ETV Bharat / city

୮ରେ ଲଘୁଚାପ, ୧୦ ରେ ମୌସୁମୀ ବର୍ଷା - update odisha

୮ ତାରିଖରୁ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା। ୨୪ ଘଣ୍ଟାରେ ଉପକୂଳ ଓଡିଶା ସମେତ ୧୨ ଜିଲ୍ଲା କୁ ସତର୍କ ସୂଚନା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହାର ପ୍ରଭାବରେ ୧୦ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ । ଅଧିକ ପଢନ୍ତୁ..

weather-update-odisha
weather-update-odisha
author img

By

Published : Jun 5, 2020, 10:24 PM IST

ଭୁବନେଶ୍ବର: ୮ ତାରିଖରୁ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା । ୨୪ ଘଣ୍ଟାରେ ଉପକୂଳ ଓଡିଶା ସମେତ ୧୨ ଜିଲ୍ଲାକୁ ସତର୍କ ସୂଚନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ, ଏହାର ପ୍ରଭାବରେ ୧୦ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୫, ୬, ୭ ତାରିଖରେ ବିଜୁଳି, ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

୮ରେ ଲଘୁଚାପ, ୧୦ରେ ମୌସୁମୀ ବର୍ଷା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, କନ୍ଧମାଳ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ସୋନପୁର, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବରରେ ତାପମାତ୍ରା ୩୬ ଡିଗ୍ରୀ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଏବଂ ପ୍ରାୟ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।

ବାରିପଦାରେ ସର୍ବାଧିକ ୧୦୬.୦ ମିମି ବର୍ଷା ରେକର୍ଡ କରାଯାଇଛି। ଆଠମଲ୍ଲିକରେ ୬୪.୮ ମିମି ରେକର୍ଡ କରାଯାଇଛି। ସର୍ବାଧିକ ତାପମାତ୍ରା ୩୯.୦ ଡିଗ୍ରୀ ଭବାନୀପାଟଣାରେ ରେକର୍ଡ କରାଯାଇଛି। ପ୍ରାୟ ସବୁ ସ୍ଥାନରେ ୪୦ରୁ କମ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.