ETV Bharat / city

ମୌସୁମୀ ଦୁର୍ବଳ, କମିଲା ବର୍ଷା - ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର

ମୌସୁମୀ ଦୁର୍ବଳ । ଦକ୍ଷିଣ ଓଡିଶା ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି,ଏହାର ପ୍ରଭାବରେ ଦକ୍ଷିଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡା,ନବରଙ୍ଗପୁର,ସମ୍ବଲପୁର,ଦେବଗଡ଼,ଅନୁଗୁଳ,କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ,ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

ମୌସୁମୀ ଦୁର୍ବଳ ,କମିଲା ବର୍ଷା
ମୌସୁମୀ ଦୁର୍ବଳ ,କମିଲା ବର୍ଷା
author img

By

Published : Jul 9, 2020, 8:25 PM IST

ଭୁବନେଶ୍ବର: ମୌସୁମୀ ଦୁର୍ବଳ । ଦକ୍ଷିଣ ଓଡିଶା ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି,ଏହାର ପ୍ରଭାବରେ ଦକ୍ଷିଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୦ ତାରିଖ ମଧ୍ୟରେ ରାୟଗଡା,ନବରଙ୍ଗପୁର,ସମ୍ବଲପୁର,ଦେବଗଡ଼,ଅନୁଗୁଳ,କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ,ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଗୋଟିଏ,ଦୁଇଟି ସ୍ଥାନରେ ବିଜୁଳି ,ଘଡଘଡି ସହ ଝଡ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀ ଦୁର୍ବଳ ,କମିଲା ବର୍ଷା

ସେହିପରି ୧୧ ଜୁଲାଇ ,ଶନିବାର ମାଲକାନଗିରି, କୋରାପୁଟ, କେନ୍ଦୁ ଝର, ମୟୁରଭଞ୍ଜ, ଢେଙ୍କାନାଳ, ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଗଜପତି, ଗଞ୍ଜାମ, ପୁରୀ,କନ୍ଧମାଳ, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ନୂଆପଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ,କେନ୍ଦ୍ରାପଡା, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି,ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ସ୍ଵଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଉତ୍ତର ଉପକୂଳ ଜିଲ୍ଲା,କଟକ,ବଲାଙ୍ଗୀର, ଓ ସୋନପୁର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ସର୍ବାଧିକ ୬୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି କଟକ ଜିଲ୍ଲା ବାଙ୍କିରେ ୬୫.୦ ମିମି,ସୋନପୁର ଜିଲ୍ଲା ତରଭାରେ ୬୪.୮ମିମି,ଯାଜପୁର ଜିଲ୍ଲା ଚଣ୍ଡୀଖୋଲରେ ୬୪.୦ ମିମି ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିରେ ସର୍ବାଧିକ ୩୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଜୁନ ୧ ତାରିଖରୁ ୯ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୩୧.୬ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ମାଲକାନଗିରି,ନୂଆପଡା,ଗଜପତି,କୋରାପୁଟ,ସୁନ୍ଦରଗଡ଼,ଝାରସୁଗୁଡା, ଦେବଗଡ଼ ୭ଟି ଜିଲ୍ଲାରେ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ୧୭ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ପୁରୀ,ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର ଓ କଟକ ଓ ବାଲେଶ୍ବର ଜିଲ୍ଲାରେ ୨୦ ପ୍ରତିଶତରୁ କମ ବର୍ଷା ରେକର୍ଡ କରାଯାଇଛି। ପୁରୀରେ ୧୪୭.୪ ମିମି ଓ ଖୋର୍ଦ୍ଧାରେ ୧୯୫.୧ ମିମି ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.