ETV Bharat / city

ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ତୁରନ୍ତ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ - ପଶ୍ଚିମବଙ୍ଗ ଫେରନ୍ତା

ଆଜିସୁଦ୍ଧା ରାଜ୍ଯରେ ଯେତେ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଟ୍ରଭେଲ ହିଷ୍ଟ୍ରୀ ପଶିମବଙ୍ଗରୁ ଆସିଥିବା ଜଣାପଡିଛି । ଏନେଇ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ତୁରନ୍ତ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

author img

By

Published : Apr 21, 2020, 9:14 AM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଗୋଟିଏ ଦିନରେ ଓଡିଶାରେ 13ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ତେବେ ଆଜିସୁଦ୍ଧା ଯେତେ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଟ୍ରାଭେଲ ହିଷ୍ଟ୍ରୀ ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ଏନେଇ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ତୁରନ୍ତ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

ଗତ 28ଦିନ ଭିତରେ ଯେଉଁମାନେ ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ କରିଛନ୍ତି ସେମାଙ୍କୁ ଚିହ୍ନଟ କରାଯାଇ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ, ସରପଞ୍ଚ, ବିଡ଼ିଓ, ତହସିଲଦାର ଆଦିଙ୍କୁ ଏହା ତତ୍ବାବଧାନ କରିବା ପାଇଁ କୁହାଯାଇଛି । ପଞ୍ଚାୟତ ଉପରେ ସରକାରଙ୍କର ବିଶ୍ବାସ ରହିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଏଥିପାଇଁ ପ୍ରତ୍ୟେକ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବା ବାଗ୍‌ଚୀ ପ୍ରକାଶ କରିଛନ୍ତି ।

ରାଜ୍ୟରେ 74 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି । ଭଦ୍ରକ ଓ ଯାଜପୁରରୁ ସୋମବାର ଚିହ୍ନଟ 5 ଲେଖାଏଁ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡିଛି । ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ଏକ ତୃତୀୟାଂଶ ବ୍ୟକ୍ତି କେବଳ ପଶ୍ଚିମବଙ୍ଗରୁ ଆସିଥିବାରୁ ରାଜ୍ୟ ପ୍ରଶାସନ ଉଦବେଗ ପ୍ରକାଶ କରିଛନ୍ତି । ଏଥିପାଇଁ ଯେଉଁମାନେ ପଶ୍ଚିମବଙ୍ଗରୁ ଆସିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇରେ ରହିବାକୁ କୁହାଯାଇଛି । ଯେଉଁ ବ୍ୟକ୍ତି ଏଥିରେ ସହଯୋଗ ନକରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଅନ୍ୟପକ୍ଷେ ଶରୀରରେ କରୋନା ଭୂତାଣୁ ସଂକ୍ରମିତ କିପରି ହୁଏ ସେ ନେଇ ବିସ୍ତୃତଭାବେ ବର୍ଣ୍ଣନା କରିଛନ୍ତି ବାଗ୍‌ଚୀ । ଜଣେ ସାଧାରଣ ମନୁଷ୍ୟ ନିଶ୍ବାସ ପ୍ରଶ୍ବାସ ନେବା ସମୟରେ ଭୂତାଣୁ ନାକ ବାଟରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ସିଧାସଳଖ ଜୀବକୋଷ ଉପରେ ଏକ ଛାପ କରିଦିଏ । ଏହା ଭିତରେ ରହି ଗୋଟିଏ ଭୂତାଣୁ କୋଟି କୋଟି ଭୁତାଣୁ ସୃଷ୍ଟି କରେ । ପରେ ଏହା ଫୁସ୍ଫୁ‌ସ୍କୁ‌ ନଷ୍ଟ କରିଦେଏ । ଯାହା ଫଳରେ ନିଶ୍ବାସ ପ୍ରଶ୍ବାସ ନେବା ସମୟରେ କଷ୍ଟ ଅନୁଭବ ହୋଇଥାଏ । ଏହାର ପ୍ରତିରୋଧ କରିବାର ଏକ ଉପାୟ ହେଉଛି ସାମାଜିକ ଦୂରତା ବୋଲି ସ୍ପଷ୍ଟ ଭେବେ ବୁଝଇଛନ୍ତି ସୁବ୍ରତ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.