ETV Bharat / city

ଦୁର୍ବଳ ହେଲା ଲଘୁଚାପ, ସ୍ବାଭାବିକ ହେଲା ପାଗ - regional metrological center bhubaneswar

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଅଧିକ ପଢନ୍ତୁ...

ଦୁର୍ବଳ ହେଲା ଲଘୁଚାପ, ସ୍ବାଭାବିକ ହେଲା ପାଗ
ଦୁର୍ବଳ ହେଲା ଲଘୁଚାପ, ସ୍ବାଭାବିକ ହେଲା ପାଗ
author img

By

Published : Sep 23, 2020, 9:30 PM IST

ଭୁବନେଶ୍ବର: ଲଘୁଚାପ ଦୁର୍ବଳ, ସ୍ବାଭାବିକ ହେଲା ପାଗ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ଶୁଖିଲା ରହିବ। ୨୪ ସେପ୍ଟେମ୍ବର ଗୁରୁବାର ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଦୁର୍ବଳ ହେଲା ଲଘୁଚାପ, ସ୍ବାଭାବିକ ହେଲା ପାଗ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର ଜିଲ୍ଲା ଯୁଜୁମରାରେ ସର୍ବାଧିକ ୪୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କରଞ୍ଜିଆ ରେ ୪୧ ମିମି, ମୟୂରଭଞ୍ଜ ଯଶୀପୁରରେ ୩୪ ମିମି ରେକର୍ଡ କରାଯାଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୦ ଡିଗ୍ରୀ ସେ. ରେକର୍ଡ କରାଯାଇଛି । ଜୁନ ପହିଲାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୨୧.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ଠାରୁ ୧ ପ୍ରତିଶତ ଅଧିକ ।

ଝାରସୁଗୁଡା ଓ ମାଲକାନଗିରି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୪ ଜିଲ୍ଲାରେ ପୁରୀ, ବାଲେଶ୍ବର, ଖୋର୍ଦ୍ଧା ଓ ଗଜପତିରେ କମ ବର୍ଷା ରେକର୍ଡ ହୋଇଛି । ଅବଶିଷ୍ଟ ୨୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.