ETV Bharat / city

ETV BHARAT IMPACT; ଏକମାସ ଡାକ୍ତରଙ୍କ ନଜରରେ ସମ୍ବିତ

ଚୀନ ଫେରନ୍ତା ସମ୍ବିତଙ୍କ ଚିକିତ୍ସା ଆରମ୍ଭ କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଏହାସହ ଏକ ମାସ ପର୍ଯ୍ୟନ୍ତ ସମ୍ବିତଙ୍କୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ସମ୍ବିତ କୋରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ରବିବାର ଇଟିଭି ଭାରତରେ ବିସ୍ତୃତ ଭାବେ ଖବର ପ୍ରକାଶ ପାଇଥିଲା । ପଢନ୍ତୁ ସଂପୂର୍ଣ୍ଣ ଖବର ...

author img

By

Published : Jan 27, 2020, 6:51 PM IST

who cares govt
who cares govt

ଭୁବନେଶ୍ବର: ସାରା ବିଶ୍ବରେ କୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି। ମାରାତ୍ମକ ଭାଇରସର ମୁକାବିଲା ପାଇଁ ବିଶ୍ବବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି । ଦେଶର ସମସ୍ତ ବିମାନ ବନ୍ଦରରେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ସ୍କ୍ରିନିଙ୍ଗ ବ୍ୟବସ୍ଥା କରାଯାଉଛି। ରାଜ୍ୟ ସରକାର ମଧ୍ୟ କୋରୋନା ଭାଇରସର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ସଚିବ । ବିଦେଶରୁ ବିଶେଷ କରି ଚୀନରୁ ଫେରୁଥିବା ନାଗରିକଙ୍କୁ ଏଥିପାଇଁ ବିମାନ ବନ୍ଦରରେ ଆବଶ୍ୟକ ଯାଞ୍ଚ କରିବା ସହ ଆବଶ୍ୟକ ହେଲେ ସେମାନଙ୍କୁ ହସ୍ପିଟାଲରେ ରଖି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ନଜର ରଖାଯିବ ।

ETV BHARAT IMPACT; ଏକମାସ ପର୍ଯ୍ୟନ୍ତ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ସମ୍ବିତ

ତେବେ ଗତ ଶନିବାର ଚୀନ ଫେରନ୍ତା କାକଟପୁର ଅଞ୍ଚଳର ଜଣେ ଯୁବକ ସମ୍ବିତ ନାୟକ ନିଜ ସ୍ବାସ୍ଥ୍ୟବସ୍ଥା ଅବନତି ହେବାରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ସମ୍ବିତ ଶୁକ୍ରବାର ଦିନ ଚୀନରୁ ଫେରିଥିଲେ । ତେବେ ସେହିଦିନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କୋରୋନା ଭାଇରସ ପାଇଁ ଆଡଭାଇଜରି ଜାରି କରିଥିଲେ ମଧ୍ୟ ସମ୍ବିତଙ୍କୁ ଉକ୍ତ ଦିନ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଚିକିତ୍ସା ନକରି ଫେରାଇ ଦେଇଥିଲେ । ଏହା ସହ ସମ୍ବିତଙ୍କୁ ଆଉଟ ଡୋରରେ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହାକୁ ନେଇ ସମ୍ବିତ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଆଡଭାଇଜରି ଉପରେ ପ୍ରଶ୍ନ ଉଠାଇଥିଲେ । ଏନେଇ ଗତ ରବିବାର ବିସ୍ତୃତ ଭାବେ ‘ଇଟିଭି ଭାରତରେ’ ଖବର ପ୍ରକାଶ ପାଇଥିଲା । ଖବର ପ୍ରସାରଣ ଗୋଟିଏ ଦିନ ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଲା ।

ଶନିବାର ଚିକିତ୍ସା ପାଇଁ ଆସିଥିବା ଚୀନ ଫେରନ୍ତା ସମ୍ବିତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସମ୍ବିତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ଏକ ମାସ ପର୍ଯ୍ୟନ୍ତ ନଜର ରଖିବେ । ଡାକ୍ତରୀ ଦଳ କୌଣସି ପ୍ରକାର ସ୍ବାସ୍ଥ୍ୟରେ ଅବନତି ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ସମ୍ବିତଙ୍କୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସନ୍ଦେହରେ ଚୀନ ଫେରନ୍ତା ଓଡ଼ିଆ ଯୁବକ , ଅବଜରବେସନ ରେ ରହିବେ ଯୁବକ।

ସାରା ବିଶ୍ୱରେ କରୋନା ଭୁତାଣୁ ଆତଙ୍କ ସୃଷ୍ଟି କରିଛି। ସୁଦୂର ଚାଇନାର ଏକ ସହର ଉସୀ ରୁ ଆସି ପହଞ୍ଚିଥିଲେ ଜଣେ ଓଡ଼ିଆ ଯୁବକ। ଯାହାଙ୍କ ମନରେ ଭାଇରସ ରହିଥିବା ସନ୍ଦେହ କରି କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ସହ ପରାମର୍ଶ ନେଇଛନ୍ତି। ବର୍ତ୍ତମାନ ସେ ଏବେ 1 ମାସ ପର୍ଯ୍ୟନ୍ତ ଅବଜରବେସନ ରେ ରହିଛନ୍ତି।

Body:
କିଛି ଦିନ ତଳେ ଓଡ଼ିଆ ଯୁବକ ଚାଇନା ରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ହେଲେ ତାଙ୍କର ସନ୍ଦେହ କରୋନା ଭାଇରସ ଉପରେ।ଉକ୍ତ ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ସନ୍ଦୀପ ନାୟକ। ଏହାର ଚିକିତ୍ସା କୁ ନେଇ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ପୁରା ପୁରି ଭାବରେ ତତ୍ପର ରହିଛନ୍ତି। ତାଙ୍କୁ 1 ମାସ ପର୍ଯ୍ୟନ୍ତ ଅବଜରବେସନରେ ରଖାଯାଇଛି। ଯାହା ପ୍ରତିଟି ସମୟରେ ଏକ ଡାକ୍ତରୀ ଦଳ ତାଙ୍କ ସହ ଯୋଗାଯୋଗ ରେ ରହୁଛନ୍ତି। ଏବଂ ସ୍ୱାସ୍ଥ୍ୟ ରେ ଟିକେ ଅବହେଳା ଦେଖିଲେ ତୁରନ୍ତ ଭାବରେ ଡକ୍ଟରଙ୍କର ପରାମର୍ଶ ନେବାକୁ କୁହାଯାଇଛି।

Byte- ନାରାୟଣ ସେଠି, ଅଧିକ୍ଷକ , କ୍ୟାପିଟାଲ ହସ୍ପିଟାଲ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.