା ମାରିଛନ୍ତି ଖୋଦ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଆଜି( ଶନିବାର) ଜଣେ ଚୀନ ଫେରନ୍ତା ଓଡିଆ ଯୁବକ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରିବା ବଦଳରେ ତାଙ୍କୁ ଆମେ ଏହି କୋରୋନା ଭାଇରସ କଣ ଜାଣିନାହୁଁ । କିଛି କରିପାରିବୁ ନାହିଁ । ତୁମେ ଯାଅ । ଏମିତି କହି ଫେରାଇ ଦେଇଛନ୍ତି ।

ଘଟଣା ଏମିତି ପୁରୀ କାକଟପୁର ଅଞ୍ଚଳର ସମ୍ବିତ ନାୟକ ଦୀର୍ଘ ଦିନ ହେବ ଚୀନର ସାଂଘାଇ ସହରରୁ 2ଶହ କିମି ଦୂର ‘ଉଷୀ’ ସହରରେ ଅବସ୍ଥାନ କରୁଛନ୍ତି । ତେବେ କୋରୋନା ଭାଇରସକୁ ନେଇ ଚୀନରେ ସ୍ଥିତି ଗମ୍ଭୀର ହେଉଥିବାରୁ ସମ୍ବିତ ଚୀନରୁ ଫେରିଆସିଛନ୍ତି । ଶୁକ୍ରବାର କୋଲକାତାରେ ପହଞ୍ଚିବା ପରେ ସେଠାରେ ତାଙ୍କର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥଲା । ପରେ ସେ ଓଡିଶା ଆସି ଘରେ ପହଞ୍ଚିଥିଲେ । ହେଲେ ନିଜେ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ଆଶଙ୍କା କରି ଶନିବାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । କାରଣ ସମ୍ବିତ ବର୍ତ୍ତମାନ ଥଣ୍ଡା, ଖାସରେ ପୀଡିତ ଅଛନ୍ତି । ଯେଉଁଥିରୁ ସେ ଆଶଙ୍କା କରୁଛନ୍ତି । ଏହାର ପରୀକ୍ଷା ପାଇଁ ଶନିବାର ଯେତେବେଳେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ହସ୍ପିଟାଲ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରିବର୍ତ୍ତେ ତାଙ୍କୁ ଆମେ କିଛି ଜାଣିନାହୁଁ ଏହି ଭାଇରସ ବିଷୟରେ କିଛି କରିପାରିବୁ ନାହିଁ ବୋଲି ଶୁଣାଇଛନ୍ତି । ଯାହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କଥା ଓ କାମକୁ ନେଇ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ଭାଇରସକୁ ନେଇ ସମସ୍ତ ହସ୍ପିଟାଲକୁ ଆଡଭାଇଜରି ଜାରି କରୁଛି । ଅଥଚ ସେହିଦିନ ରାଜ୍ୟର ପ୍ରମୁଖ ହସ୍ପିଟାଲରେ କୌଣସି ଚିକିତ୍ସା ଆମେ ଜାଣିନୁ କହି ହାତ ଟେକି ଦେଉଛନ୍ତି । ତେବେ ଜାରି ହୋଇଥିବା ଆଡଭାଇଜରିର ଉଦ୍ଦେଶ୍ୟ କଣ ? ଖାଲି ଗଣମାଧ୍ୟମରେ ପ୍ରଚାର ପାଇଁ ଏହା ଉଦ୍ଦିଷ୍ଟ ନୁହେଁ ତ ? ବିଶ୍ବବ୍ୟାପୀ ଏହି ମାରାତ୍ମକ ଭାଇରସକୁ ନେଇ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏତେ ପଛରେ କାହିଁକି ? ଭୁବନେଶ୍ବର ଏକ ପ୍ରମୁଖ ସହର ହୋଇଥିବା ବେଳେ ପ୍ରତିଦିନ ଦେଶ ବିଦେଶରୁ ଅନେକ ଲୋକ ଯିବା ଆସିବା କରୁଛନ୍ତି । ଜାରି ହୋଇଥିବା ଆଡଭାଇଜରି ଅନୁସାରେ ଆସୁଥିବା ଲୋକଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହେଉଛି ନା ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱରରେ ଉଷୀ ଯୁବକ, ସନ୍ଦେହରେ କରୋନା ଭାଇରସ।

ସାରା ବିଶ୍ୱରେ କରୋନା ଭୁତାଣୁ ଆତଙ୍କ ସୃଷ୍ଟି କରିଛି। ସୁଦୂର ଚାଇନାର ଏକ ସହର ଉସୀ ରୁ ଆସି ପହଞ୍ଚିଛନ୍ତି ଓଡ଼ିଆ ଯୁବକ। ଯାହାଙ୍କ ମନରେ ଭାଇରସ ରହିଥିବା ସନ୍ଦେହ କରି କ୍ୟାପିଟାଲ ହସ୍ପିଟାକକୁ ଆସିଥିଲେ କିନ୍ତୁ ଏଠାରେ କୌଣସି ବ୍ୟବସ୍ଥା ନଥିବା କୁ ନେଇ ଅସନ୍ତୋଷ ଜାହାରି କରିଛନ୍ତି।

Body:

ଏହା ଭିତରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି। ଚାଇନା ର ଉସୀ ରୁ ଆସିଥିବା ଓଡ଼ିଆ ଯୁବକ ସମ୍ବିତ ନାୟକ। ଘର କାକଟପୁର ଅଂଚଳରେ। ସମ୍ବିତ ଦୀର୍ଘ ବର୍ଷ ଧରି ଚାଇନାର ସାଂଘାଇ ର ପ୍ରାୟ 200 କିଲୋମିଟର ଦୂରରେ ଥିବା ଉସୀ ଏକ ସହରରେ ରୁହନ୍ତି। ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଉସୀ ରୁ ସନ୍ଦୀପ ଓଡିଶା ଆସିଯାଇଛନ୍ତି। ମନରେ ଏକ ଭୟ ରହିଥିଲେ ମଧ୍ୟ ବିମାନ ଯୋଗେ କଲିକତାରେ ସୁରକ୍ଷା ଯାଂଚ ସହ ସ୍ଵାସ୍ଥ୍ୟ ପରୀକ୍ଷା ଯାଂଚ କରାଯାଇଥିଲା। କିନ୍ତୁ ସନ୍ଦୀପ ଭୁବନେଶ୍ୱରରେ ପହଁଚିଲା ବେଳେ ସ୍ବାସ୍ଥ୍ୟଗତ ସ୍ଥାରରେ ଦୃବଳତା ଅନୁଭବ କରିଥିଲେ। କିନ୍ତୁ ରାଜ୍ୟର ରାଜାଧନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଏପରି ସୁବିଧା ନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ଡାକ୍ତର ମନେ ଏହି ଭାଇରସ ବାବଦରେ କିଛି ଜାଣିନଥିବା ମଧ୍ୟ କହିଛନ୍ତି। ଏପରିକି 5 ଟି କୁ ତାଚଲ୍ୟ କରିଛନ୍ତି। ରାଜ୍ୟ ସରକାର 5ଟି କରିଛନ୍ତି ତାର କୌଣସି କାର୍ଯ୍ୟରେ ଆସୁନି। ସାରା ଦେଶ ଏହି ଭାଇରସ କୁ ନେଇ ଆତଙ୍କିତ ରହିଥିବା ବେଳେ ଓଡିଶା ରେ ତାହା ଦେଖିବାକୁ ମିଳୁନି।

ସନ୍ଦୀପ କହିଛନ୍ତି ରାଜ୍ୟର ରାଜାଧନୀରେ ଥିବା ଏକ ବଡ ସରକାରୀ ଡାକ୍ତରଖାନା ପୁଣି ଆନ୍ତର୍ଜାତୀୟ ବିମାନ ବନ୍ଦର କିନ୍ତୁ ବିଦେଶରୁ ଆସୁଥିବା ଲୋକଙ୍କ ଚିକିତ୍ସାରେ ଅବହେଳା କରୁଛନ୍ତି। ଡାକ୍ତର ଏହି ପ୍ରକାରର ଭାଇରସ ବିଷୟରେ ଜାଣିନଥିବା କହିଛନ୍ତି।
ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ ଆଜି ସନ୍ଧ୍ୟାରେ ଭାଇରସ ପାଇଁ ଏକ ୱାର୍ଡ ଖୋଲିଛି। ଯାହା 10 ଟି ବେଡ଼ ବିଶିଷ୍ଟ ୱାର୍ଡ।

Byte- ସନ୍ଦୀପ ନାୟକ, ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.