ETV Bharat / city

ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଦୁର୍ବଳ ହେଲା ଲଘୁଚାପ, କମିବ ବର୍ଷାର ପ୍ରକୋପ । ହେଲେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ଓଡିଶା ଉପରେ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ..

author img

By

Published : Sep 22, 2020, 9:29 PM IST

ପ୍ରବଳ ବର୍ଷା ନେଇ ୨ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ବର: ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଦୁର୍ବଳ ହେଲା ଲଘୁଚାପ, କମିବ ବର୍ଷାର ପ୍ରକୋପ । ହେଲେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ଓଡିଶା ଉପରେ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୩ ସେପ୍ଟେମ୍ବର ବୁଧବାର ମଧ୍ୟରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨ ରୁ ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଓ କଟକ ଟୁଇନ ସିଟିରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଝାରସୁଗୁଡାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଖନପୁରରେ ସର୍ବାଧିକ ୧୧୬.୯ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ତାଳଚେରରେ ୧୦୭.୦ ମିମି ରାଜ୍ୟ ରାଜଧାନୀ ଭୁବନେଶ୍ବର ରେ ୯୯.୯ ମିମି, ବଲାଙ୍ଗୀର ଆଗଲପୁରରେ ୯୫.୦ ମିମି, ମୟୂରଭଞ୍ଜ ନବନାରେ ୯୨.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ସେପଟେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୫ ଡିଗ୍ରୀ ସେ.ତାପମାତ୍ରା ରେକର୍ଡ କରାଯାଇଛି। ଜୁନ ୧ରୁ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୧୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ ଅଧିକ ବର୍ଷା । ୩ ଜିଲ୍ଲା ଝାରସୁଗୁଡା, ମାଲକାନଗିରି ଓ ଦେବଗଡ଼ ଜିଲ୍ଲାରେ ୨୦ ପ୍ରତିଶତ ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପୁରୀ, ଖୋର୍ଦ୍ଧା, ଗଜପତି ଓ ବାଲେଶ୍ୱରରେ କମ ବର୍ଷା ହୋଇଛି । ଅବଶିଷ୍ଟ ୨୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.