ETV Bharat / city

ହୀରାକୁଦ ତଳ ମୁଣ୍ଡରେ ରିଜରଭର ନିର୍ମାଣ ସ୍ଥିତି କଣ: ପ୍ରଦୀପ ପୁରୋହିତ

author img

By

Published : May 21, 2022, 9:14 PM IST

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଖରା ଦିନରେ ଓଡିଶା ପଟରେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା କାରଣରୁ ରାଜ୍ୟ ସରକାର କେବଳ ଚୁପ ବସିଲେ ହେବନାହିଁ ବୋଲି ବିଜେପି ଆଟାକ କରିଛି । ଅଧିକ ପଢନ୍ତୁ

ପ୍ରଦୀପ ପୁରୋହିତ
ପ୍ରଦୀପ ପୁରୋହିତ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଖରା ଦିନରେ ଓଡିଶା ପଟରେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା କାରଣରୁ ରାଜ୍ୟ ସରକାର କେବଳ ଚୁପ ବସିଲେ ହେବନାହିଁ ବୋଲି ବିଜେପି ଆଟାକ କରିଛି ।

ହୀରାକୁଦ ତଳ ମୁଣ୍ଡରେ ରିଜରଭର ନିର୍ମାଣ ସ୍ଥିତି କଣ: ପ୍ରଦୀପ ପୁରୋହିତ

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟ ସରକାର ଷ୍ଟକ ହୋଲଡରଙ୍କ ସହ କଥାବାର୍ତ୍ତା କରି ଓଡିଶାରେ ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ବ୍ୟବସ୍ଥା କରିବା ଜରୁରୀ । ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି ଯେ ମହାନଦୀ ଜଳ ବିବାଦକୁ ନେଇ ନିର୍ବାଚନ ପୂର୍ବରୁ ନାରାବାଜି କରୁଥିବା ବିଜେଡି ଓଡିଶାର ସ୍ବାର୍ଥ ରକ୍ଷା ପ୍ରସଙ୍ଗରେ ଏବେ ନିରବଦ୍ରଷ୍ଟା କାହିଁକି ? ଶାସକ ଦଳ ବିଜେଡି ୨୦୧୬ ମସିହା ଠାରୁ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ମହାନଦୀ ଜଳ ବିବାଦକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା ।

ମାତ୍ର ନିର୍ବାଚନୀ ବୈତରଣୀ ପାର କରିବା ପରେ ଏହାକୁ ଭୁଲି ଗଲେ । ଟ୍ରିବ୍ୟୁନାଲ ଗଠନ ପରେ ରାୟ ଆସିବାରେ ସମୟ ଲାଗିପାରେ । କେବଳ ଟ୍ରିବ୍ୟୁନାଲ ଉପରେ ଭରସା କଲେ ଖରା ଦିନେ ଜଳ ପାଇଁ ଓଡିଶାର ସ୍ବାର୍ଥ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବେଦାନ୍ତ ମାମଲା ହେଉ କିମ୍ବା କେନ୍ଦୁଝର ଜିଲ୍ଲାପାଳ ଏସଟି କମିଶନରେ ହାଜର ନ ହେବା ନେଇ ବଡ ଓକିଲ ରାଜ୍ୟ ସରକାର ନିଯୁକ୍ତ କରୁଛନ୍ତି । କିନ୍ତୁ ଟ୍ରିବ୍ୟୁନାଲରେ ଲଢିବା ପାଇଁ ସରକାର ବଡ ଓକିଲ କାହିଁକି ନିଯୁକ୍ତ କରୁନାହାନ୍ତି ? ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଭୋଟ ବ୍ୟାଙ୍କ ରାଜନୀତି କରୁଛି ।

ଅପରପକ୍ଷରେ ଟ୍ରିବ୍ୟୁନାଲ ରାୟ ସାଧାରଣତଃ ଲମ୍ବା ସମୟ ପର୍ଯ୍ୟନ୍ତ ବିଳମ୍ବିତ ହେଉଥିବା କାରଣରୁ ଅଣ ମୌସୁମୀ ସମୟରେ ଓଡିଶାକୁ ପୂର୍ବ ଦଶନ୍ଧି ମାନଙ୍କ ପରି ଜଳ ପ୍ରବାହ ଆଗାମୀ ବର୍ଷ ମାନଙ୍କରେ କିପରି ଚାଲୁ ରହିବ ରାଜ୍ୟ ସରକାର ସେଥିପାଇଁ ଆପୋଷ ଆଲୋଚନାର ରାସ୍ତାକୁ ଆପଣାଇବା ଭଳି ଦେଖାଯାଉ ନାହିଁ । ଛତିଶଗଡ ପଟୁ ଆସୁଥିବା ମହାନଦୀର ପାଣି ସହ ଓଡିଶାର କେତୋଟି ଅଞ୍ଚଳର ଜଳ ସେଚନ ଓ ପାନୀୟ ଜଳର ସମ୍ବନ୍ଧ ଅଛି ରାଜ୍ୟ ସରକାର ତାହାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ପ୍ରଦୀପ ଦାବି କରିଛନ୍ତି ।

ହୀରାକୁଦର ତଳ ମୁଣ୍ଡରେ ୫ ଟି ରିଜରଭର ନିର୍ମାଣର ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ପ୍ରଦୀପ ଦାବି କରିଛନ୍ତି । ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୌସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ହୋଇଛି ? ରାଜ୍ୟ ସରକାର, ଏହାର ଉତ୍ତର ରଖନ୍ତୁ ବୋଲି ପ୍ରଦୀପ କହିଛନ୍ତି ।

ପ୍ରଦୀପ ଆହୁରି କହିଛନ୍ତି ଓଡିଶାର ସ୍ବାର୍ଥ ପାଇଁ ପାରମ୍ପରିକ ପାଣିର ସ୍ରୋତକୁ ବର୍ଷ ବର୍ଷ ଧରି ଚାଲୁ ରଖିବା ପାଇଁ ଓଡିଆଙ୍କ ଦାବି ରହିଛି । ଏହି ଦାବିକୁ ସମାଧାନ କରିବା ପାଇଁ ବିଜେପି ପ୍ରତିଟି ବିଷୟକୁ ସାମନା କରିବାକୁ ପ୍ରସ୍ତୁତ । ସାରା ରାଜ୍ୟରେ ଏବେ ଜଳ ସମସ୍ୟା । ଲୋକେ ପିଇବା ପାଣି ପାଉନାହାନ୍ତି । ଚାଷୀ ପାଣି ନ ପାଇ ଦୁର୍ଦ୍ଦଶାରେ । ମହିଳା ମାନେ ପାଣି ଅଭାବରୁ ହାଣ୍ଡି, ମାଠିଆ ଭାଙ୍ଗୁଛନ୍ତି । ଦୁର୍ଗମ ଅଞ୍ଚଳରେ ପାଣି ପାଇଁ ହାହାକାର ପଡିଛି । ଅଘୋଷିତ ବିଦ୍ୟୁତ କାଟ ଏବେ ଲୋକଙ୍କ ଚିନ୍ତା ବଢାଇଦେଇଛି । ଏପରି ସ୍ଥିତିରେ ସରକାର ଚୁପ ବସିଛନ୍ତି, ଯାହା ଚିନ୍ତାଜନକ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.