ETV Bharat / city

ରେଲଓ୍ବେର ପଶ୍ଚିମ ଭାରତ ଦର୍ଶନ ପ୍ୟାକେଜ, ଏପ୍ରିଲ 6ରୁ ଆରମ୍ଭ ହେବ ଯାତ୍ରା - ରେଳବାଇର ପଶ୍ଚିମ ଭାରତ ଦର୍ଶନ ପ୍ୟାକେଜ

ରେଳବାଇ ପକ୍ଷରୁ ପଶ୍ଚିମଭାରତ ପରିଦର୍ଶନ ପ୍ୟାକେଜ ଘୋଷଣା ହୋଇଛି । ଏପ୍ରିଲ 6ରୁ ଆରମ୍ଭ ହେବ ଏହି ଯାତ୍ରା । ପଶ୍ଚିମଭାରତର 5ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ ପାଇଁ ପ୍ୟାକେଜ ଘୋଷଣା କରିଛି ଆଇସିଆରଟିସି । ଅଧିକ ପଢନ୍ତୁ...

westren odisa tourism package
ରେଳବାଇର ପଶ୍ଚିମ ଭାରତ ଦର୍ଶନ ପ୍ୟାକେଜ
author img

By

Published : Feb 15, 2020, 8:49 PM IST

ଭୁବନେଶ୍ବର: ରେଳବାଇ ପକ୍ଷରୁ ପଶ୍ଚିମଭାରତ ପରିଦର୍ଶନ ପ୍ୟାକେଜ ଘୋଷଣା ହୋଇଛି । ଏପ୍ରିଲ 6ରୁ ଆରମ୍ଭ ହେବ ଏହି ଯାତ୍ରା । ପଶ୍ଚିମ ଭାରତର 5ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ ପାଇଁ ପ୍ୟାକେଜ ଘୋଷଣା କରିଛି ଆଇସିଆରଟିସି ।

ରେଳବାଇର ପଶ୍ଚିମ ଭାରତ ଦର୍ଶନ ପ୍ୟାକେଜ

ଏହି ପ୍ୟାକେଜରେ 10 ରାତି 11 ଦିନ ରହିଛି । ଏପ୍ରିଲ 6ରୁ ଆରମ୍ଭ ହୋଇ 16 ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ପ୍ୟାକେଜର ମୂଲ୍ୟ ରହିଛି 11 ହଜାର 4 ଶହ 45 ଟଙ୍କା । ଟ୍ରେନରେ ସମସ୍ତ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଯାତ୍ରୀଙ୍କୁ ଗାଇଡ, ଖାଦ୍ୟ, ପାନୀୟ, ବିଭିନ୍ନ ପ୍ରକାର ଇଣ୍ଡୋର ଗେମ୍ ମଧ୍ୟ ରହିବ । ଏପରିକି ମାଗଣା ଫୋନକଲର ମଧ୍ୟ ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇସିଆରଟିସିର ମ୍ୟାନେଜର କୌଶିକ ବାନାର୍ଜୀ ।

ସୂଚନାନୁଯାୟୀ, ଏହି ଯାତ୍ରା ବିଶାଖାପାଟନମଠାରୁ ଆରମ୍ଭ ହୋଇ ଓଡିଶା ଛତିଶଗଡ ଦେଇ ପଶ୍ଚିମଭାରତ ଅଭିମୁଖେ ଯାତ୍ରା କରିବ । ଏହି ଯାତ୍ରାକୁ ଉପଭୋଗ କରିବା ପାଇଁ ଅନଲାଇନ ମାଧ୍ୟମରେ ବୁକିଂ କରିବାକୁ ପଡିବ । ଏହାସହ ଅଫଲାଇନରେ ବିଶାଖାପାଟନମ, ଭୁବନେଶ୍ବର ଓ ବିଳାଶପୁରରେ ଡିସକାଉଣ୍ଟରେ ଟିକେଟ ବୁକ୍ କରିପାରିବେ । ଯାତ୍ରାରେ ଉଜ୍ଜେନ, ଓମକାରେଶ୍ବର, ସୋମନାଥ, ଦ୍ବାରିକା, ସିରିଡି ଓ ନାସିକ ମଧ୍ୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.