ETV Bharat / city

ରାଜ୍ୟରେ ମୌସୁମୀ ଦୁର୍ବଳ, କମିବ ବର୍ଷା

ସାରା ରାଜ୍ୟରେ ସକ୍ରିୟ ରହିଥିବା ମୌସୁମୀ ଦୁର୍ବଳ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡିଶା ଓ ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରୀ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

author img

By

Published : Jul 16, 2020, 10:31 PM IST

ରାଜ୍ୟରେ ମୌସୁମୀ ଦୁର୍ବଳ,କମିବ ବର୍ଷା
ରାଜ୍ୟରେ ମୌସୁମୀ ଦୁର୍ବଳ,କମିବ ବର୍ଷା

ଭୁବନେଶ୍ବର: ସାରା ରାଜ୍ୟରେ ସକ୍ରିୟ ରହିଥିବା ମୌସୁମୀ ଦୁର୍ବଳ ହୋଇଛି । ମୌସୁମୀ କମିବ ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିବ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡିଶା ଓ ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରୀ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ମୌସୁମୀ ଦୁର୍ବଳ,କମିବ ବର୍ଷା

ଝାଡଖଣ୍ଡ ଓ ଏହାର ଆଖପାଖରେ ସୃଷ୍ଟି ଘୁର୍ଣ୍ଣିବଳୟ ଦୁର୍ବଳ ହେଉଛି । ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଝାରଖଣ୍ଡରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉତ୍ତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୭ ତାରିଖ ଶୁକ୍ରବାର,ମଧ୍ୟରେ ନବରଙ୍ଗପୁର, କୋରାପୁଟ,କନ୍ଧମାଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ,ଗଞ୍ଜାମ ଓ ଅବଶିଷ୍ଟ ଅଞ୍ଚଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଭୁବନେଶ୍ବର ଓ କଟକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୪୯.୦ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସୋନପୁର ରେ ୪୪.୨ମିମି,ରାୟଗଡା ଜିଲ୍ଲା ମୁନିଗୁଡା ରେ ୪୨.୦ମିମି,ବନ୍ଧଗାଁ ରେ ୩୪.୦ମିମି,ପୁରୀ ଜିଲ୍ଲା କାକଟପୁର ରେ ୩୩.୦ ମିମି,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ମିମି ୨୫.୮ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗଜପତିର ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଓଡ଼ିଶାରେ ଜୁନ ୧ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ମୋଟ ୩୯୨.୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ,୩ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ଓ ୪ ଜିଲ୍ଲାରେ ଅଧିକ କିମ୍ବା ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଉପକୂଳ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି, ପୁରୀ,ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲାରେ କମ ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.