ETV Bharat / city

ଦୂତୀଙ୍କୁ ବଦନାମ କରିବା ଅଭିଯୋଗରେ ୱେବ ପୋର୍ଟାଲରେ ଚଢାଉ, ସମ୍ପାଦକ ଅଟକ - ଫୋକସ ପ୍ଲସ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ବିରୁଦ୍ଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ । ଅଭିଯୋଗ ଆଧାରରେ ୱେବ୍ ଚ୍ୟାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ..

ଦୂତୀଙ୍କୁ ବଦନାମ କରିବା ଅଭିଯୋଗରେ ୱେବ ଚ୍ୟାନେଲ ସମ୍ପାଦକ ଅଟକ

author img

By

Published : Sep 3, 2021, 3:44 PM IST

Updated : Sep 3, 2021, 4:30 PM IST

ଭୁବନେଶ୍ବର: ଆଥଲେଟ ଦୂତୀ ଚାନ୍ଦଙ୍କ ଉପରେ ଅଶାଳୀନ ଖବର ପରିବେଷଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଦୂତୀଙ୍କ ଅଭିଯୋଗ ଆଧାରରେ ଫୋକସ ପ୍ଲସ ଓଡିଶା ୱେବ୍ ପୋର୍ଟାଲରେ ପୋଲିସର ଚଢାଉ । ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଇଛି ପୋଲିସ । ଥାନାରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ଦୂତୀଙ୍କୁ ବଦନାମ କରିବା ଅଭିଯୋଗରେ ୱେବ ପୋର୍ଟାଲରେ ଚଢାଉ, ସମ୍ପାଦକ ଅଟକ

ସୂଚନାଯୋଗ୍ୟ, ଗତ 1 ତାରିଖରେ ଦୂତୀ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ, ସମ୍ପୃକ୍ତ ୱେବ୍ ଚ୍ୟାନେଲ ସବୁବେଳେ ତାଙ୍କ ନାଁରେ ଅପମାନଜନକ ଖବର ପ୍ରସାରଣ କରୁଛି । ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଆଇପିସିର ଧାରା 354Aରେ ଅଶାଳୀନ ମନ୍ତବ୍ୟ ଦେବା, 292(2)ରେ ଖରାପ କରି ଚାରିଆଡେ ପ୍ରଚାର କରିବା, ଧାରା 385ରେ ପଇସା ମାଗିବା, 509ରେ ନାରୀର ଇଜତକୁ ଅପମାନ କରି କମେଣ୍ଟ ମାରିବା, 120bରେ ଅପରାଧିକ ମନୋଭାବ ନେଇ ଏପରି କରିବା, 1986 ଧାରା 6ରେ ମହିଳାଙ୍କୁ ଅଶାଳୀନ ଢଙ୍ଗରେ ବ୍ୟବହାର କରିବା ଓ 506ରେ ଭୟ ଦେଖାଇବା ଆଦି ମାମଲା ଲଗାଇ ପୋଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 3, 2021, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.