ଭୁବନେଶ୍ବର: ଆଜି ରାଜୀବ ଭବନରେ ବସିଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ (Western Odisha Development Council )ର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଯାଇଥିବା ବେଳେ କମିଟି ଗଠନ ପରେ ବସିଥିଲା ପ୍ରଥମ ବୈଠକ ।
ବୈଠକ ପରେ ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି ପଶ୍ଚିମ ଓଡିଶାବାସୀ ଯେଉଁ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ ଗଠନର ସ୍ବପ୍ନ ଦେଖିଥିଲେ, ଲଢେଇ କରିଥିଲେ ଏହି ବିକାଶ ପରିଷଦ ସେହି ବିକାଶ ପରିଷଦ ନୁହେଁ । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବାର ଦୀର୍ଘ 2 ଦଶନ୍ଧୀରୁ ଅଧିକ ସମୟ ହେଲାଣି । କାହିଁକି ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାର କୌଣସି ଏକ ଜିଲ୍ଲାକୁ ସ୍ଥାନାନ୍ତରିତ ହୋଇପାରୁନାହିଁ ? ପଶ୍ଚିମାଞ୍ଚଳର ବିକାଶ ପାଇଁ ବର୍ଷକୁ ଏକ ଶହ(100) କୋଟି ଟଙ୍କା ପର୍ଯ୍ୟାପ୍ତ ନୁହେଁ ।
ପଶ୍ଚିମ ଓଡିଶାବାସୀଙ୍କ ସ୍ବପ୍ନ ଥିଲା ଯେଉଁ ବିକାଶ ପରିଷଦ ଗଠନ ହେବ ତାହା ସ୍ବଂୟ ଶାସିତ ହେବ । ନିଜସ୍ବ ନିଷ୍ପତ୍ତି ନେଇ ପାରିବ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧିନରେ ସମସ୍ତ ଜିଲ୍ଲା ପ୍ରଶାସନ କାମ କରିବ । ଦାର୍ଜିଲିଂ ହିଲ ପରିଷଦ ଭଳି ହେବା କଥା । ସଂଘୀୟ ବ୍ୟବସ୍ଥା ରେ ସେଭଳି ବିକାଶ ପରିଷଦ ହେଲେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ମିଳିପାରିବ।
ଏହାବାଦ ଦୀର୍ଘ ମିଆଦୀ ଯୋଜନା , ଅଧିକ ଆର୍ଥିକ ଅନୁଦାନ ନେଇ ବୈଠକରେ ଆଲୋଚନା ହୋଇଥିବା ସୁରେଶ କହିଛନ୍ତି । ସେହିପରି ଓ ସାମଗ୍ରିକ ବିକାଶ ନେଇ ପ୍ରଥମ ବୈଠକରେ ଦାବି କରାଯାଇଛି । ଏହାବାଦ ପଶ୍ଚିମ ଓଡିଶାର ଅନୁନ୍ନତ ଅଞ୍ଚଳର ବିକାଶ କରାଯାଇ ଓଡିଶାର ଉନ୍ନତ ଅଞ୍ଚଳ ସହ ସମକକ୍ଷ କରାଯାଉ ବୋଲି ଦାବି କରାଯାଇଥିବା ବରଗଡ ସାଂସଦ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ