ETV Bharat / city

ଆଜି ନୂଆଁଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା - ପଶ୍ଚିମ ଓଡିଶା

ଗତ ଦୁଇବର୍ଷ କୋରୋନା ଯୋଗୁଁ ଫିକା ପଡିଥିବା ନୂଆଁଖାଇ ପର୍ବକୁ ଆଜି ଧୁମଧାମରେ ପାଳିବେ ପଶ୍ଚିମ ଓଡିଶାବାସୀ । ଅଧିଷ୍ଟାତ୍ରୀ ଦେବୀଙ୍କ ନିକଟରେ ନବାନ୍ନଲାଗି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଢୋଲ ନିଶାର ତାଳେ ତାଳେ କମ୍ପିବ ପଶ୍ଚିମ ଓଡିଶା । ଅଧିକ ପଢନ୍ତୁ

ଆଜି ନୂଆଁଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା
ଆଜି ନୂଆଁଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା
author img

By

Published : Sep 1, 2022, 7:57 AM IST

ଭୁବନେଶ୍ବର: ନୂଆଁ ଧାନକେ ନୂଆଁ ମନ...ଖାଏମାଁ ଆସ ନୂଆଁଖାଇ, ଜୀଇଁ ଜାଗିଥିଲେ ବଛରେ...ଚଲମା ସଭେ ଭାଇ ଭାଇ... । ଆଜି ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ(Nuakhai) । ଭାଦ୍ରବ ମାସର ଶୁକ୍ଲ ପକ୍ଷ ତିଥିରେ ଘରେ ଘରେ ପାଳିତ ହୁଏ ନୂଆଁଖାଇ ପର୍ବ । ଏନେଇ ଉତ୍ସବମୁଖର ହୋଇଉଠିଛି ପୁରଠୁ ପଲ୍ଲୀ । ପ୍ରତି ବର୍ଷ ଏହି ଦିନଟିକୁ ବେଶ ଉତ୍ସାହର ସହ ଅନାଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ଆଜିର ଦିନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୁଏ । ବର୍ଷର ପ୍ରଥମ ଫସଲକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରମ୍ପରା ନୂଆଁଖାଇର ସଂଜ୍ଞା ବହନ କରେ ।

ଗତ ଦୁଇବର୍ଷ କୋରୋନା ଯୋଗୁଁ ଫିକା ପଡିଥିବା ନୂଆଁଖାଇ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବେଶ ଆଡ଼ମ୍ବର ଭାବେ ଉତ୍ସବ ପାଳନ କରାଯିବ । ଏଥିପାଇଁ ପରିବାରରେ ଖୁସିର ମାହୋଲ ପରିଲଖିତ ହୋଇଛି । ଆଜି ଧୁମଧାମରେ ପାଳିବେ ପଶ୍ଚିମ ଓଡିଶାବାସୀ । ଅଧିଷ୍ଟାତ୍ରୀ ଦେବୀଙ୍କ ନିକଟରେ ନବାନ୍ନଲାଗି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଢୋଲ ନିଶାର ତାଳେ ତାଳେ କମ୍ପିବ ଗାଁଠୁ ସହର, ମତୁଆଲା ହେବେ ପଶ୍ଚିମ ଓଡିଶାବାସୀ ।

ଏହା ମଧ୍ୟ ପଢନ୍ତୁ-କୃଷିଭିତ୍ତିକ ପର୍ବ, ଚାଷୀ ଏବଂ ନୂଆଁଖାଇର ନିଆରା ପରମ୍ପରା

ଆଜିର ଦିନରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ, ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମ କରି ଅମଳ କରିଥିବା ଧାନକୁ ଆଜି ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିଥାଏ । ଯାହାକୁ ପଶ୍ଚିମ ଓଡିଶାରେ କୁହାଯାଏ ନୂଆଁଖାଇ ।

ପଶ୍ଚିମ ଓଡିଶାର କଳା, ସଂସ୍କୃତି, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାହେଗ ସହିତ ଓତଃପ୍ରୋତଭାବେ ଜଡିତ । ଏହା କେବଳ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ଆଜିର ଦିନରେ ସମସ୍ତେ ଘରକୁ ଫେରି ନୂଆଁଖାଇ ପାଳନ କରନ୍ତି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି । ତାହା ଖାଇ ସାରା ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଆରମ୍ଭ ବୟୋଜ୍ୟଷ୍ଠ ମାନଙ୍କୁ ଭୋଟି ନୂଆଁଖାଇ ଜୁହାର କରିଥାନ୍ତି । ଏହାକୁ ନୂଆଁଖାଇ ଭେଟଘାଟ ମଧ୍ୟ କହିଥାନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି ।

ମୁଖ୍ୟତଃ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡିଶାର ଆଦିବାସୀ ପର୍ବ ବୋଲି କୁହାଯାଏ । ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଏହା କେବେ ଆରମ୍ଭ ହୋଇଥିଲା କେହି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ । ତେବେ 1556 ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥାପନ କରିବା ପରେ ମା' ସମଲେଶ୍ବରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥିଲେ । ଏଥିସହ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣାଇ ଥିଲେ । ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା । ସମୟ କ୍ରମେ ନୂଆଁଖାଇ ପର୍ବ ପରିମାର୍ଜିତ ହୋଇ ପରିବ୍ୟାପ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.