ETV Bharat / city

କେରଳ ଛୁଇଁଲା ମୌସୁମୀ, 10 ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି - କେରଳ ଛୁଇଁଲା ମୌସୁମୀ

ପୂର୍ବ ଆକଳନ ଅନୁଯାୟୀ ଠିକ ସମୟରେ କେରଳ ଛୁଇଁଲା ମୌସୁମୀ । ସ୍ୱାଭାବିକ ଠାରୁ ଭଲ ବର୍ଷା ହେବା ନେଇ ରହିଛି ସମ୍ଭାବନା । ଅଧିକ ପଢନ୍ତୁ...

10 ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି

author img

By

Published : Jun 3, 2021, 9:04 PM IST

ଭୁବନେଶ୍ବର: ଚାଷୀକୂଳ ପାଇଁ ଖୁସି ଖବର । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ । ପୂର୍ବ ଆକଳନ ଅନୁଯାୟୀ ଠିକ ସମୟରେ କେରଳ ଛୁଇଁଲା ମୌସୁମୀ । ଚଳିତ ବର୍ଷ ମୌସୁମୀର ପ୍ରଭାବରେ ଜୁନ ମାସରେ ଭଲ ବର୍ଷା ହେବ । ସ୍ୱାଭାବିକ ଠାରୁ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୦ ରୁ ୧୨ ତାରିଖ ମଧ୍ୟରେ ଓଡିଶାରେ ପହଞ୍ଚିବ ମୌସୁମୀ । ତେବେ ଆସନ୍ତା ୧୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।

10 ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ତେବେ ଆଜି (ଗୁରୁବାର) ଦକ୍ଷିଣ କେରଳ, ଦକ୍ଷିଣ ତାମିଲନାଡୁ ଅଞ୍ଚଳରେ ପହଁଚିଛି । ଅବଶିଷ୍ଟ ଅଞ୍ଚଳ ପୁଡୁଚେରୀ ଓ ଆଣ୍ଡାମାନରେ ଦିନେ ଦୁଇ ଦିନ ମଧ୍ୟରେ ପହଞ୍ଚିବ । କାଳବୈଶାଖୀ ପ୍ରଭାବରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିଛି । ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା 3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ । ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ଗଞ୍ଜାମ, ବୌଦ୍ଧ, ସୋନପୁର ଓ ନୂଆପଡାରେ କାଳବୈଶାଖୀ ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ମୋହନାରେ ସର୍ବୋଚ୍ଚ ୧୦୨.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗଞ୍ଜାମ ପୁରୁଷୋତ୍ତମପୁରରେ ୧୦୧.୨ ଓ କୋଟପାଡ଼ରେ ୭୨.୦ ମିମି ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୯.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.