ETV Bharat / city

WEATHER UPDATE: ଅବପାତ ପ୍ରଭାବ, ରାଜ୍ୟରେ ୧୬ ଯାଏଁ ବର୍ଷା !

author img

By

Published : Nov 11, 2021, 4:33 PM IST

Updated : Nov 11, 2021, 7:21 PM IST

ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ରାଜ୍ୟରେ ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

WEATHER UPDATE : ରାଜ୍ୟରେ ୧୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ରାଜ୍ୟରେ ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏପଟେ ଆସନ୍ତା ୧୩ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ୪୮ ଘଣ୍ଟା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଵର୍ତ୍ତମାନ ରାଜ୍ୟରେ ପାଗ କୋହଲା ରହିଥିବା ବେଳେ ଦକ୍ଷିଣ ଓଡିଶା ସମେତ ଗଜପତି, ଗଂଜାମ, ପୁରୀ ଓ ମାଲକାନଗିରିରେ ହାଲୁକା ବର୍ଷା ହୋଇଛି।

WEATHER UPDATE: ଅବପାତ ପ୍ରଭାବ, ରାଜ୍ୟରେ ୧୬ ଯାଏଁ ବର୍ଷା !

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ବଙ୍ଗୋପସାଗରରେ ଲଘୁଚାପ ଫଳରେ ଉଷ୍ମ ଜଳୀୟ ବାଷ୍ପ ରାଜ୍ୟକୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇଛି । ଏବଂ ଶୀତ କମିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ ରାଜ୍ୟରେ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 11, 2021, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.