ETV Bharat / city

କେବେ WODC ମୁଖ୍ୟାଳୟ ପଶ୍ଚିମାଞ୍ଚଳକୁ ସ୍ଥାନାନ୍ତରିତ ହେବ ? ଜବାବ ମାଗିଲେ ବିଧାୟକ - ହକ ପାଇଁ ଏକ

ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ଓ ପରିଷଦ ଗଠନ ନେଇ ଗର୍ଜିଲେ ପଶ୍ଚିମାଞ୍ଚଳ ବିଧାୟକ ।

WODC
WODC
author img

By

Published : Sep 3, 2021, 9:12 AM IST

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ଓ ପରିଷଦ ଗଠନ ନେଇ ଗର୍ଜିଲେ ପଶ୍ଚିମାଞ୍ଚଳ ବିଧାୟକ । ଦଳ ମତ ନିର୍ବିଶେଷରେ ବିଧାୟକ ମାନେ ମନ୍ତ୍ରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ ।

ନରସିଂହ ମିଶ୍ର...

କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମନ୍ତ୍ରୀଙ୍କୁ ପଚାରିଥିଲେ, ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନକୁ ୨ ଦଶନ୍ଧି ବିତିଗଲା । ତା ସତ୍ତ୍ବେ ଏପର୍ଯ୍ୟନ୍ତ କାହିଁକି ମୁଖ୍ୟାଳୟ ସ୍ଥାନାନ୍ତର ହୋଇପାରିଲା ନାହିଁ ? କେବେ ସୁଦ୍ଧା ହେବ ? ସରକାର କଣ ପଦକ୍ଷେପ ନେଇଛନ୍ତି ?

ସନ୍ତୋଷ ସିଂ ସାଲୁଜା...

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡିଶା ଜିଲ୍ଲା ମାନଙ୍କରେ ଓ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ନ କରିବାର କାରଣ କଣ ? ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ବିଧାୟକ ମାନଙ୍କ ୨୦୧୯-୨୦,୨୦୨୦-୨୧ ଅନୁଦାନଓ ଡାଇଭର୍ସନ ପ୍ରକଳ୍ପର ଅନୁଦାନ ମଞ୍ଜୁର ନ କରିବାର କାରଣ କଣ ?

ମୁକେଶ ମହାଲିଙ୍ଗ...

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମନ୍ତ୍ରୀଙ୍କୁ ପଚାରିଥିଲେ କି ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ୨୦୦୦ ଧାରା ୩(୪) ଅନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବର ଠାରୁ ପଶ୍ଚିମ ଓଡିଶାକୁ କେବେ ସୁଦ୍ଧା ସ୍ଥାନାନ୍ତରିତ ହେବ ?

ସେହିପରି ଦ୍ବିତୀୟ ପ୍ରଶ୍ନ ପଚାରି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ୪(କ) ଓ ଖ ଅନୁଯାୟୀ ସେହି ଅଞ୍ଚଳର ୨ ଜଣ ସାଂସଦ ୧୧ ବିଧାୟକଙ୍କୁ କେବେ ସୁଦ୍ଧା ସରକାର ମନୋନୀତ କରିବେ ? ଏହାବାଦ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ପାଇଁ ବିଭିନ୍ନ ବର୍ଗର ବିଶେଷଜ୍ଞଙ୍କୁ ମନୋନୀତ କରିବେ କି ?

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡିଶାରେ ସ୍ଥାପନ ଓ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ପ୍ରସ୍ତାବ ସରକାରଙ୍କ ବିଚାରଧିନ ରହିଛି । ସେହିପରି ବିଧାୟକଙ୍କ ସୁପାରିଶ କ୍ରମେ ପରିଷଦ ଅନୁମୋଦନ କରିଥିବା ୨୦୧୯-୨୦, ଓ ୨୦୨୦-୨୧ ର ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଅର୍ଥ ଯୋଗାଇ ଦିଆଯାଉଛି । ବିଧାୟକ ମାନଙ୍କ ଅନୁମୋଦନ ପ୍ରାପ୍ତ ପ୍ରକଳ୍ପ ଗୁଡିକ ମଧ୍ୟରୁ କୌଣସି ଡାଇଭର୍ସନ ପ୍ରସ୍ତାବ ଆସିଲେ ପୂର୍ବ ଅନୁମୋଦିତ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଅଧିକାରୀଙ୍କ ଠାରୁ ମଗାଯାଇଥାଏ । ଯଦି ଏହା କାର୍ଯ୍ୟ ଉପଯୋଗୀ ହୋଇନଥାଏ ତା ହେଲେ ବିଧାୟକ ମାନଙ୍କ ନୂତନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥାଏ ।

ସେହିଭଳି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି । ତେବେ ବର୍ତ୍ତମାନ ମୁଖ୍ୟାଳୟ ଭୁବନେଶ୍ବରରେ ଥିବାବେଳେ ଏହାକୁ ପଶ୍ଚିମାଞ୍ଚଳର କୌଣସି ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରସ୍ତାବ ସରକାରଙ୍କ ବିଚାରଧିନ ରହିଛି ।

ଅନ୍ୟପଟେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯୋଜନା ସଂଯୋଜନା ବିଭାଗ ବିଜ୍ଞପ୍ତି ନମ୍ବର ୮୬୯୭ (କ) ଅନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ଭୁବନେଶ୍ବର ଠାରେ ସ୍ଥାପନ କରାଯାଇଛି । ଏହାକୁ ପଶ୍ଚିମାଞ୍ଚଳକୁ ସ୍ଥାନାନ୍ତର ପ୍ରସ୍ତାବ ସରକାରଙ୍କ ବିଚାରଧିନ ରହିଛି । ଏହାବାଦ ଦ୍ବିତୀୟ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ୨୦୦୦ ଧାରା ୪(କ) ଓ ଖ ଅନୁଯାୟୀ ପଶ୍ଚିମାଞ୍ଚଳର ୨ ଜଣ ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ପରିଷଦକୁ ମନୋନୀତ ପ୍ରକ୍ରିୟା ମଧ୍ୟ ସରକାରଙ୍କ ବିଚାରଧିନ ରହିଛି । ଏତତ ବ୍ୟତୀତ ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ୨୦୦୦ ଧାରା ୪(ଗ) ପଶ୍ଚିମ ଓଡିଶା ବିକାଶ ପରିଷଦକୁ ବର୍ଷ ୨୦୧୯-୨୦ ଠାରୁ ଏପର୍ଯ୍ୟନ୍ତ ଜଣେ ମାତ୍ର ବିଶେଷଜ୍ଞ ବିଭିନ୍ନ ବର୍ଗରୁ ପରିଷଦକୁ ମନୋନୀତ ହୋଇଛନ୍ତି । ଅବଶିଷ୍ଟ ସଦସ୍ୟଙ୍କ ମନୋନୀତ ପ୍ରକ୍ରିୟା ବି ବିଚାରଧିନ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.