ETV Bharat / city

୧୨ ଘଣ୍ଟାରେ ଗଭୀର ଅବପାତ - ୱେଲ ମାର୍କଡ୍‌ ଲୋ

ଆଗାମୀ ୧୨ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ 24ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି | ତେବେ ଏହାର ପ୍ରଭାବରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

୧୨ ଘଣ୍ଟାରେ ୱେଲ ମାର୍କଡ୍‌ ଲୋ ଅବପାତର  ନେଇ ପାରେ ରୂପ,  ଜାରି ହେଲା ପ୍ରବଳ ବର୍ଷାର ଓ୍ବାର୍ଣ୍ଣିଂ

author img

By

Published : Oct 22, 2020, 10:21 AM IST

Updated : Oct 22, 2020, 10:26 AM IST

ଭୁବନେଶ୍ବର: 16 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୱେଲ ମାର୍କଡ୍‌ ଲୋ ଏବେ ଉତ୍ତର-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ତଥା ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏହି ଲଘୁଚାପ ସହ ଜଡିତ ଘୂର୍ନିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉଚ୍ଚତା ଯାଇଁ ବାୟୁମଣ୍ଡଳରେ ବ୍ୟାପିଛି | ଏହା ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପୂର୍ବ ଦିଗରେ ଗତିକରି ଓଡିଶା ଉପକୂଳ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି |

well-marked-low-is-very-likely-to-concentrate-into-a-depression-during-next-12hours
ଫଟୋ ସୌଜନ୍ୟ: ଟ୍ବିଟର @mcbbsr

ଏହା ଆଗାମୀ ୧୨ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ 24 ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି | ତେବେ ଏହାର ପ୍ରଭାବରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଏଥିସହ ସାମ୍ଭାବ୍ୟ ଅବପାତ ଓ ପବନର ବେଗ ପାଇଁ ଗୋପାଳପୁର ବନ୍ଦର ଓ ପୁରୀ ବେଳାଭୂମୀରେ 3ନଂ ବିପଦ ସଙ୍କେତ ଜାରି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 22, 2020, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.