ETV Bharat / city

ଆସନ୍ତା 5 ଦିନ କାଳବୈଶାଖୀ ବର୍ଷା, 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ - ପାଣିପାଗ ଖବର

ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରୁ ଅସହ୍ୟ ତାତିରେ ସାଧାରଣ ଜୀବନ ବ୍ୟାହତ ହେଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

wheather update of odisha
ତତଲା କଡେଇରେ ସିଜୁଛି ସାରା ଓଡିଶା, 10 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
author img

By

Published : Apr 28, 2021, 7:06 PM IST

ଭୁବନେଶ୍ବର: ତତଲା କଡେଇରେ ସିଜୁଛି ସାରା ଓଡିଶା । ତାପମାତ୍ରା ବୃଦ୍ଧି ପାଇବାରୁ ଅସହ୍ୟ ତାତିରେ ସାଧାରଣ ଜୀବନ ବ୍ୟାହତ ହେଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ତତଲା କଡେଇରେ ସିଜୁଛି ସାରା ଓଡିଶା, 10 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆସନ୍ତା ୨୪ ଘଣ୍ଟା,ଗୁରୁବାର ମଧ୍ୟରେ ୧୦ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର,ଭଦ୍ରକ,ଯାଜପୁର,କୋରାପୁଟ,ନବରଙ୍ଗପୁର,ଗଜପତି,ରାୟଗଡା,କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ଭୁବନେଶ୍ବରରେ ୪୧.୭ ଡିଗ୍ରୀ ସହ ତାପମାତ୍ରା ସ୍ବଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହିଛି ,ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୩ ରୁ ୪ ଦିନ ପରେ ତାପମାତ୍ରା କମିବାର ସମ୍ଭାବନା ରହିଛି।

ସେହିପରି ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ ହୋଇଛି। ଅନୁଗୁଳରେ ୪୨.୭,ଟିଟିଲାଗଡ଼ରେ ୪୨ .୫,ବଲାଙ୍ଗୀରରେ ୪୨.୪,ତାଳଚେରରେ ୪୨.୩,ବାରିପଦାରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ନୂଆପଡା ଜିଲ୍ଲା ଖରିଆରରେ ସର୍ବାଧିକ ବର୍ଷା ୯.୦ ମିମି ରେକର୍ଡ ହୋଇଛି। ମୋହନାରେ ୭.୦,ମହେନ୍ଦ୍ରଗଡ଼ରେ ୫.୪ ମିମି,କୋରାପୁଟ ପଟାଙ୍ଗୀରେ ୧.୨ ମିମି ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.