ଭୁବନେଶ୍ବର: ଆସନ୍ତା 3 ଦିନ କମ ବର୍ଷା। ସୁଦୃଶ ଲଘୁଚାପ ଅଞ୍ଚଳ ,ଆଜି ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଉପରେ ସକ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନ ଚାପ ରେଖା ଦକ୍ଷିଣ ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି।
ଆଗାମୀ ୨୪ ଘଣ୍ଟାର ଆଭ୍ୟନ୍ତରୀଣ ଓଡିଶା ମେଘାଚ୍ଛନ୍ନ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଆସନ୍ତା 3 ଦିନ ପର୍ଯ୍ୟନ୍ତ ହାଲକା ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା,ସୋମବାର ମଧ୍ୟରେ ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, କୋରାପୁଟ, ନୂଆପଡା, ସୋନପୁର, ବଲାଙ୍ଗୀର ଜିଲ୍ଲାରେ ହାଲକା ବର୍ଷା ସମ୍ଭାବନା ରହିଛି। ସେହିପରି ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ରେ ସର୍ବାଧିକ ୪୩.୧ ମିମି ବର୍ଷା ରେକର୍ଡ କରାଯାଇଛି।
ରବିବାର ସର୍ବାଧିକ ବର୍ଷ ନବରଙ୍ଗପୁରରେ କୁସୁମଗୁଡାରେ ରେକର୍ଡ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ସ୍ବାଭାବିକ ବର୍ଷା ଠାରୁ ୨୦ ପ୍ରତିଶତ କମ ବର୍ଷା ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ