ETV Bharat / city

ବଦଳିଲା ପାଗ, ୧୭ରୁ ପୁଣି ପ୍ରବଳ ବର୍ଷା

author img

By

Published : Nov 14, 2021, 5:30 PM IST

Updated : Nov 14, 2021, 5:40 PM IST

ଟ୍ରଫଲାଇନ ଦୁର୍ବଳ ହେବା ପରେ ରାଜ୍ୟରେ ଆଜି(ରବିବାର)ଠାରୁ ବର୍ଷାର ପ୍ରଭାବ କମ ରହିଛି । କିନ୍ତୁ ଆସନ୍ତା ୧୭ରୁ ପୁଣି ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ବଦଳିଲା ପାଗ, ୧୭ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ସକ୍ରିୟ ଟ୍ରଫଲାଇନ ଦୁର୍ବଳ ହେଉଥିବାରୁ ରାଜ୍ୟରେ ଆଜି(ରବିବାର)ଠାରୁ ବର୍ଷାର ପ୍ରଭାବ କମ ରହିଛି । ଆଗାମୀ ୩ ଦିନ ମଧ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷାର ପରିମାଣ କମ ରହିବାର ସମ୍ଭାବନା ରହିଛି । ସେପଟେ ଗତକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ୭ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ବଦଳିଲା ପାଗ, ୧୭ରୁ ପୁଣି ପ୍ରବଳ ବର୍ଷା

ଏହାସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ହେବା ସହ ଶୀତ ବିଶେଷ ବଢିବା ସମ୍ଭାବନା ନାହିଁ । ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ଯୋଗୁଁ ଆସନ୍ତା ୧୫ ତାରିଖ ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଦକ୍ଷିଣପୂର୍ବ ବଙ୍ଗୋପସାଗର ନିକଟରେ ଏକ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ଏହାପରେ ୧୭ ତାରିଖରେ ଏକ ଅବପାତର ରୂପ ନେଇ ୧୮ ତାରିଖରେ ଆନ୍ଧ୍ର ପ୍ରଦେଶ ଉପକୂଳ ପହଞ୍ଚିବ ।

ତେବେ ଏହାର ପ୍ରଭାବରେ ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବର୍ଷାର ପ୍ରଭାବକୁ ଆଖି ଆଗରେ ରଖି ଚାଷୀଙ୍କୁ ସ୍ବତନ୍ତ୍ର ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଧାନ ଫସଲ ୮୫% ହଳଦିଆ ପଡିଯାଇଥିଲେ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ସେହିପରି ସମୁଦ୍ର ଅଶାନ୍ତ କାରଣରୁ ଆସନ୍ତା ୧୬ରୁ ୧୮ ଯାଏଁ ସମୁଦ୍ର ପ୍ରବେଶ ନେଇ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 14, 2021, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.