ହାଇଦ୍ରାବାଦ: ୱାନପ୍ଲସ ଆଜି ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଏହାର ଫ୍ଲାଗସିପ୍ OnePlus 13 Series ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ OnePlus 13 ଓ OnePlus 13R ସ୍ମାର୍ଟଫୋନ ଲଞ୍ଚ ହେବ । ଗତବର୍ଷ ଅକ୍ଟୋବରରେ ଏହି ସ୍ମାର୍ଟଫୋନ OnePlus Ace 5 ନାଁରେ ଚାଇନାରେ ଲଞ୍ଚ ହୋଇ ସାରିଛି । ତେବେ ଏହି ସ୍ମାର୍ଟଫୋନ ଦ୍ବୟର ଦାମ ଓ ସ୍ପେଶିଫିକେସନ କଣ ରହିବ ଏବଂ ଏହାର ଲାଇଭ ଇଭେଣ୍ଟକୁ କିପରି ଦେଖିବେ ଜାଣିବା ।
OnePlus 13 Series: କିପରି ଦେଖିବେ ଲାଇଭ ?
- ଯଦି ଆପଣ ଏହି ସିରିଜର ଲଞ୍ଚ ଇଭେଣ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ୱାନପ୍ଲସର ୟୁଟ୍ୟୁବ ଚ୍ୟାନେଲକୁ ଯାଇ ଲାଇଭ ଦେଖିପାରିବେ ।
- ଲଞ୍ଚ ଇଭେଣ୍ଟ ଆଜି (ଜାନୁଆରୀ 7) ରାତି ପ୍ରାୟ 9ଟାରେ ଲଞ୍ଚ ହେବ ।
- ଏହି ଦୁଇଟି ସ୍ମାର୍ଟଫୋନ ବ୍ୟତୀତ, କମ୍ପାନୀ Sapphire Blue ଭାରିଏଣ୍ଟର OnePlus Buds Pro 3କୁ ମଧ୍ୟ ଲଞ୍ଚ କରିବ ।
Powered by AI, perfected in blue.#OnePlusBudsPro3
— OnePlus India (@OnePlus_IN) January 6, 2025
Know More: https://t.co/tnqLxdKeLd pic.twitter.com/wULjESzc55
OnePlus 13 Series: ଦାମ କେତେ ରହିବ ?
- ଟିପଷ୍ଟର ଅଭିଷେକ ଯାଦବଙ୍କ ସୂଚନା ଅନୁସାରେ, ୱାନପ୍ଲସ 13 ଇଣ୍ଡିଆର ଦାମ 12+256GB ମଡେଲ ଲାଗି Rs 70,999 ରହିପାରେ ।
- ସେହିପରି ଅନ୍ୟ ଜଣେ ଟିପଷ୍ଟର ଯୋଗେଶ ବରାରଙ୍କ କହିବାନୁସାରେ, ଏହାର ଦାମ ସମାନ କନଫିଗିରେସନ ଲାଗି Rs 67,000ଟଙ୍କାରୁ Rs 70,000 ମଧ୍ୟରେ ରହିପାରେ ।
- କହି ରଖୁଛୁ କି, OnePlus 12ର ମୂଲ୍ୟ 12+256GB ଲାଗି Rs 64,999 ରହିଥିଲା ।
- ସେହିପରି OnePlus 13Rର ଦାମ ବିଷୟରେ କହିଲେ, 8+128GB ବେସ୍ ଭାରିଏଣ୍ଟ ଲାଗି Rs 45,000 ତଳେ ରହିପାରେ । ଭାରତରେ ସମାନ ଭାରିଏଣ୍ଟ ଲାଗି OnePlus 12Rର ଦାମ Rs 39,999 ଥିଲା ।
- ଉଭୟ ସ୍ମାର୍ଟଫୋନ ବିକ୍ରୟ ଲାଗି ଆମାଜନରେ ଉପଲବ୍ଧ ହେବ ।
It's time to experience unmatched speed, refined craftsmanship, and effortless innovation. Inspired by the Never Settle spirit, get ready to meet the all-new #OnePlus13 Series on January 7, 2025
— OnePlus India (@OnePlus_IN) December 17, 2024
ଚୀନରେ କେତେ ରହିଛି ଦାମ ?
- ଗତ ଅକ୍ଟୋବରରେ ଚୀନରେ OnePlus Ace 5 ନାଁରେ ଚାଇନାରେ ଲଞ୍ଚ ହୋଇ ସାରିଛି ।
- ଯଦି ଚୀନ ଭାରିଏଣ୍ଟ କଥା କହିବା, OnePlus 13ର ଦାମ ଚୀନରେ CNY 4,499 (ପାଖାପାଖି Rs. 52,638) ରହିଛି ।
- ସେହିପରି OnePlus 13Rର ଦାମ CNY 2599 (ପାଖାପାଖି Rs. 30,442) ରହିଛି ।
OnePlus 13 Series: ସ୍ପେଶିଫିକେସନ (ସମ୍ଭବତଃ)
ଡିସପ୍ଲେ: ୱାନପ୍ଲସ 13 ସ୍ମାର୍ଟଫୋନ 6.8-ଇଞ୍ଚ 2K 8T LTPO ମାଇକ୍ରୋ-କର୍ଭଡ ପ୍ୟାନେଲ ସହ ଆସିବାକୁ ଥିବା ବେଳେ 13R 6.78-ଇଞ୍ଚ ଫ୍ଲାଟ୍ ଡିସପ୍ଲେ ପ୍ୟାନେଲ, 1.5K ରିଜୋଲ୍ୟୁସନ ଓ 120Hz 8T LTPO ଟେକ୍ନୋଲୋଜି ସହ ଆସିପାରେ ।
ପ୍ରୋସେସର: ୱାନପ୍ଲସ 13 Snapdragon 8 Elite SoC ଓ 13R Snapdragon 8 Gen 3 ଚିପସେଟ୍ ସହ ଆସିପାରେ ।
କ୍ୟାମେରା: ୱାନପ୍ଲସ 13 ସ୍ମାର୍ଟଫୋନରେ 50MP ପ୍ରାଇମେରି, 50MP ଅଲଟ୍ରାୱାଇଡ ସ୍ନାପର, 50MP 3x ପେରିସ୍କୋପ ଜୁମ୍ ଲେନ୍ସ ମିଳିପାରେ । ୱାନପ୍ଲସ 13Rରେ 50MP + 50MP (ଟେଲିଫଟୋ) + 8MP (ଅଲଟ୍ରା ୱାଇଡ୍) କ୍ୟାମେରା ସେଟଅପ୍ ମିଳଇପାରେ । 13ରେ 32MP ସେନ୍ସର ଓ 13Rରେ 16MP ସୁଟର୍ ମିଳିପାରେ ।
ବ୍ୟାଟେରୀ: ଉଭୟ ଫୋନରେ 6,000mAh ବ୍ୟାଟେରୀ ସେଲ୍ ମିଳିବ । ତେବେ 13ରେ 100W ଚାର୍ଜିଂ ଓ 13Rରେ 80W ଚାର୍ଜିଂ ସପୋର୍ଟ ମିଳିପାରେ ।
ସଫ୍ଟୱେର: ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ 15 ଆଧାରିତ OxygenOS 15 ଦ୍ବାରା ଚାଳିତ । ଏଥିରେ AI ଆଧାରିତ ଇଣ୍ଟେଲିଜେଣ୍ଟ ସର୍ଚ୍ଚ ଓ ଫଟୋଗ୍ରାଫି ଏଡିଟିଂ ଟୁଲ୍ ମଧ୍ୟ ମିଳିପାରେ ।